ଅଗଷ୍ଟ ମାସର ଗାଇଡଲାଇନ୍ ଆଣିଲେ ରାଜ୍ୟ ସରକାର । ପଢନ୍ତୁ, ସମ୍ପୂର୍ଣ୍ଣ ନିୟମାବଳୀ

1,049

କନକ ବ୍ୟୁରୋ: ଅଗଷ୍ଟ ମାସ ପାଇଁ ନୂଆ ଗାଇଡଲାଇନ୍ ଆଣିଛନ୍ତି ରାଜ୍ୟ ସରକାର । ଯେଉଁଥିରେ ଅନେକ କଟକଣାକୁ କୋହଳ କରାଯାଇଥିବାବେଳେ ଜୀବନଜୀବିକାକୁ ଗୁରୁତ୍ୱ ଦିଆଯାଇଛି । ସକାଳ ୬ଟାରୁ ରାତି ୮ଟା ଯାଏଁଁ ସାରା ରାଜ୍ୟରେ ଦୋକାନ, ବଜାର ଖୋଲିବାକୁ ଅନୁମତି ଦିଆଯାଇଥିବାବେଳେ ରେଷ୍ଟୁରାଣ୍ଟ, ଢାବା ଆଦି ଖୋଲିବାକୁ ମଧ୍ୟ ଅନୁମତି ଦେଇଛନ୍ତି ରାଜ୍ୟ ସରକାର ।

ତେବେ ନଜର ପକାନ୍ତୁ, ରାଜ୍ୟ ସରକାରଙ୍କ ସମସ୍ତ ନୂଆ ନିୟମ ଉପରେ…

  • ଆସିଲା ଅଗଷ୍ଟ ମାସର ଗାଇଡଲାଇନ
  • ନୂଆ ଗାଇଡଲାଇନ୍ ସେପ୍ଟେମ୍ବର ୧ ତାରିଖ ସକାଳ ୬ ଯାଏଁ ବଳବତ୍ତର
  • ସାରା ରାଜ୍ୟରେ ରାତି ୮ଟା ପର୍ଯ୍ୟନ୍ତ ଖୋଲିବ ଦୋକାନ ଓ ବଜାର
  • କେବଳ ଭୁବନେଶ୍ୱର , କଟକ ଓ ପୁରୀରେ ସପ୍ତାହାନ୍ତ ସଟଡାଉନ ଜାରି ରହିବ
  • ସପ୍ତାହାନ୍ତ ସଟଡାଉନାର ଦୋକାନ ବଜାର ବନ୍ଦ ରହିବ
  • ସାରା ରାଜ୍ୟରେ ନାଇଟ କର୍ଫ୍ୟୁ ରାତି ୮ଟାରୁ ସକାଳ ୬ଟା ଯାଏଁ ଜାରି ରହିବ
  • ମଲ, ହଲ ଓ ପାର୍କ ଖୋଲିବାକୁ ଅନୁମତି ଦେଲେ ରାଜ୍ୟ ସରକାର
  • ୫୦ ପ୍ରତିଶତ ଦର୍ଶକଙ୍କୁ ନେଇ ଖୋଲିବ ହଲ
  • ମଲ, ହଲ, ରେଷ୍ଟୁରାଣ୍ଟରେ ଡବଲ ଡୋଜ ଟୀକା ନେଇଥିଲେ ପ୍ରବେଶ ଅନୁମତି
  • ଧାର୍ମିକ, ସାଂସ୍କୃତିକ ଓ ରାଜନୈତିକ ସମାବେଶକୁ ମିଳିନି ଅନୁମତି
  • ସାପ୍ତାହିକ ହାଟ ଓ ଦୈନିକ ହାଟ ଖୋଲା ରହିବ
  • ରାଜ୍ୟ ଭିତରେ ବସ୍ ଚଳାଚଳ ଜାରି ରହିବ
  • ଜିଲ୍ଲାପାଳ, ମ୍ୟୁନିସିପାଲ କମିଶନର ଅନୁମତି ପରେ ଖୋଲିବ ଧର୍ମାନୁଷ୍ଠାନ
  • ଜଗନ୍ନାଥ ମନ୍ଦିର ଓ ଲିଙ୍ଗରାଜ ମନ୍ଦିର ଖୋଲିବା ନେଇ ମନ୍ଦିର ପ୍ରଶାସନ ଓ ପରିଚାଳନା କମିଟି ସହ ଆଲୋଚନା ପରେ ନିଆଯିବ ନିଷ୍ପତ୍ତି
  • ମନ୍ଦିର ଭିତରେ ଭୋଗ ଚଢାଇ ପାରିବେନି ଭକ୍ତ
  • ଆହାର ସେଣ୍ଟର ଖୋଲିବାକୁ ଅନୁମତି ଦେଲେ ରାଜ୍ୟ ସରକାର
  • ଯାତ୍ରା, ଅପେରା, ମୁକ୍ତାକାଶ ରଙ୍ଗମଞ୍ଚ ୫୦ ପ୍ରତିଶତରେ ଚାଲିବ
  • ୱାଟର ପାର୍କ, ନନ୍ଦନକାନନ ଆଦି ଖୋଲିପାରିବ