କେମିତି ଦୁର୍ନୀତିର ଜାଲ ବୁଣୁଥିଲା ବିରଞ୍ଚି ସାହୁ? ନିଯୁକ୍ତି ନା’ରେ କେମିତି ଲୁଟୁଥିଲା ପୁଳା ପୁଳା ଟଙ୍କା? ପଢନ୍ତୁ ପୂରା କାହାଣୀ…

319
  • କେମିତି ଦୁର୍ନୀତିର ଜାଲ ବୁଣୁଥିଲା ବିରଞ୍ଚି ସାହୁ?
  • ନିଯୁକ୍ତି ନା’ରେ କେମିତି ହେଉଥିଲା ଦୁର୍ନୀତି?
  • ସାମ୍ନାକୁ ଆସିଲା ଓଏସଏସସିରେ ଦୁର୍ନୀତି ଗୁମର!

ସାଧାରଣ ସରକାରୀ ଚାକିରିଆରୁ କେମିତି କୋଟି କୋଟି ଟଙ୍କାର ମାଲିକ ବନିଲେ ପିଏସ୍ ବିରଞ୍ଚି ସାହୁ, ତାର ଏକ ସାଂଘାତିକ୍ ତଥ୍ୟ ସାମ୍ନାକୁ ଆସିଛି । ଓଡ଼ିଶା ଷ୍ଟାଫ ସିଲେକ୍ସନ୍ କମିଶନ ଏବଂ କମିଶନଙ୍କ ଅଧ୍ୟକ୍ଷଙ୍କ ନାଁ ନେଇ ଏବଂ ଦୁର୍ନୀତିର ଜାଲ ବୁଣି ସେ ଶହ ଶହ ଚାକିରି ଆଶୀୟୀଙ୍କଠାରୁ ଲୁଟି ନେଉଥିଲେ ଲକ୍ଷ ଲକ୍ଷ ଟଙ୍କା ବୋଲି ଅଭିଯୋଗ ଆସିଛି ।

ଚାକିରି ଦୁର୍ନୀତିକୁ ଅତି ନିକଟରୁ ଦେଖିଥିବା ଜଣେ ଯୁବକ ଯେଉଁ କାହାଣୀ କହିଛନ୍ତି, ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେବ । ୧୯୯୭-୯୮ ମସିହାର କଥା, ସେତେବେଳେ ଏସଆଇ ପଦ ପାଇଁ ନିଯୁକ୍ତି ବାହାରିଥାଏ ଆଉ ଚାକିରି ପାଇଁ ଆବେଦନ କରିଥାନ୍ତି ପ୍ରାୟ ୮୦ ହଜାର ପିଲା । ଯେଉଁ ଚାକିରି ଆଶାୟୀ ଏଥିରେ ପାସ୍ ହୋଇଥିଲେ, ଠିକ୍ ସେହିମାନଙ୍କୁ ଯୋଗାଯୋଗ କରିଥିଲା ବିରଞ୍ଚି ଆଉ ଲୁଟୁଥିଲା ଟଙ୍କା ।

ରେଜଲ୍ଟ ପ୍ରକାଶ ପାଇବା ପୂର୍ବରୁ କିଏ କିଏ ଚାକିରି ପାଇଛନ୍ତି ଓଏସଏସସି ଅଫିସ୍ରୁ ଜାଣି ଯାଉଥିଲା ବିରଞ୍ଚିି ଆଉ ସେହିମାନଙ୍କୁ ହିଁ ଯୋଗାଯୋଗ କରୁଥିଲା । ଚାକିରି କରାଇ ଦେବି କହି ଜଣେ ଜଣେ ପିଲାଙ୍କ ଠାରୁ ସେହି ସମୟରେ ୫୦ରୁ ୬୦ ହଜାର ଟଙ୍କା ଆଦାୟ କରୁଥିଲା । ଯୋଗ୍ୟତା ଆଧାରରେ ପିଲା ଚାକିରି ପାଉଥିଲେ, କିନ୍ତୁ ବିରଞ୍ଚିି କହୁୁଥିଲା ସବୁ ଧରାକରାରେ ହୋଇଛି । ଆଜି ପିଏସ୍ ଥିବା ବିରଞ୍ଚି ସାହୁ, ସେତେବେଳେ ଓଏସଏସସି କାର୍ଯ୍ୟାଳୟରେ ଷ୍ଟେନୋ ଥିଲେ । ତେଣୁ କେଉଁ ପରୀକ୍ଷାରେ କିଏ ପାସ୍ କଲେ ତାହା ଜାଣିବା ତାଙ୍କ ପାଇଁ ସହଜ ହେଉଥିଲା । ଯାହା ଫାଇଦା ନେଇ ନିଯୁକ୍ତି ନାଁରେ ଦୁର୍ନୀତି କରୁଥିଲେ ବିରଞ୍ଚିି ସାହୁ ।