କନକ ବ୍ୟୁରୋ: ଟି-୨୦ ଦଳର ଅଧିନାୟକ ପଦରୁ ଓହରିବା ନେଇ ନିଷ୍ପତ୍ତି ନେଇସାରିଛନ୍ତି ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି । ଆଇସିସି ଟି-୨୦ ବିଶ୍ୱକପ୍ ପରେ ସେ ଭାରତୀୟ କ୍ରିକେଟ ଦଳର ଟି-୨୦ ଅଧିନାୟକ ପଦରୁ ଅବସର ନେବେ । ତେବେ ଟି-୨୦ରେ ଅଧିନାୟକ ଭାବେ ବିରାଟ କୋହଲିଙ୍କ ପ୍ରଦର୍ଶନ କିପରି ଥିଲା ସେ ଉପରେ ଥରେ ନଜର ପକାନ୍ତୁ...
ମହେନ୍ଦ୍ର ସିଂହ ଧୋନୀଙ୍କ ପରେ ଟିମ୍ ଇଣ୍ଡିଆର ଅଧିନାୟକ ଭାର କୋହଲିଙ୍କ ଉପରକୁ ଆସିଥିଲା । ଏହାପରଠାରୁ କୋହଲି ମୋଟ ୪୫ଟି ଅନ୍ତର୍ଜାତୀୟ ଟି-୨୦ ମ୍ୟାଚରେ ଭାରତୀୟ ଦଳର ଅଧିନାୟକ ରହିଥିଲେ । ସେ ଭିତରୁ ସେ ୨୫ଟି ମ୍ୟାଚରେ ଜିତାପଟ ହାସଲ କରିଥିବାବେଳେ ୧୪ଟି ପରାଜୟ ଭୋଗିଥିଲେ । ତା ଭିତରୁ ଦୁଇଟି ମୁକାବିଲା ଡ୍ର ହୋଇଥିବାବେଳେ ଗୋଟିଏ ବାତିଲ ହୋଇଥିଲା । ଅଧିନାୟକ ଭାବେ କୋହଲିଙ୍କ ଜିତ୍ ପ୍ରତିଶତ ୬୫.୧୧ ପ୍ରତିଶତ ରହିଥିଲା ।
ଟି-୨୦ ଦଳର ଅଧିନାୟକ ଭାବେ କୋହଲି ପ୍ରଥମ ଥର ପାଇଁ ଆଇସିସି ବିଶ୍ୱକପ୍ ଖେଳିବେ । ଯାହାକି ଅଧିନାୟକ ଭାବେ ତାଙ୍କର ଶେଷ ଟି-୨୦ ବିଶ୍ୱକପ୍ ହେବ । ଏହାପୂର୍ବରୁ ସମସ୍ତ ଟି-୨୦ ବିଶ୍ୱକପରେ ଧୋନୀ ହିଁ ଦଳର ନେତୃତ୍ୱ ନେଉଥିଲେ । କୋହଲି ନେତୃତ୍ୱ ନେବା ପରଠାରୁ ଭାରତ ଆଇସିସି ଟି-୨୦ ବିଶ୍ୱକପ୍ ଖେଳିନାହିଁ । ତେଣୁ ତାଙ୍କ ଅଧିନାୟକ ଭାବେ ଏହି ଟି-୨୦ ବିଶ୍ୱକପ ହେବ କୋହଲିଙ୍କ ଶେଷ ଟି-୨୦ ବିଶ୍ୱକପ୍ ।
ଅନ୍ୟପଟେ କୋହଲିଙ୍କ ପରେ ଟିମ୍ ଇଣ୍ଡିଆର କ୍ୟାପଟେନ୍ କିଏ ହେବ,ସେ ନେଇ ମଧ୍ୟ ଚର୍ଚ୍ଚା ବଢିଛି । ରୋହିତ ଶର୍ମା ଏଯାବତ ୧୯ଟି ଟି-୨୦ ମ୍ୟାଚରେ ଭାରତୀୟ ଦଳର ଅଧିନାୟକତ୍ୱ କରିଛନ୍ତି । ଯେଉଁଥିରେ ୧୫ଟି ମ୍ୟାଚରେ ଦଳ ଜିତିଥିବାବେଳେ ୪ଟି ପରାଜୟ ବରଣ କରିଛି । ଟି-୨୦ ମ୍ୟାଚରେ ଅଧିନାୟକ ଭାବେ ରୋହିତଙ୍କ ଜିତ୍ ପ୍ରତିଶତ ରହିଛି ୭୮.୯୪ ପ୍ରତିଶତ । ତେଣୁ କୋହଲିଙ୍କ ପରେ ତାଙ୍କୁ ଦଳର ଅଧିନାୟକ ପଦ ମିଳିବା ନେଇ ଚର୍ଚ୍ଚା ହେଉଛି ।
ସୂଚନାଯୋଗ୍ୟ ଯେ, ବିଶ୍ୱ ଟେଷ୍ଟ ଚାମ୍ପିୟନସିପ୍ ଫାଇନାଲ ପରାଜୟ ପରେ କୋହଲିଙ୍କ ଅଧିନାୟକତ୍ୱକୁ ନେଇ ପ୍ରଶ୍ନ ଉଠିଥିଲା । କ୍ରିକେଟ୍ ବିଶେଷଜ୍ଞମାନେ ତାଙ୍କ ବଦଳରେ ରୋହିତଙ୍କୁ ଦଳର ଅଧିନାୟକ ପଦ ଦେବାକୁ ପରାମର୍ଶ ଦେଇଥିଲେ । ଆଉ ଏବେ କୋହଲିଙ୍କ ଅଧିନାୟକ ପଦରୁ ଓହରିବା ସହିତ ରୋହିତଙ୍କୁ ଏହି ପଦ ମିଳିବା ଏକ ପ୍ରକାରର ପକ୍କା ହୋଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/post_attachments/wp-content/uploads/2021/09/kohli-1.jpg)