ଆପଣ ବ୍ୟବହାର କରୁଥିବା ସାମଗ୍ରୀ କେଉଁ ଦେଶର? ମୋବାଇଲ କ୍ୟାମେରାରେ ଅତି ସହଜରେ ଜାଣନ୍ତୁ, ଆପଣ କିଣୁଥିବା ପ୍ରଡକ୍ଟସ ଇଣ୍ଡିଆନ ନା ଚାଇନିଜ୍?

1,047

କନକ ବ୍ୟୁରୋ: ସାରା ଦେଶରେ ବର୍ତମାନ ଚାଇନା ପ୍ରଡକ୍ଟର ବହିଷ୍କାର ବିପୁଳ ମାତ୍ରାରେ କରାଯାଉଛି । ହେଲେ ଏଭଳି ଅନେକ ସାମଗ୍ରୀ ରହିଛି, ଯାହା ସଂପର୍କରେ ସାଧାରତଃ ଲୋକେ ଜାଣିପାରନ୍ତି ନାହିଁ କି ସେ କିଣୁଥିବା ପ୍ରଡକ୍ଟଟି ମେଡ୍ ଇନ ଇଣ୍ଡିଆ ନା ଚାଇନା । ତେବେ ଇତିମଧ୍ୟରେ ଗୁରୁଗ୍ରାମର ଜଣେ ଡେଭଲପର ମେଡ୍ ଇନ ଇଣ୍ଡିଆ ନାମକ ଏକ ଆପ ବିକଶିତ କରିଛନ୍ତି । ଯେଉଁଥିରେ ଆପଣ ଆପଣଙ୍କ ସ୍ମାର୍ଟଫୋନରେ ଥିବା କ୍ୟାମେରାକୁ ବ୍ୟବହାର କରି ଜାଣି ପାରିବେ କି ଆପଣ କିଣୁଥିବା ସାମଗ୍ରୀ ବାସ୍ତବରେ ଇଣ୍ଡିଆନ ନା ଚାଇନିଜ୍ । ଏହି ଆପକୁ ଆପଣ ଗୁଗଲ ପ୍ଲେଷ୍ଟୋରକୁ ଯାଇ ମଧ୍ୟ ଇନଷ୍ଟଲ କରିପାରିବେ । ତେବେ ପ୍ରଡକ୍ଟର ପ୍ୟାକେଜିଂ ଉପରେ ଦିଆଯାଇଥିବା ବାରକୋଡ ଜରିଆରେ ଆପଣ ତାର ଅରିଜିନ କଂଟ୍ରି ସଂପର୍କରେ ତଥ୍ୟ ପାଇପାରିବେ ।

ସ୍କାନ କରିବେ କିପରି?

• ସର୍ବ ପ୍ରଥମେ ଗୁଗଲ ପ୍ଲେଷ୍ଟୋରକୁ ଯାଇ ମେଡ୍ ଇନ ଇଣ୍ଡିଆ ଆପକୁ ଇନଷ୍ଟଲ କରନ୍ତୁ ।

• ଆପକୁ ଓପନ କରି ଆପଣ ବ୍ୟବହାର କରୁଥିବା ଫୋନ କ୍ୟାମେରାକୁ ଏଠାରେ ଆକ୍ସେସ କରନ୍ତୁ ।

• ଏହାପରେ ସ୍କାନ ନାଓ ଅପସନ ଉପରେ ଟ୍ୟାପ କରି କ୍ୟାମେରାକୁ ପ୍ରଡକ୍ଟରେ ଦର୍ଶାଯାଇଥିବା ବାରକୋଡ ଉପରେ ରଖନ୍ତୁ । ଯଦି ଆପଣ ଚାହିଁବେ ତେବେ ସଚ୍ଚ ଅପସନରେ କୋଡ ନମ୍ବର ମଧ୍ୟ ମାନୁଆଲି ଦେଇପାରିବେ ।

• ତେବେ ଏହି ପ୍ରକ୍ରିୟା ଅନୁସରଣ କରି ଆପଣ ଜାଣିପାରିବେ କି ଉକ୍ତ ପ୍ରଡକ୍ଟଟି କେଉଁ ଦେଶର ।

କିଭଳି କାମ କରିଥାଏ ଆପ୍ ?

ସାଧାରଣତଃ ସମସ୍ତ କନଜ୍ୟୁମର ପ୍ରଡକ୍ଟ ଉପରେ ଏକ ୟୁନିକ୍ ବାରକୋଡ ରହିଥାଏ । ଯାହା ପ୍ରଡକ୍ଟର ଆଇଟେଂଟିଫିକେସନ ଦର୍ଶାଇଥାଏ । ସେହିପରି ଅଧିକାଂଶ ବାରକୋଡରେ କଂଟ୍ରିକୋଡ, ମାନୁଫାକ୍ଟରିଂ କୋଡ ଏବଂ ପ୍ରଡକ୍ଟ କୋଡ ସାମିଲ ରହିଥାଏ । ବାରକୋଡର ବାମଆଡୁ ଆରମ୍ଭ ୩ ଡିଜିଟ୍ କଂଟ୍ରି କୋଡ ହୋଇଥାଏ । ତେବେ ଏହି କଂଟ୍ରି କୋଡ ବାରକୋଡର ଅରିଜିନାଲ କଂଟ୍ରିକୁ ଦର୍ଶାଇଥାଏ , ନା କି ପ୍ରଡକ୍ଟର । କିନ୍ତୁ ସାଧାରଣତଃ କଂପାନୀମାନେ ଯେଉଁଠାରେ ସେମାନଙ୍କର ହେଡକ୍ୱାଟର ରହିଥାଏ ସେଠିକାର ହିଁ ବାରକୋଡ ବ୍ୟବହାର କରିଥାନ୍ତି । ତେଣୁ ଏହି ବାରକୋଡରେ ପ୍ରଡକ୍ଟଟି ବାସ୍ତବରେ କେଉଁଠି ତିଆରି ହୋଇଛି ସେନେଇ କୌଣସି ସ୍ପଷ୍ଟ ସୂଚନା ମିଳିନଥାଏ । ମାତ୍ର ଏହି ଆପ ଜରିଆରେ ଆପଣ ଜାଣିପାରିବେ କି ସଂପୃକ୍ତ ପ୍ରଡକ୍ଟ କେଉଁ ଦେଶର କଂପାନୀ ପ୍ରସ୍ତୁତ କରିଛି ।