ଆଜି ବିଶ୍ୱ ହୃଦୟ ଦିବସ : ୱାଲ୍ଡ ହାର୍ଟ ଡେ ରେ ହୃଦୟକୁ ରଖନ୍ତୁ ସୁସ୍ଥ, କରନ୍ତୁ ଏସବୁ କାମ

Advertisment
ଆଜି ବିଶ୍ୱ ହୃଦୟ ଦିବସ : ୱାଲ୍ଡ ହାର୍ଟ ଡେ ରେ ହୃଦୟକୁ ରଖନ୍ତୁ ସୁସ୍ଥ, କରନ୍ତୁ ଏସବୁ କାମ

source : gazeta-marfino.ru

ହୃଦୟକୁ ସୁସ୍ଥ ରଖିବା ପାଇଁ ଶାରୀରିକ ବ୍ୟାୟାମ ଜରୁରୀ। ପ୍ରତିଦିନ ୧୫ ମିନିଟ୍ ପାଇଁ ବ୍ୟାୟାମ କଲେ ଷ୍ଟ୍ରୋକ୍ ଓ ହୃଦରୋଗ (ହାର୍ଟ ଆଟାକ୍)ରୁ ତ୍ରାହି ମିଳିଥାଏ। ଆମେରିକାର ହାର୍ଟ୍ ଏସୋସିଏସନ୍ (ଏଏଚଏ) ଅନୁସାରେ ସୁସ୍ଥ ହୃଦୟ ପାଇଁ ସପ୍ତାହର ଅଧିକାଂଶ ଦିନରେ କେବଳ ୩୦ ମିନିଟ୍ ବ୍ୟାୟାମ କଲେ ଯଥେଷ୍ଟ। ୱାର୍ଲ୍ଡ ହାର୍ଟ୍ ଫେଡେରେସନ୍ ପ୍ରତିବର୍ଷ ୨୯ ଡିସେମ୍ବରରେ ବିଶ୍ୱ ହୃଦୟ ଦିବସ ପାଳନ କରିଥାଏ। ଏହା ମାଧ୍ୟମରେ ଲୋକଙ୍କ ପାଖକୁ ହୃଦଜନିତ ସମସ୍ୟାରୁ ମୁକୁଳିବା ଓ ହୃଦୟକୁ ସୁସ୍ଥ ରଖିବା ପ୍ରତି ଜାଗୃତ କରିଥାଏ। ଏହି ଅବସରରେ ସ୍ପୋଟର୍ସ ମେଡିସିନ୍ ଏକ୍ସପର୍ଟ ଓ ଆର୍ଥୋସ୍କୋପି ସର୍ଜନଙ୍କ କହିବା ଅନୁସାରେ ଏହି ୫ଟି ବ୍ୟାୟାମ କରିବା ଦ୍ୱାରା ଆପଣଙ୍କ ହୃଦୟ ସର୍ବଦା ସୁସ୍ଥ ରହିବ।

ଚାଲିବା,ସୁସ୍ଥ ରହିବାର ସବୁଠୁ ସହଜ ଉପାୟ : ଚାଲିବା ସବୁଠୁ ଆନନ୍ଦଦାୟକ, ସୁରକ୍ଷିତ, ଶସ୍ତା ଓ ପ୍ରାୟ ସମସ୍ତ ବ୍ୟକ୍ତି ନିଜର ବ୍ୟସ୍ତବହୁଳ ଜୀବନଶୈଳୀରୁ ସମୟ ବାହାର କରିପାରିବେ। ଏକ ସୁସ୍ଥ ହୃଦୟ ପାଇଁ ପ୍ରତିଦିନ ୩୦ –୪୫ ମିନିଟ୍ ଚାଲିବା ଉଚିତ୍, ଯାହା ଏକ ସରଳ ଉପାୟ ମଧ୍ୟ ଅଟେ।

ଜଗିଙ୍ଗ୍, ବୟସ ଅନୁସାରେ ଜାଣନ୍ତୁ ନିଜର ହାଟର୍ବିଟ ରେଟ୍ : ଜଗିଙ୍ଗ୍ ମଧ୍ୟ ସୁସ୍ଥ ରହିବା ପାଇଁ ଏକ ଭଲ ଉପାୟ। ପ୍ରତିଦିନ ୧୦-୧୫ ମିନିଟ୍ ପର୍ଯ୍ୟନ୍ତ ଏହାକୁ ଅଭ୍ୟାସ କରିବା ଉଚିତ୍। ଜଗିଙ୍ଗ ଦ୍ୱାରା ଟାର୍ଗେଟ୍ ହାଟର୍ରେଟ ୬୦-୭୫ ପ୍ରତିଶତ ହେବା କଥା । ଏକ ସୁସ୍ଥ ହୃଦୟ (୫୦ ବର୍ଷୀୟ ବ୍ୟକ୍ତି) ପାଇଁ ପ୍ରତି ମିନିଟରେ ହାର୍ଟ ବିଟରେଟ୍ ୧୨୦-୧୨୫ ରହିବା ଦରକାର।

ସାଇକ୍ଲିଙ୍ଗ୍, ଆଣ୍ଠୁ ଓ ପିଠିର ଦରଜ ମଧ୍ୟ ଭଲ ହୋଇଥାଏ : ପ୍ରତିଦିନ ପ୍ରାୟ ୨୫-୩୦ ମିନିଟ୍ ପର୍ଯ୍ୟନ୍ତ ସାଇକେଲ ଚଲାଇବା ଦ୍ୱାରା ଶରୀରକୁ ଅନେକ ପ୍ରକାର ଫାଇଦା ପହଞ୍ଚିଥାଏ। ମାତ୍ର ଅନେକ ଲୋକଙ୍କ ଗଣ୍ଠି ଦରଜ ଓ ଅଣ୍ଟା ଦରଜ ସମସ୍ୟା ରହିଥିବାରୁ ସେମାନେ ଅଧିକ ଦୂର ଜଗିଙ୍ଗ୍ କରିପାରନ୍ତି ନାହିଁ। ଜିମ୍ କିମ୍ବା ଘରେ ଷ୍ଟେସନାରି ବାଇକିଙ୍ଗ୍ ମଧ୍ୟ ସୁସ୍ଥ ରହିବା ପାଇଁ ଖାସ୍ ଉପାୟ ଅଟେ। ଏହା ଦ୍ୱାରା ହାଟର୍ବିଟ ରେଟ୍ ଠିକ ରହିଥାଏ।

ସନ୍ତରଣ : ସନ୍ତରଣ, ସୁସ୍ଥ ରହିବାର ଏକ ବହୁତ୍ ଭଲ ଉପାୟ ଅଟେ। ସେଥିପାଇଁ ପ୍ରତି ସପ୍ତାହରେ ପ୍ରାୟ ୨.୫-୩ ଘଣ୍ଟା ସନ୍ତରଣ କରିବା ପାଇଁ କୁହାଯାଇଥାଏ। ଏହା ଗଣ୍ଠି ଓ ଅଣ୍ଟା ଦରଜ ହେଉଥିବା ବ୍ୟକ୍ତିଙ୍କ ପାଇଁ ମଧ୍ୟ ବହୁ ଲାଭଦାୟକ ଅଟେ। ସନ୍ତରଣ ଜାଣି ନଥିବା ବ୍ୟକ୍ତି ମଧ୍ୟ ଅଣ୍ଟା ପର୍ଯ୍ୟନ୍ତ ଥିବା ପାଣିରେ ଚାଲିବା ମଧ୍ୟ ଲାଭଦାୟକ ହୋଇଥାଏ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe