କନକ ବ୍ୟୁରୋ: ବିନା ଖାଦ୍ୟରେ ଖାଦ୍ୟ ରୁଚେନା । କିନ୍ତୁ ଏହାକୁ ଅଧିକ ଖାଇଲେ ଖରାପ କମ୍ ବି ଖାଇଲେ ଖରାପ । ଆଜି ବିଶ୍ୱ ଆୟୋଡିନ୍ ଅଭାବ ଦିବସରେ ଲୁଣର ଗୁଣକୁ ନେଇ ଚର୍ଚ୍ଚା ହେଉଛି । ଲୋକଙ୍କୁ ସଚେତନା କରିବା ଉଦ୍ଦେଶ୍ୟରେ ପ୍ରତିବର୍ଷ ଅକ୍ଟୋବର ୨୧ ତାରିଖକୁ ବିଶ୍ୱ ଆୟୋଡିନ ଦିବସ ପାଳନ କରାଯାଏ ।

Advertisment

ସୁସ୍ଥ ଶରୀର ଓ ଉନ୍ନତ ମସ୍ତିଷ୍କ ପାଇଁ ଶରୀରରେ ଆୟୋଡିନର ମାତ୍ରା ସଠିକ ରହିବା ନିହାତି ଜରୁରୀ । ପ୍ରତିଦିନ ଆବଶ୍ୟକତା ଅନୁସାରେ ଖାଦ୍ୟରେ ଆୟୋଡିନ ମିଶ୍ରିତ ଖାଦ୍ୟକୁ ସାମିଲ କରିବା ଦରକାର । କାରଣ ଆୟୋଡିନର ଅଭାବରେ ଶରୀରରେ ଅନେକ ଗୁରୁତର ରୋଗକୁ ନିମନ୍ତ୍ରଣ କରେ । ଆୟୋଡିନ ଏକ ଖଣିଜ ଉପାଦାନ ଯାହା ଯାହା ମଣିଷ ଶରୀର ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଏହାର ଅଭାବରେ ଗଳଗଣ୍ଡ ରୋଗ ଦେଖାଯାଏ । ଥାଇରଏଡ୍ ହର୍ମୋନ୍ ତିଆରି ପାଇଁ ଆୟୋଡିନ୍ ଗୁରୁତ୍ୱପୂର୍ଣ୍ଣ ।