ମୋଦୀଙ୍କ ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ । ଶପଥ ନେଲେ ୪୩ ଜଣ ମନ୍ତ୍ରୀ । ଜାଣନ୍ତୁ, କାହାକୁ କ୍ୟାବିନେଟ୍ ପାହ୍ୟା, କାହାକୁ ରାଷ୍ଟ୍ରମନ୍ତ୍ରୀ ପାହ୍ୟା?

230

କନକ ବ୍ୟୁରୋ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ନିଜ ୨ୟ ପାଳି ସରକାରର ପ୍ରଥମ ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ କରିଛନ୍ତି । ଯେଉଁଥିରେ ୪୩ ଜଣ ନେତା ମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି । ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏହି ନେତାମାନଙ୍କୁ ଆଜି ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି । ଏହାପରେ ସେମାନଙ୍କୁ ଖୁବଶୀଘ୍ର ବିଭାଗ ବଣ୍ଟନ ହେବ ବୋଲି ସୂଚନା ମିଳୁଛି । ତେବେ ଏହି ୪୩ ଜଣ ମନ୍ତ୍ରୀଙ୍କ ମଧ୍ୟରୁ ୧୫ ଜଣ ମନ୍ତ୍ରୀ କ୍ୟାବିନେଟ୍ ମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିବାବେଳେ ବାକି ୨୮ ଜଣ ମନ୍ତ୍ରୀ ରାଷ୍ଟ୍ରମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି ।

ତେବେ ଜାଣନ୍ତୁ…

କ୍ୟାବିନେଟ୍ ମନ୍ତ୍ରୀ

୧. ଅନୁରାଗ ସିଂହ ଠାକୁର
୨. ଅଶ୍ୱିନୀ ବୈଷ୍ଣବ
୩. କିରେନ ରିଜିଜୁ
୪. ଗଙ୍ଗାପୁରମ୍‌ କିଷନ ରେଡ୍ଡୀ
୫. ଜ୍ୟୋତିରାଦିତ୍ୟ ସିନ୍ଧିଆ
୬. ଡ. ବୀରେନ୍ଦ୍ର କୁମାର
୭. ନାରାୟଣ ରାଣେ
୮. ପଶୁପତି କୁମାର ପାରସ
୯. ପୁରୁଷୋତ୍ତମ ରୁପାଲା
୧୦. ଭୂପେନ୍ଦର ୟାଦବ
୧୧. ମନ୍‌ସୁଖ୍‌ ମାଣ୍ଡଭିୟା
୧୨. ରାଜକୁମାର ସିଂହ
୧୩. ରାମଚନ୍ଦ୍ର ପ୍ରସାଦ ସିଂହ
୧୪. ସର୍ବାନନ୍ଦ ସନୋୱାଲ
୧୫. ହରଦୀପ ସିଂହ ପୁରୀ

ରାଷ୍ଟ୍ରମନ୍ତ୍ରୀ

୧. ଅଜୟ କୁମାର
୨. ଅଜୟ ଭଟ୍ଟ
୩. ଅନୁପ୍ରିୟା ସିଂହ ପଟେଲ
୪. ଅନ୍ନପୂ୍ର୍ଣା ଦେବୀ
୫. ଇଂ. ବିଶ୍ୱେଶ୍ୱର ଟୁଡୁ
୬. ଏ. ନାରାୟଣସ୍ୱାମୀ
୭. କପିଲ ମୋରେଶ୍ୱର ପାଟିଲ
୮. କୌଶଲ କିଶୋର
୯. ଚୌହାନ ଦେବୁସିଂହ
୧୦. ଜନ୍‌ ବାର୍ଲା
୧୧. ଡ. ଭଗୱତ କିଶନରାଓ କରଡ
୧୨. ଡ. ଭାରତୀ ପ୍ରବୀଣ ପାୱାର
୧୩. ଡ. ମୁଂଜାପରା ମହେନ୍ଦ୍ରଭାଇ
୧୪. ଡ. ରାଜକୁମାର ରଂଜନ ସିଂହ
୧୫. ଡ. ଲୋକନାଥନ୍‌ ମୁରୁଗାନ୍‌
୧୬. ଡ. ସତ୍ୟପାଲ ସିଂହ ବଘେଲ
୧୭. ଡ. ସୁଭାଷ ସରକାର
୧୮. ଦର୍ଶନ ବିକ୍ରମ ଜାରଦୋସ
୧୯. ନିଶୀଥ ପ୍ରମାଣିକ
୨୦. ପଙ୍କଜ ଚୌଧୁରୀ
୨୧. ପ୍ରତିମା ଭୌମିକ୍‌
୨୨. ବି.ଏଲ୍‌. ବର୍ମା
୨୩. ଭଗୱନ୍ତ ଖୁବା
୨୪. ଭାନୁପ୍ରତାପ ସିଂହ ବର୍ମା
୨୫. ମୀନାକ୍ଷୀ ଲେଖି
୨୬. ରାଜୀବ ଚନ୍ଦ୍ରଶେଖର
୨୭. ଶାନ୍ତନୁ ଠାକୁର
୨୮ ଶୋଭା କରନ୍ଦଲାଜେ