କନକ ବ୍ୟୁରୋ: ବାରିପଦା ସର୍କିଟ ହାଉସରେ ମଧ୍ୟାହ୍ନ ଭୋଜନ କରିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ରାଷ୍ଟ୍ରପତି ଭବନରୁ ଆସିଥିବା ମେନୁ ଅନୁସାରେ ମହାମହିମଙ୍କ ପାଇଁ ପ୍ରସ୍ତୁତ ହେଉଛି ଖାଦ୍ୟ । ସୂଚନା ଅନୁସାରେ ମଧ୍ୟାହ୍ନ ଭୋଜନରେ ରାଷ୍ଟ୍ରପତି, ଜହ୍ନି ତରକାରୀ, ପରିବା ସିଝା, ବଥୁଆ ଶାଗ, ହରଡ ଡାଲି , ବାଜରା ରୋଟି, ମୁଗେଇ ଚାଉଳ ଭାତ, ମିଠା ଦହି, ଗ୍ରୀନ ସାଲାଡ୍ ,ପାମ୍ପଡ , ରସମଲେଇ ଖାଇବେ ।
ବାୟୁସେନାର ସ୍ୱତନ୍ତ୍ର ବିମାନରେ ବାରିପଦା ପୁଲିସ ପଡିଆରେ ପହଞ୍ଚିବା ପରେ ସହିଦ ସ୍ମୃତି ଭବନରେ ଅଖିଳ ଭାରତୀୟ ସାନ୍ତାଳୀ ଲେଖକ ସଂଘର ୩୬ତମ ବାର୍ଷିକ ଉତ୍ସବରେ ଯୋଗ ଦେଇଛନ୍ତି ରାଷ୍ଟ୍ରପତି । ବାରିପଦାରେ ମଧ୍ୟାନ୍ନ ଭୋଜନ ପରେ ୨ଟା ୩୫ମିନିଟ୍ରେ କୁଳିଅଣା ବ୍ଲକର ଏକଲବ୍ୟ ମଡେଲ ଆବାସିକ ସ୍କୁଲର ଉଦଘାଟନ କରିବେ । ଏହାପରେ ଅପରାହ୍ଣ ୩ଟା ୧୫ ମିନିଟ୍ରେ ରାଇରଙ୍ଗପୁର ଅଭିମୂଖେ ବାହାରିବେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2023/11/15-14.jpg)