କନକ ବ୍ୟୁରୋ: ଶୀତଦିନେ ଗୁଡ ବେଶ୍ ଲାଭଦାୟୀ । କାରଣ ଶରୀରରୁ ଉଷ୍ମ ରଖିବାକୁ ଅଧିକାଂଶ ଏହାକୁ ପଥି ଭାବେ ଗ୍ରହଣ କରନ୍ତି ବୋଲି କହିବା ଭୁଲ ହେବନି । କାରଣ ଏଥିରେ ରହିଛି କ୍ୟାଲସିୟମ, ଫସଫରସ ଆଇରନ୍, ପୋଟାସିୟମ, ଜିଙ୍କ , ପ୍ରୋଟିନ୍ ଓ ଭିଟାମନ୍ ବି ଭଳି ଆବଶ୍ୟକୀୟ ପୋଷକ ତତ୍ତ୍ୱ,ଯାହା ଶରୀର ପାଇଁ ଅତି ଅବାଶ୍ୟକ । ଏହା ଲୋହିତ ରକ୍ତ କଣିକା ବୃଦ୍ଧି କରିବାର ସାହାଯ୍ୟ କରେ । ଏହା ବ୍ୟତୀତ ଡାଇବେଟିସ୍ ରୋଗୀଙ୍କ ପାଇଁ ମଧ୍ୟ ଏହା ଉପକାରୀ । କାରଣ ସେମାନଙ୍କ ପାଇଁ ଚିନିକୁ ବାରଣ କରାଯାଇôଥବାବେଳେ ଗୁଡକୁ ସେମାନେ ବିନା ଦ୍ୱିଧାରେ ବ୍ୟବହାର କରିପାରିବେ । ହେଲେ ଗୁଡ ଶୁଦ୍ଧ ହୋଇଥିବା ଆବଶ୍ୟକ । କାରଣ ଗୁଡ ଯଦି ଶୁଦ୍ଧ ନହୋଇ ଅପମିଶ୍ରିତ ହୋଇଥାଏ ତେବେ ଶରୀରର ଉପକାର କରିବା ବଦଳରେ ଏହା ଆହୁରି କ୍ଷତି ପହଞ୍ଚାଇଥାଏ ।
Kanak News is now on WhatsApp
Join and get latest news updates delivered to you via WhatsApp
ଆଜିକାଲି ଅର୍ଥ ଲୋଭରେ କିଛି ଅସାଧୁ ବ୍ୟବସାୟୀ ଗୁଡରେ କେମିକାଲ ମିଶାଇ ବଜାରରେ ଗୁଡ ବିକ୍ରି କରୁଥିବାରୁ ଏହା ଗ୍ରାହକଙ୍କ ପାଇଁ ଏକ ଚିନ୍ତାର କାରଣ ନିଶ୍ଚୟ । ହେଲେ ଆପଣ ଏହାର ରଙ୍ଗରୁ ଗୁଡ ଶୁଦ୍ଧ କି ଅପମିଶ୍ରିତ ବୋଲି ଜାଣି ପାରିବେ । ନିକଟରେ ଜଣେ ବିଶିଷ୍ଟ ଡାଏଟିସିଆନ ଏହା ଉପରେ ଗବେଷଣାପୂର୍ବକ କିଛି ସହଜ ଉପାୟ ବତାଇଛନ୍ତି ,ଯାହା ଆପଣଙ୍କୁ ଗୁଡର ଶୁଦ୍ଧତା ଜାଣିବାରେ ସାହଯ୍ୟ କରିବ ।
ରଙ୍ଗରୁ ଜାଣିବେ ଗୁଡର ଶୁଦ୍ଧତା:
ଏକ୍ସପର୍ଟସଙ୍କ କହିବା ମୁତାବକ, ଗୁଡକୁ ସଫା କରିବାକୁ ସୋଢା ଓ କେମିକାଲ ପ୍ରୟୋଗ କରାଯାଉଛି । ଶୁଦ୍ଧ ଗୁଡର ରଙ୍ଗ ପ୍ରକୃତରେ ଗାଢ ମାଟିଆ(ଡାର୍କ ବ୍ରାଉନ) ବା ତମ୍ବା ରଙ୍ଗର ହୋଇଥାଏ । କଳା ବା ଗାଢ ମାଟିଆ ଦେଖାଯାଉଥିବା ଗୁଡ ପୁରା ଶୁଦ୍ଧ ହୋଇଥାଏ । କାରଣ ଯେତେବେଳ ଆଖୁ ରସକୁ ଗୁଡରେ ପରିଣତ କରିବାକୁ ନିଆଁରେ ଫୁଟାଯାଏ ତାହା ଧୀରେ ଧୀରେ ଗାଢ ମାଟିଆ ବା କଳା ରଙ୍ଗରେ ପରିଣତ ହୋଇଯାଏ । ତେଣୁ ଏପରି ରଙ୍ଗର ଗୁଡ ସମ୍ପୂର୍ଣ୍ଣ ଶୁଦ୍ଧ ବୋଲି ଜାଣିବେ ।
ଅନ୍ୟପଟେ ଲାଇଟ୍ ବ୍ରାଉନ୍ ବା ହାଲକା ସଫା ଗୁଡ ଦେଖିବାକୁ ଭଲ ଲାଗେ ହେଲେ ଜାଣି ରଖନ୍ତୁ ଯେ, ଯେଉଁ ଗୁଡ ଯେତେ ଧଳା ସେ ସେତେ ବିଷାକ୍ତ ହୋଇଥାଏ । ଯେଉଁ ଗୁଡ ଯେତେ ଧଳା ହୋଇଥାଏ , ଯେତେ ଚମକଦାର ଦେଖାଯାଏ ତାହା ସେତେ ଅପମିଶ୍ରତ ବୋଲି ନିଶ୍ଚିତ ହୋଇଯାଆନ୍ତୁ ।
ଗୁଡରେ କ୍ୟାଲସିୟମ କାର୍ବୋନେଟ୍ ଓ ସୋଡିୟମ ବାଇକାର୍ବେନେଟ୍ ମଧ୍ୟ ବ୍ୟବହାର କରାଯାଏ । କ୍ୟାଲସିୟମ କାର୍ବୋନେଟର ବ୍ୟବହାର ଗୁଡର ଓଜନ ବ୍ୟବହାର କରିବାକୁ ବ୍ୟବହାର ହେଉଥିବାବେଳେ , ସୋଡିୟମ ବାଇକାର୍ବେନେଟ୍ ଗୁଡକୁ ଚମକଦାର ଦେଖାଯିବା ପାଇଁ ବ୍ୟବହାର କରାଯାଉଛି । ତେଣୁ ଏପରି ରଙ୍ଗର ଗୁଡ କେବେବି କିଣନ୍ତ ନାହିଁ । ଗୋଟିଏ ବାକ୍ୟରେ କହିବାକୁ ଗଲେ ଶୁଦ୍ଧ ଗୁଡ ପାଇବାକୁ ଚାହୁଁଥିଲେ ତମ୍ବା ବା ଗାଢ ରଙ୍ଗର ଗୁଡ କିଣନ୍ତୁ ।