କନକ ବ୍ୟୁରୋ: ରାଜ୍ୟରେ କରୋନା ସଂକ୍ରମଣ ବଢୁଥିବାବେଳେ ଏବେ ବ୍ଲାକ୍ ଫଙ୍ଗସ୍ ସମସ୍ତଙ୍କ ଚିନ୍ତା ବଢାଇଛି । ରାଜ୍ୟ ସରକାର ମଧ୍ୟ ଏହାର ଭୟାବହତାଙ୍କୁ ଆଖି ଆଗରେ ରଖି ଏହାକୁ ମହାମାରୀ ଭାବେ ଘୋଷଣା କରିଛନ୍ତି । ରାଜ୍ୟର ସ୍ୱାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସ ଏନେଇ ସୂଚନା ଦେଇଥିବାବେଳେ ଏବେ ନଜର ପକାନ୍ତୁ ଏହାର ଲକ୍ଷଣ ଉପରେ...
ବ୍ଲାକ୍ ଫଙ୍ଗସର ଲକ୍ଷଣ
- ଆଖି, ନାକ ଚାରିପଟେ ଯନ୍ତ୍ରଣା ହେବ ଏବଂ ଲାଲ ହୋଇଯିବ
- ଇନଫେକସନ ପ୍ରଭାବରେ ଜ୍ୱର ଆସିବ ଓ ମୁଣ୍ଡ ବ୍ୟଥା ହେବ
- କାଶ ହେବ ଏବଂ ଅଣନିଶ୍ୱାସୀ ଲାଗିବ
- ନାକ ବନ୍ଦ ହେବା ଭଳି ଲାଗିବ ଏବଂ ନାକରୁ କଳା ପାଣି ବାହାରିବ
- ଦାନ୍ତ ଢିଲା ହୋଇଯିବା ଭଳି ଲାଗିବ
- ଆଖିକୁ ଝାପସା ଦେଖାଯିବ କିମ୍ବା ଡବଲ ଦେଖାଯିବ
- ଛାତି ବ୍ୟଥା ହେବ ଏବଂ ପ୍ରଶ୍ୱାସ ନେବାରେ କଷ୍ଟ ହେବ
କିପରି କରିବେ ମୁକାବିଲା?
- ମାଟି କିମ୍ବା ଚାଷବାସ କାମ କରୁଥିବା ବ୍ୟକ୍ତି ଜୋତା ପିନ୍ଧିବା ଜରୁରୀ
- ଲମ୍ବା ଟ୍ରାଉଜର, ଫୁଲ ସାର୍ଟ, ହାତରେ ଗ୍ଲୋଭ୍ସ ବ୍ୟବହାର କରିବା
- ଧୂଳି ବା ସଂକ୍ରମିତ ଅଂଚଳକୁ ଗଲେ ମାସ୍କ ପିନ୍ଧିବା
- ବ୍ୟକ୍ତିଗତ ପରିଷ୍କାର ପରିଚ୍ଛନତା ଉପରେ ଧ୍ୟାନ ଦେବା
- ଡାଇବେଟିସ୍କୁ ନିୟନ୍ତ୍ରଣକୁ ଆଣିବା
- କରୋନାରୁ ସୁସ୍ଥ ହେବା ପରେ ରକ୍ତ-ଶର୍କରା ସ୍ତରକୁ ନିୟନ୍ତ୍ରଣରେ ରଖିବା
- ଷ୍ଟେରଏଡ୍ ଠିକ୍ ପରିମାଣରେ ଓ ଠିକ୍ ସମୟରେ ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ ନେବା
- ଅକ୍ସିଜେନ୍ ଥେରାପି ବେଳେ ବିଶୁଦ୍ଧ ପାଣି ବ୍ୟବହାର କରିବା
- ଆଂଟି-ବାୟୋଟିକ୍ସ ଓ ଆଂଟି-ଫଙ୍ଗାଲ ଔଷଧ ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ ନେବା
- ଲକ୍ଷଣ ଦେଖାଦେଲେ ତୁରନ୍ତ ଚିକିତ୍ସା ଆରମ୍ଭ କରିବା