କରୋନାର ଯେତେ ରୂପ ସେତେ ଲକ୍ଷଣ । କେମିତି ଜାଣିବେ ନୂଆ ଷ୍ଟ୍ରେନର ଲକ୍ଷଣ । ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଜାରି କରାଗଲା ନୂଆ ଗାଇଡଲାଇନ୍ ।

2,412

କନକ ବ୍ୟୁରୋ: ଦିନକୁ ଦିନ ସାଂଘାତିକ ସ୍ଥିତି ସୃଷ୍ଟି କରୁଛି କରୋନାର ଦ୍ୱିତୀୟ ଲହର । ହୁ ହୁ ହୋଇ ସଂଖ୍ୟା ବଢୁଛି, ନୂଆ ରୂପ ନେଉଛି, ନୂଆ ଲକ୍ଷଣ ବି ପ୍ରକାଶ ପାଉଛି । ନଜର ପକାନ୍ତୁ, କରୋନାର ନୂଆ ଲକ୍ଷଣ ଊପରେ..

କରୋନା: ନୂଆ ରୂପ, ନୂଆ ଲକ୍ଷଣ

  • ଦେହ ହାତ ଅବଶ ଲାଗିବା
  • ଭୋକ ନହେବା
  • ମୁଣ୍ଡ ବିନ୍ଧା, ଦେହ ହାତ ସାମାନ୍ୟରୁ ମଧ୍ୟମ ଘୋଳାବିନ୍ଧା
  • ଦିନକୁ ୪-୫ ଥର ପତାଳା ଝାଡ଼ା ହେବା
  • ଚର୍ମ ରୋଗ ନୂଆ କରି ଦେଖାଦେବା
  • ଚର୍ମ କୁଣ୍ଡାଇ ହୋଇ ଲାଲ କିମ୍ବା ନୀଳ ପଡ଼ିବା
  • ଗଳା ଦରଜ ହେବା, ନାକ ଚୁଣ୍ଟି ହେବା
  • ସାମାନ୍ୟ କାଶ ହେବା ସହ ଛାତିରେ ସାମାନ୍ୟ ଯନ୍ତ୍ରଣା ହେବା

କରୋନା ଭୂତାଣୁ ରୂପ ବଦଳାଇବା ସହ ଦ୍ୱିତୀୟ ଲହରରେ ଲକ୍ଷଣ ମଧ୍ୟ ବଦଳିବାରେ ଲାଗିଛି । ଯଦି ଆପଣଙ୍କ ଠାରେ ନୂଆ ଲକ୍ଷଣ ଦେଖା ଯାଉଛି, ତାକୁ ଅଣଦେଖା ନକରି ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ ଓ କୋଭିଡ୍ ପରୀକ୍ଷା କରାଇ ନିଅନ୍ତୁ । ନୂଆ ପ୍ରଜାତିର କରୋନା ଭୂତାଣୁ ପ୍ରତି ଅଧିକ ସତର୍କତା ଆବଶ୍ୟକ । କାରଣ, ଏହା –

  • ନୂଆ ପ୍ରଜାତିର ଭୂତାଣୁ ଅଧିକ ସଂକ୍ରମକ
  • ଶୁଖିଲା ବସ୍ତୁ ଉପରେ ୮ ଦିନ ପର୍ଯ୍ୟନ୍ତ ସକ୍ରିୟ ରହିପାରେ
  • କେତେକ ନୂଆ ପ୍ରଜାତି ପୂର୍ବ ଅପେକ୍ଷା ଅଧିକ ଭୟଙ୍କର ଓ ନିୟନ୍ତ୍ରଣ କରିବା କଷ୍ଟ
  • ସତର୍କ ନରହିଲେ ପୁଣି ଥରେ ଲକଡାଉନ୍ ଓ ସଟଡାଉନ୍ ଭଳି ସ୍ଥିତି ଉପୁଜିପାରେ

କରୋନା ବିରୋଧରେ ଲଢ଼େଇରେ ଜିତିବା ପାଇଁ ସବୁଠୁ ବଡ଼ ଅସ୍ତ୍ର ହେଉଛି ସତର୍କ ରହିବା ଏବଂ ସାବଧାନତା ଅବଲମ୍ବନ କରିବା । ପ୍ରଥମ ଲହର ବେଳେ ଆମ ପାଖରେ ଟିକା ନଥିଲା, ହେଲେ କୋଭିଡ୍ ନିୟମ ପାଳନ କରି ଆମେ ନିଜକୁ ବଂଚାଇ ରଖିବାରେ ସମର୍ଥ ହୋଇଥିଲେ ।