କେମିତି ହୋଇଥିଲା ସୌମ୍ୟରଞ୍ଜନଙ୍କ ମୃତ୍ୟୁ? ପଢନ୍ତୁ, ପୂରା ଘଟଣାକ୍ରମ…

1,215

କନକ ବ୍ୟୁରୋ: ଏସିଏଫ୍ ସୌମ୍ୟ ରଞ୍ଜନ ମହାପାତ୍ରଙ୍କ ମୃତ୍ୟୁର ସତ କ’ଣ ତାକୁ ନେଇ ସାରା ରାଜ୍ୟରେ ଚର୍ଚ୍ଚା ଲାଗିରହିଛି । ତାଙ୍କୁ ହତ୍ୟା କରାଯାଇଛି, ନା ସେ ଆତ୍ମହତ୍ୟା କରିଛନ୍ତି ତାହା ଏବେ ବି ପ୍ରଶ୍ନବାଚୀ ରହିଛି । ତେବେ ଏହା ଏକ ଦୁର୍ଘଟଣାଜନିତ ମୃତ୍ୟୁ ମଧ୍ୟ ହୋଇପାରେ ବୋଲି ତଦନ୍ତ ଚାଲିଛି । ଏସବୁ ଭିତରେ ସୌମ୍ୟରଞ୍ଜନଙ୍କ ପତ୍ନୀ ବିଦ୍ୟାଭାରତୀ ଓ ରୋଷେୟାଙ୍କୁ ଜେରା କରି ପୋଲିସ ମୃତ୍ୟୁ ବିଷୟରେ ତଥ୍ୟ ସଂଗ୍ରହ କରିଛି । ଏମାନେ ପୋଲିସ ଆଗରେ ଯାହା ବୟାନ ଦେଇଛନ୍ତି, ସେ ନେଇ କିଛି ସୂଚନା ମିଳିଛି ।

୧- ଜୁଲାଇ ୧୨ ତାରିଖ ସୋମବାର ଦିନ ପ୍ରାୟ ରାତି ସାଢେ ୮ଟାରେ ସୌମ୍ୟଙ୍କ ପତ୍ନୀ ବିଦ୍ୟାଭାରତୀ ରୋଷେଇ ଘରେ ରୋଷେଇ କରୁଥିଲେ

୨- ହଠାତ୍ ରୋଷେଇ ଘର ଆଗରେ ଠିଆ ହୋଇ ସୌମ୍ୟ କହିଲେ, “ଦେଖ ମୁଁ ଜଳୁଛି’

୩- ସୌମ୍ୟ ଏକ ରାଉଣ୍ଡ ନେକ୍ ଟି-ସାର୍ଟ ପିନ୍ଧିଥିଲେ ଏବଂ ତାଙ୍କ ଟି-ସାର୍ଟ ଜଳୁଥିଲା

୪- ବିଦ୍ୟାଭାରତୀ ଦୌଡି ଯାଇ ଟି-ସାର୍ଟ ଖୋଲିବା ପାଇଁ ଚେଷ୍ଟା କଲେ, କିନ୍ତୁ ଖୋଲି ପାରିଲେ ନାହିଁ

୫- ବାଥରୁମକୁ ଦୌଡି ଯାଇ ପାଣି ଆଣିବା ପାଇଁ ଚେଷ୍ଟା କଲେ କିନ୍ତୁ ଝୁଣ୍ଟି ପଡିଗଲେ ଏବଂ ବାହାରକୁ ଯାଇ ଜୋରରେ ଚିତ୍କାର କଲେ

୬- ଚିତ୍କାର ଶୁଣି ରୋଷେୟା ଦୌଡି ଆସିଲେ ଏବଂ ବାଥରୁମକୁ ଯାଇ ପାଣି ଆଣି ଢାଳିଲେ

୭- ଏହାପରେ ଡିଏଫଓଙ୍କ ଗାଡିରେ ତାଙ୍କୁ ପାରଳାଖେମୁଣ୍ଡି ସ୍ୱାସ୍ଥ୍ୟକେନ୍ଦ୍ର ନିଆଗଲା

୮- ଏହା ପରେ ତାଙ୍କୁ କଟକ ଅଶ୍ୱିନୀ ଡାକ୍ତରଖାନାକୁ ନିଆଯାଇଥିଲା

୯- ୧୩ ତାରିଖ ସକାଳ ୯ଟାରେ ଆଖି ବୁଜିଦେଲେ ସୌମ୍ୟରଞ୍ଜନ

ବିଦ୍ୟାଭାରତୀ ଏବଂ ରୋଷେୟାଙ୍କୁ ଜେରା କରିବା ପରେ ପୂରା ଘଟଣାକ୍ରମକୁ ପ୍ରସ୍ତୁତ କରୁଛି ପୋଲିସ । ଉଭୟ ବିଦ୍ୟାଭାରତୀ ଏବଂ ରୋଷେୟା ପୁଲିସକୁ ସେଦିନର ଘଟଣାକ୍ରମ ବିଷୟରେ ବିସ୍ତୃତ ଭାବେ କହିଛନ୍ତିି । ଏହାଛଡା ପୁଲିସ ସୌମ୍ୟରଞ୍ଜନଙ୍କ ମୃତ୍ୟୁକାଳୀନ ଜମାନବନ୍ଦୀକୁ ବିଚାର କରି କେସ୍ ପ୍ରସ୍ତୁତ କରୁଛି ।