କନକ ବ୍ୟୁରୋ: ୫ଟି ରାଜ୍ୟ ପାଇଁ ନିର୍ବାଚନ ତାରିଖ ଘୋଷଣା କରିଛନ୍ତି ନିର୍ବାଚନ କମିଶନ । ଉତ୍ତରପ୍ରଦେଶ ସହ ଉତ୍ତରାଖଣ୍ଡ, ପଞ୍ଜାବ, ଗୋଆ ଓ ମଣିପୁର ବିଧାନସଭା ନିର୍ବାଚନ ପାଇଁ ନିର୍ବାଚନ କମିଶନ ତାରିଖ ଘୋଷଣା କରିଛନ୍ତି । ତେବେ ଏହି ୫ଟି ରାଜ୍ୟର ବିଧାନସଭା ନିର୍ବାଚନ ଏଥର ୭ଟି ପର୍ଯ୍ୟାୟରେ ହେବାକୁ ଥିବାବେଳେ ଫେବୃଆରୀ ୧୦ରୁ ଉତ୍ତପ୍ରଦେଶରେ ଭୋଟ୍ ପଡିବା ସହିତ ଏହାର ଆରମ୍ଭ ହେବ ।

Advertisment

ଅନ୍ୟପଟେ ପଞ୍ଜାବ, ଉତ୍ତରାଖଣ୍ଡ ଓ ଗୋଆରେ କେବଳ ଗୋଟିଏ ପର୍ଯ୍ୟାୟରେ ବିଧାନସଭା ଭୋଟ୍ ହେବ । ସେହିପରି ମଣିପୁରରେ ଦୁଇଟି ପର୍ଯ୍ୟାୟରେ ବିଧାନସଭା ନିର୍ବାଚନ ହେବ ।

ଜାଣନ୍ତୁ, କେଉଁ ତାରିଖରେ କେଉଁ ରାଜ୍ୟରେ ଭୋଟ୍?

ଉତ୍ତରପ୍ରଦେଶରେ ଫେବୃଆରୀ ୧୦, ଫେବୃଆରୀ ୧୪, ଫେବୃଆରୀ ୨୦, ଫେବୃଆରୀ ୨୩, ଫେବୃଆରୀ ୨୭, ମାର୍ଚ୍ଚ ୩ ଏବଂ ମାର୍ଚ୍ଚ ୭ ତାରିଖରେ ଭୋଟ୍ ହେବ । ମୋଟ୍ ୭ଟି ପର୍ଯ୍ୟାୟରେ ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ଭୋଟ୍ ପଡିବ । ଯାହାର ଫଳାଫଳ ମାର୍ଚ୍ଚ ୧୦ ତାରିଖରେ ପ୍ରକାଶ ପାଇବ ।

ସେହିପରି ୧୪ ଫେବୃଆରୀରେ ପଞ୍ଜାବ, ଉତ୍ତରାଖଣ୍ଡ ଓ ଗୋଆରେ ନିର୍ବାଚନ୍ ଭୋଟ୍ ପଡିବ । ଏବଂ ମଣିପୁରରେ ଫେବୃଆରୀ ୨୭,ମାର୍ଚ୍ଚ ୩ ତାରିଖରେ  ବିଧାନସଭା ନିର୍ବାଚନ୍ ଭୋଟ୍ ହେବ ବୋଲି ନିର୍ବାଚନ କମିଶନ୍ ଘୋଷଣା କରିଛନ୍ତି ।