କନକ ବ୍ୟୁରୋ : ବିଶାଳକାୟ ଟାଇଟାନିକ ଜାହାଜ ସହ ଅନେକ ରହସ୍ୟମାନ ଯୋଡ଼ି ହୋଇ ରହିଛି । ଦୀର୍ଘ ୧୧୧ ବର୍ଷ ଧରି ବୁଡ଼ି ରହିଥିବା ଜାହାଜକୁ ନେଇ ବିଭିନ୍ନ ରିପୋର୍ଟ ସବୁ ପ୍ରକାଶ କାଇଛି । ଯୁଗ ଆଗେଇବା ସହ ଟେକ୍ନୋଲୋଜି ମଧ୍ୟ ଆଗେଇଛି । ତେବେ ଆଜିଯାଏଁ କାହିଁକି ଜାହାଜଟି ଉଦ୍ଧାର ହୋଇପାରିନାହିଁ । ଏଭଳି ଅନେକ ପ୍ରଶ୍ନ ଆଜି ମଧ୍ୟ ଲୋକଙ୍କ ମନରେ ଉଠିଥାଏ । ବାସ୍ତବରେ କିନ୍ତୁ ଟାଇଟାନିକ ଜାହାଜ ଉଦ୍ଧାର ପାଇଁ ବୈଜ୍ଞାନିକମାନେ ଅନେକ ଉପାୟମାନ ଆପଣାଇଛନ୍ତି । କିନ୍ତୁ ଆଜିଯାଏଁ ସଫଳ ହୋଇପାରିନାହାନ୍ତି । ତେବେ ଆସନ୍ତୁ ଜାଣିବା ଟାଇଟାନିକ ଉଦ୍ଧାର ପାଇଁ ବୈଜ୍ଞାନିକମାନେ କେଉଁସବୁ ଉପାୟମାନ ଆପଣାଇଥିଲେ ସେ ସମ୍ପର୍କରେ ଜାଣିବା । ଏହାସହ ଟାଇଟାନିକ ଜାହାଜ ସହ ଜଡ଼ିତ କିଛି ରହସ୍ୟ ସମ୍ପର୍କରେ ଅବଗତ ହେବା ।

Advertisment

ଟାଇଟାନିକ ଜାହାଜ । ଏହା କେବେ ହେଲେ ବୁଡ଼ି ପାରିବ ନାହିଁ । ପ୍ରଥମେ ଏଭଳି ସମସ୍ତେ କହୁଥିଲେ । କିନ୍ତୁ ୧୯୧୨ ମସିହା ଏପ୍ରିଲ ୧୫ ଏହା ଭୁଲ ପ୍ରମାଣିତ ହୋଇଥିଲା । ଏହି ବିଶାଳକାୟ ଜାହାଜଟି ଗଭୀର ସମୁଦ୍ର ମଧ୍ୟରେ ବୁଡ଼ି ଯାଇଥିଲା । ଜାହାଜ ସନ୍ଧାନ ପାଇବା ପାଇଁ ବୈଜ୍ଞାନିକମାନେ ଆପ୍ରାଣ ଚେଷ୍ଟା କରିଥିଲେ । ଆମେରେକିୟ ନେଭି ଅଫିସର ତଥା ପତ୍ନତତ୍ୱବିତ ରବର୍ଟ ବଲାର୍ଡ ଏକ ଜାହାଜକୁ ଖୋଜିବା ପାଇଁ ଏକ ମିଶନ ଆରମ୍ଭ କରିଥିଲେ । ଏହାପରେ ତାଙ୍କ ଟିମ ସଫଳ ହୋଇଥିଲେ । ପ୍ରାୟ ୭୩ ବର୍ଷ ପରେ ଜାହାଜର ସନ୍ଧାନ ମିଳିଥିଲା । ମାତ୍ର ଏହାକୁ ଉଦ୍ଧାର କରିବା ପାଇଁ ୩୮ ବର୍ଷ ଚେଷ୍ଟା କରାଯାଇଛି । କିନ୍ତୁ ଆଜିଯାଏଁ କେହି ମଧ୍ୟ ସଫଳ ହୋଇନାହାନ୍ତି । ସବୁଠାରୁ ବଡ଼ କଥା ହେଉଛି କି, ଜାହାଜଟି ଭାଙ୍ଗି ଦୁଇଭାଗ ହୋଇଯାଇଛି । ଏତେ ଗଭୀର ଜଳ ମଧ୍ୟରେ ରହିଛି କି ଉଦ୍ଧାର କରିବା ମଧ୍ୟ ଅସମ୍ଭବ ମନେ ହେଉଥିଲା । ଅନ୍ୟପଟେ ଜାହାଜର ଓଜନ ୪୬ ହଜାର ଟନରୁ ଅଧିକ ରହିଛି । ଏଣୁ ଉଦ୍ଧାର ହେବାରେ ବାଧା ଉପୁଜିଛି । ଏତେ ଭଗୀରରେ ରହିଛି କି, ସେଠାକୁ ଜଣେ ବ୍ୟକ୍ତି ଯାଇ ପୁଣିଥରେ ଫେରିବା କଷ୍ଟସାଧ୍ୟ । ଜାହାଜ ଉପରେ ବହୁ ଅଳିଆ ଆବର୍ଜନା ଭରି ରହିବା ସହ କଳଙ୍କି ମଧ୍ୟ ଲାଗିଯାଉଛି । ଜାହାଜକୁ ଉଦ୍ଧାର କରିବା ପାଇଁ ବୈଜ୍ଞାନିକମାନେ ବିଭିନ୍ନ ଉପାୟ ଆପଣାଇଥିଲେ ।

ବୈଜ୍ଞାନିକମାନେ ପ୍ରଥମେ ପିଙ୍ଗପଙ୍ଗ ବଲ ସାହାର୍ଯ୍ୟରେ ଜାହାଜକୁ ଉଦ୍ଧାର କରିବାର ଯୋଜନା କରିଥିଲେ । ଜାହାଜ ଭିତରେ ପିଙ୍ଗପଙ୍ଗ ବଲ ଭରିଦେବେ ଯାହାଦ୍ୱାରା ଏହି ବଲ ଉପରକୁ ଚାପ ପକାଇବ । ଏବଂ ଅନ୍ୟ ଏକ ବୁଡ଼ା ଜାହାଜ ସାହାଯ୍ୟରେ ଟାଣି ବାହାର କରିବେ । ତେବେ ଏହା ବିଫଳ ହୋଇଥିଲା ।

ପରେ ଅନ୍ୟ ଏକ ଉପାୟ ଭାବିଥିଲେ ବୈଜ୍ଞାନିକ । ଟାଇଟାନିକ ସହ ବଡ଼ ବେଲୁନ ବନ୍ଧା ହୋଇ ହିଲିୟମ ଗ୍ୟାସ ଭରାଯିବ । ଏହା ଫଳରେ ଜାହାଜ ସ୍ୱୟଂ ଚାଳିତଭାବେ ଜାହାଜ ଉପରକୁ ଆସିବ । କିନ୍ତୁ ଯୋଜନା ମଧ୍ୟ ଫ୍ଲପ ହୋଇଥିଲା । ତେବେ ଯୋଜନା ବିଫଳ ହେବାର ମୁଖ୍ୟ କାରଣ ହେଉଛି ଏତେ ଗଭୀର ପାଣି ଭିତରକୁ ଯାଇ ଲକ୍ଷ ଲକ୍ଷ ବେଲୁନରେ ହିଲିୟମ ଗ୍ୟାସ ଭରିବା ଅସମ୍ଭବ ଥିଲା ।

ଏହାପରେ ବୈଜ୍ଞାନିକମାନେ ଅନୁଭବ କଲେ କି, ଜଳଠାରୁ ବରଫର ଘନତା କମ ଏଣୁ ଏହା ପାଣି ଉପରେ ଭାସୁଛି । ଯଦି କୌଣସି ଉପାୟରେ ଟାଇଟାନିକ ଜାହାଜ ଭିତରେ ବରଫ ଭିତରେ ବରଫ ରଖାଯାଏ ତାହେଲେ ଏହା ଉପରେ ଭାସିବ ଏବଂ ଉଦ୍ଧାର କରାଯିବ । ଆମେରିକାର ଇଞ୍ଜିନୟର ଜନ ପିଆରଙ୍କର ଥିଲା । କିନ୍ତୁ ଏହା ମଧ୍ୟ ଶେଷରେ ଫ୍ଲପ ହୋଇଥିଲା ।

ବହୁ ଅନୁସନ୍ଧାନ ବିଫଳ ହେବା ପରେ ଅନ୍ୟ ଏକ ଉପାୟ ଆପଣାଇଥିଲେ ବୈଜ୍ଞାନିକ । ବହୁ ପରିମାଣର ନାଇଡ୍ରୋଜେନ ଆବଶ୍ୟକ କରିଥିଲେ । ଏହା ସାହାର୍ଯ୍ୟରେ ଜାହାଜ ଉଦ୍ଧାର କରିବା ଉପାୟ ଭାବିଥିଲେ । ବ୍ରିଟିସ ଗ୍ୟାସ କମ୍ପାନୀ ବିଓସି ଅନୁଯାୟୀ ଅଢ଼େଇ କ୍ୱିଂଟାଲ ଟନ ତରଳ ନାଇଡ୍ରୋଜେନ ଆବଶ୍ୟକ । ପରେ ସମସ୍ତଙ୍କ ମନରେ ଗୋଟିଏ ପ୍ରଶ୍ନ ଉଠିଲା କି ଏତେ ପରିମାଣ ତରଳ ନାଇଡ୍ରୋଜେନ ନେବା ଅସମ୍ଭବ । ଶେଷରେ ଏହି ଯୋଜନା ମଧ୍ୟ ଫ୍ଲପ ହୋଇଥିଲା ।

ଶେଷରେ ଏକ ଜାହାଜ ନିର୍ମାଣକାରୀ ସଂସ୍ଥା ଏକ ଉପାୟ ସମ୍ପର୍କରେ କହିଥିଲେ । ଜାହାଜରେ ଥିବରେ ମଇଳା ଏବଂ କଳଙ୍କିକୁ ସଫା କରିବାକୁ ପଡ଼ିବ । ଲୁହା ଚେନ ସହ ସଂଯୋଗ କରି ବୁଡ଼ା ଜାହାଜ ସାହାଯ୍ୟରେ ଏହାକୁ ଟଣାଯିବ । କିନ୍ତୁ ଏହି ପ୍ରକଳ୍ପ କାର୍ଯ୍ୟକାରୀ କରିବାକୁ ୨୦ ମିଳିୟନ କିଲୋୱାଟ ବିଦ୍ୟୁତ ଆବଶ୍ୟକ । ସବୁଠାରୁ ବଡ଼ କଥା ହେଉଛି କି, ଯେଉଁ ତାରଗୁଡ଼ିକ ବ୍ୟବହାର ହେବ ତାହା ପାଣିଭିତରେ ଫାଟିଯିବାର ସମ୍ଭାବନା ଅଧିକ ରହିଛି । ଏଣୁ ଯୋଜନା ମଧ୍ୟ ବନ୍ଦ ହୋଇଥିଲା ।

ଏଭଳି ଅନେକ କମ୍ପାନୀ ଟାଇଟାନିକ ଉଦ୍ଧାର ପାଇଁ ନୂଆ ନୂଆ ଉପାୟମାନ ଭାବିଛନ୍ତି କିନ୍ତୁ ଏହାକୁ ଉଦ୍ଧାର କରିବାରେ ଯେତିକି ଖର୍ଚ ହେବ ପରେ ପୁନଃଉଦ୍ଧାର କରି ଚଳାଇବା କ୍ଷତି ହେବ । ଏଣୁ କୌଣସି କମ୍ପାନୀ ଇଛା ବଳାଇନାହାନ୍ତି । ଅନ୍ୟପଟେ ଟାଇଟାନିକର ଧ୍ୱଂସାବଶେଷ ଏବେ ଭାରି ମାତ୍ରାରେ ତରଳିବାରେ ଲାଗିଛି । ଆଗାମୀ ୨୦ରୁ ୩୦ ବର୍ଷ ମଧ୍ୟରେ ଆଉ ରହିବ ନାହିଁ ବୋଲି ଏକ ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଇଛି ।