କନକ ବ୍ୟୁରୋ: ୨୦୨୩ ଫୋର୍ବସ୍ ଧନୀ ବ୍ୟକ୍ତିଙ୍କ ତାଲିକାରେ ମୁକେଶ ଅମ୍ବାନୀ ଏସିଆରେ ପ୍ରଥମ ସ୍ଥାନରେ ଥିବାବେଳେ ଷଷ୍ଠ ସ୍ଥାନରେ ରହିଛନ୍ତି ଜିନ୍ଦଲ ଗ୍ରୁପର ଚେୟାରପର୍ସନ ସାବିତ୍ରୀ ଜିନ୍ଦଲ ଏବଂ ମହିଳା ତାଲିକାରେ ତାଙ୍କୁ ସର୍ବପ୍ରଥମ ଧନୀ ସ୍ଥାନ ମିଳିଛି । ତେବେ ଆସନ୍ତୁ ଜାଣିବା ଦେଶର ୫ ଧନୀ ମହିଳାଙ୍କ ବିଷୟରେ...

Advertisment

ସାବିତ୍ରୀ ଜିନ୍ଦଲ: ଏସିଆ ମହାଦେଶର ପ୍ରଥମ ଧନୀ ମହିଳା ଭାବେ ସ୍ଥାନ ପାଇଛନ୍ତି ଜିନ୍ଦଲ ଗ୍ରୁପର ଅଧ୍ୟକ୍ଷା ସାବିତ୍ରୀ ଜିନ୍ଦଲ । ତାଙ୍କର ସମ୍ପତ୍ତିର ମୂଲ୍ୟ ୧୭ ହଜାର ଶହ କୋଟି ଟଙ୍କା । ପୂର୍ବ ରିପୋର୍ଟ ଅନୁସାରେ ସାବିତ୍ରୀ କଲେଜ ଯାଇନାହାଁନ୍ତି । ତାଙ୍କ ଜନ୍ମ ୧୯୫୦ରେ ଅସାମର ତିନସୁକିୟାରେ ହୋଇଥିଲା । ୧୯୭୦ରେ ହରିୟାଣାର ଓମ୍ ପ୍ରକାଶ ଜିନ୍ଦଲ ତଥା ଜିନ୍ଦଲ ଗ୍ରୁପ ଫାଉଣ୍ଡରଙ୍କ ସହ ବିବାହ ବନ୍ଧନରେ ବାନ୍ଧିହେଲେ । ଜିନ୍ଦଲ ଗ୍ରୁପ ଏବେ ଷ୍ଟିଲ ଇଣ୍ଡଷ୍ଟ୍ରି ସହ ଅନ୍ୟ ଉତ୍ପାଦ ସହ ଜଡିତ ଅଛି । ୨୦୦୫ରେ ଓମ୍ ପ୍ରକାଶଙ୍କର ଅକାଳ ବିୟୋଗ ପରେ ପରିବାରର ଦାୟିତ୍ୱ ନେବା ସହ ତାଙ୍କର ପୁରା ବ୍ୟବସାୟକୁ ସମ୍ଭାଳିଥିଲେ ସାବିତ୍ରୀ । ତାଙ୍କ ନେତୃତ୍ୱରେ ଦିନକୁ ଦିନ ପ୍ରଗତି କରୁଛି ଜିନ୍ଦଲ ଗ୍ରୁପ୍ ।

ରୋଶନି ନାଦର ମହ୍ଲୋତ୍ରା: ସାବିତ୍ରୀଙ୍କ ପରେ ଧନୀ ମହିଳା ଭାବେ ସ୍ଥାନ ପାଇଛନ୍ତି ଏଚସିଏଲ ଅଧ୍ୟକ୍ଷା ରୋଶନୀ ନାଦର ମହ୍ଲୋତ୍ରା । ତାଙ୍କର ମୋଟ ବ୍ୟବସାୟ ଏବେ ୮୪,୩୩୦ କୋଟିରେ ପହଞ୍ଚିଛି । ସେ ଧନୀ ମହିଳାଙ୍କ ମଧ୍ୟରେ ଟପ୍ ୫ରେ ଅଛନ୍ତି । ତାଙ୍କ ବାପା ଶିବ ନାଦର ୨୦୨୩ ଫୋର୍ବସ୍ ଧନୀ ତାଲିକାରେ ତୃତୀୟ ସ୍ଥାନରେ ଅଛନ୍ତି ।

ରେଖା ଝୁନଝୁନୱାଲା: ‘ ଫୋର୍ବସ୍ ଇଣ୍ଡିଆ ରିଚ୍ ଲିଷ୍ଟ’ର ୩୦ ତମ ସ୍ଥାନରେ ଅଛନ୍ତି ଭାରତର ବିଗ୍ ବୁଲ ଭାବେ ଜଣାଶୁଣା ନିବେଶକ ସ୍ୱର୍ଗତ ରାକେଶ ଝୁନଝୁନୱାଲାଙ୍କ ପତ୍ନୀ ରେଖା ଝୁନଝୁନୱାଲା । ତାଙ୍କର ନେଟ୍ଓର୍ଥ ଏବେ ୪୭,୬୫୦,୭୬ କୋଟି ରହିଥିବା ଦର୍ଶାଯାଇଛି ।

ଫାଲଗୁନି ନାୟାର: ବ୍ୟୁଟି ପ୍ରଡକ୍ଟ ନିର୍ମାତା ଭାରତର ସବୁଠୁ ବଡ କମ୍ପାନୀ ନାଇକାର ଫାଉଣ୍ଡର ଫାଲଗୁନି ନାୟର ମଧ୍ୟ ଦେଶର ଆଗଧାଡିର ଧନୀ ମହିଳା ଭାବେ ସ୍ଥାନ ପାଇଛନ୍ତି । ଫୋର୍ବସ୍ ତାଲିକା ଅନୁସାରେ, ତାଙ୍କ ମୋଟ୍ ନେଟଓର୍ଥ ୨୨,୧୯୨ କୋଟି ରହିଛି । ନାଇକାକୁ ୨୦୧୨ରେ ପ୍ରତିଷ୍ଠା କରିଥିଲେ ଫାଲଗୁନି । ୧୬୦ ଜଣ କର୍ମଚାରୀଙ୍କୁ ନେଇ ଆରମ୍ଭ ହୋଇଥିବା ଏବେ ବ୍ୟୁଟି ପ୍ରଡକ୍ଟ ଇଣ୍ଡଷ୍ଟ୍ରିରେ ଆଗୁଆ ରହିଛି ।

କିରଣ ମଜୁମଦାର ଶ : ଫାର୍ମା ସେକ୍ଟରର କମ୍ପାନୀ ‘ବାୟୋକନ୍’ର ଅଧ୍ୟକ୍ଷା କିରଣ ମଜୁମଦାର ଶ’ ଦୀର୍ଘ ବର୍ଷରୁ ଦେଶର ସବୁଠୁ ଧନୀ ମହିଳା ତାଲିକାରେ ରହିଆସୁଛନ୍ତି । ଫୋର୍ବସର ରିଅଲ ଟାଇମ ଇଣ୍ଡେକ୍ସ ମୁତାବକ, ଏବେ ତାଙ୍କର ମୋଟ୍ ନେଟଓର୍ଥ ୧୬,୪୩୮ କୋଟି ଟଙ୍କା । କରୋନା ସମୟରେ ତାଙ୍କ କମ୍ପାନୀ ଭଲ ଅଗ୍ରଗତି କରିଥିଲା । ୧୯୫୩ରେ ଜନ୍ମଲାଭ କରିଥିବା କିରଣ ୧୯୭୮ ରେ ବାୟୋକନ୍ କମ୍ପାନୀ ଆରମ୍ଭ କରିଥିଲେ । ୨୦୧୯ରେ ଫୋର୍ବସ୍ ମ୍ୟାଗାଜିନ୍ କିରଣଙ୍କୁ ଦୁନିଆର ସବୁଠୁ ଦକ୍ଷ ମହିଳାଙ୍କ ମଧ୍ୟରେ ୬୮ତମ ସ୍ଥାନରେ ରହିଥିଲେ ।