କନକ ବ୍ୟୁରୋ: ଆଜି ଓଡ଼ିଶା ଆସୁଛନ୍ତି ଡ୍ରିମ ଗାର୍ଲ ତଥା ବିଜେପି ନେତ୍ରୀ ହେମା ମାଳିନୀ । ସଧାରଣ ସଭା କରିବା ସହ ରୋଡ୍ ସୋ’ରେ ସାମିଲ ହେବେ । ଭୁବନେଶ୍ୱର, କଟକ ଓ ପିପିଲି ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି । ଉତର ଭୁବନେଶ୍ୱର ଓ କଟକର କିଷାନନଗରରେ ଦୁଇଟି ଜନସଭାକୁ ସମ୍ବୋଧିତ କରିବା ପରେ ପିପିଲିରେ ହେମା ମାଳିନୀ ରୋଡ୍ ସୋ କରିବେ ।
- ଦିନ ୧୧ଟାରେ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବେ ହେମା ମାଳିନୀ
- ୧୧ଟା ୨୦ରେ ସାଲିଆ ସାହିରେ ଜନସଭାକୁ ସମ୍ବୋଧନ କରିବେ
- ସାଲିଆ ସାହିରେ କାର୍ଯ୍ୟକ୍ରମ ପରେ କଟକ ଗସ୍ତ କରିବେ ଡ୍ରିମ୍ ଗାର୍ଲ
- ଦିନ ୧ଟା ୧୦ରେ କଟକ ସଦର ନିର୍ବାଚନ ମଣ୍ଡଳୀର କିଶୋରନଗରରେ ଜନସଭା
- ଦିନ ୪ଟାରେ ପିପିଲିରେ ବିଶାଳ ରୋଡ୍ ସୋ’ରେ ହେବେ ସାମିଲ
- ରୋଡ୍ ସୋ’ ପରେ ସତ୍ୟବାଦୀରେ ଜନସଭାରେ ଯୋଗଦେବେ
- ଆସନ୍ତାକାଲି ଦିନ ୧୦ଟାରେ ପାଲଲହଡାରେ ଜନସଭାକୁ କରିବେ ସମ୍ବୋଧନ
- ୧୨ଟା ୧୫ରେ ଦେବଗଡ଼ରେ ଜନସଭାକୁ ସମ୍ବୋଧନ କରିବା କାର୍ଯ୍ୟକ୍ରମ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2024/05/55-1.jpg)