କନକ ବ୍ୟୁରୋ: ଅଗଷ୍ଟ ମାସ ପାଇଁ ନୂଆ ଗାଇଡଲାଇନ୍ ଆଣିଛନ୍ତି ରାଜ୍ୟ ସରକାର । ଯେଉଁଥିରେ ଅନେକ କଟକଣାକୁ କୋହଳ କରାଯାଇଥିବାବେଳେ ଜୀବନଜୀବିକାକୁ ଗୁରୁତ୍ୱ ଦିଆଯାଇଛି । ସକାଳ ୬ଟାରୁ ରାତି ୮ଟା ଯାଏଁଁ ସାରା ରାଜ୍ୟରେ ଦୋକାନ, ବଜାର ଖୋଲିବାକୁ ଅନୁମତି ଦିଆଯାଇଥିବାବେଳେ ରେଷ୍ଟୁରାଣ୍ଟ, ଢାବା ଆଦି ଖୋଲିବାକୁ ମଧ୍ୟ ଅନୁମତି ଦେଇଛନ୍ତି ରାଜ୍ୟ ସରକାର ।
ତେବେ ନଜର ପକାନ୍ତୁ, ରାଜ୍ୟ ସରକାରଙ୍କ ସମସ୍ତ ନୂଆ ନିୟମ ଉପରେ...
- ଆସିଲା ଅଗଷ୍ଟ ମାସର ଗାଇଡଲାଇନ
- ନୂଆ ଗାଇଡଲାଇନ୍ ସେପ୍ଟେମ୍ବର ୧ ତାରିଖ ସକାଳ ୬ ଯାଏଁ ବଳବତ୍ତର
- ସାରା ରାଜ୍ୟରେ ରାତି ୮ଟା ପର୍ଯ୍ୟନ୍ତ ଖୋଲିବ ଦୋକାନ ଓ ବଜାର
- କେବଳ ଭୁବନେଶ୍ୱର , କଟକ ଓ ପୁରୀରେ ସପ୍ତାହାନ୍ତ ସଟଡାଉନ ଜାରି ରହିବ
- ସପ୍ତାହାନ୍ତ ସଟଡାଉନାର ଦୋକାନ ବଜାର ବନ୍ଦ ରହିବ
- ସାରା ରାଜ୍ୟରେ ନାଇଟ କର୍ଫ୍ୟୁ ରାତି ୮ଟାରୁ ସକାଳ ୬ଟା ଯାଏଁ ଜାରି ରହିବ
- ମଲ, ହଲ ଓ ପାର୍କ ଖୋଲିବାକୁ ଅନୁମତି ଦେଲେ ରାଜ୍ୟ ସରକାର
- ୫୦ ପ୍ରତିଶତ ଦର୍ଶକଙ୍କୁ ନେଇ ଖୋଲିବ ହଲ
- ମଲ, ହଲ, ରେଷ୍ଟୁରାଣ୍ଟରେ ଡବଲ ଡୋଜ ଟୀକା ନେଇଥିଲେ ପ୍ରବେଶ ଅନୁମତି
- ଧାର୍ମିକ, ସାଂସ୍କୃତିକ ଓ ରାଜନୈତିକ ସମାବେଶକୁ ମିଳିନି ଅନୁମତି
- ସାପ୍ତାହିକ ହାଟ ଓ ଦୈନିକ ହାଟ ଖୋଲା ରହିବ
- ରାଜ୍ୟ ଭିତରେ ବସ୍ ଚଳାଚଳ ଜାରି ରହିବ
- ଜିଲ୍ଲାପାଳ, ମ୍ୟୁନିସିପାଲ କମିଶନର ଅନୁମତି ପରେ ଖୋଲିବ ଧର୍ମାନୁଷ୍ଠାନ
- ଜଗନ୍ନାଥ ମନ୍ଦିର ଓ ଲିଙ୍ଗରାଜ ମନ୍ଦିର ଖୋଲିବା ନେଇ ମନ୍ଦିର ପ୍ରଶାସନ ଓ ପରିଚାଳନା କମିଟି ସହ ଆଲୋଚନା ପରେ ନିଆଯିବ ନିଷ୍ପତ୍ତି
- ମନ୍ଦିର ଭିତରେ ଭୋଗ ଚଢାଇ ପାରିବେନି ଭକ୍ତ
- ଆହାର ସେଣ୍ଟର ଖୋଲିବାକୁ ଅନୁମତି ଦେଲେ ରାଜ୍ୟ ସରକାର
- ଯାତ୍ରା, ଅପେରା, ମୁକ୍ତାକାଶ ରଙ୍ଗମଞ୍ଚ ୫୦ ପ୍ରତିଶତରେ ଚାଲିବ
- ୱାଟର ପାର୍କ, ନନ୍ଦନକାନନ ଆଦି ଖୋଲିପାରିବ
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/post_attachments/wp-content/uploads/2021/07/11-25.jpg)