ବାରିପଦା ସର୍କିଟ ହାଉସରେ ମଧ୍ୟାହ୍ନ ଭୋଜନ କରିବେ ରାଷ୍ଟ୍ରପତି । ଆୟୋଜକଙ୍କ ପକ୍ଷରୁ ଦ୍ରୌପଦୀ ମୁର୍ମୁଙ୍କ ପାଇଁ ପ୍ରସ୍ତୁତି ହୋଇଛି ସ୍ୱତନ୍ତ୍ର ମେନ୍ୟୁ
କନକ ବ୍ୟୁରୋ: ବାରିପଦା ସର୍କିଟ ହାଉସରେ ମଧ୍ୟାହ୍ନ ଭୋଜନ କରିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ରାଷ୍ଟ୍ରପତି ଭବନରୁ ଆସିଥିବା ମେନୁ ଅନୁସାରେ ମହାମହିମଙ୍କ ପାଇଁ ପ୍ରସ୍ତୁତ ହେଉଛି ଖାଦ୍ୟ । ସୂଚନା ଅନୁସାରେ ମଧ୍ୟାହ୍ନ ଭୋଜନରେ ରାଷ୍ଟ୍ରପତି, ଜହ୍ନି ତରକାରୀ, ପରିବା ସିଝା, ବଥୁଆ ଶାଗ, ହରଡ ଡାଲି , ବାଜରା ରୋଟି, ମୁଗେଇ ଚାଉଳ ଭାତ, ମିଠା ଦହି, ଗ୍ରୀନ ସାଲାଡ୍ ,ପାମ୍ପଡ , ରସମଲେଇ ଖାଇବେ ।

Kanak News is now on WhatsApp
Join and get latest news updates delivered to you via WhatsApp
ବାୟୁସେନାର ସ୍ୱତନ୍ତ୍ର ବିମାନରେ ବାରିପଦା ପୁଲିସ ପଡିଆରେ ପହଞ୍ଚିବା ପରେ ସହିଦ ସ୍ମୃତି ଭବନରେ ଅଖିଳ ଭାରତୀୟ ସାନ୍ତାଳୀ ଲେଖକ ସଂଘର ୩୬ତମ ବାର୍ଷିକ ଉତ୍ସବରେ ଯୋଗ ଦେଇଛନ୍ତି ରାଷ୍ଟ୍ରପତି । ବାରିପଦାରେ ମଧ୍ୟାନ୍ନ ଭୋଜନ ପରେ ୨ଟା ୩୫ମିନିଟ୍ରେ କୁଳିଅଣା ବ୍ଲକର ଏକଲବ୍ୟ ମଡେଲ ଆବାସିକ ସ୍କୁଲର ଉଦଘାଟନ କରିବେ । ଏହାପରେ ଅପରାହ୍ଣ ୩ଟା ୧୫ ମିନିଟ୍ରେ ରାଇରଙ୍ଗପୁର ଅଭିମୂଖେ ବାହାରିବେ ।