କନକ ବ୍ୟୁରୋ : ଭାରତର ପଡ଼ୋଶୀ ଦେଶରେ ଚଳୁଛି ଭାରତୀୟ ନୋଟ୍ । କେବଳ ଗୋଟିଏ ଦେଶ ନୁହେଁ ବରଂ ଏଭଳି କିଛି ଦେଶରେ ଭାରତୀୟ ଟଙ୍କା ବଦଳ କରିବା ପରିବର୍ତେ ସାମାନ କିଣିପାରିବେ କିମ୍ବା ଅନ୍ୟ ସୁବିଧା ସୁଯୋଗ ପାଇପାରିବେ । ତେବେ ଆସନ୍ତୁ ନଜର ପକାଇବା ସମ୍ପୂର୍ଣ୍ଣ ଖବର ଉପରେ..

Advertisment

ଭାରତର ପଡ଼ୋଶୀ ଦେଶ ନେପାଳରେ ବର୍ଷ ବର୍ଷ ଧରି ଭାରତୀୟ ଟଙ୍କା ବ୍ୟବହାର ହୋଇଆସୁଛି । ଯଦିଓ ନେପାଳର ନିଜସ୍ୱ ମୁଦ୍ରା ରହିଛି ତଥାପି ଭାରତୀୟମାନେ ଏଠାରେ ନିଜ ଦେଶର ଟଙ୍କାର ବିନିମୟରେ ସାମଗ୍ରୀ କିଣିପାରିବେ । ଏହା ଉପରେ କୌଣସି ପ୍ରତିବନ୍ଧକ ନାହିଁ । ବାସ୍ତବରେ କହିବାକୁ ଗଲେ ଭାରତୀୟ ଏବଂ ନେପାଳ ମୁଦ୍ରା ବିନିମୟ ଉପରେ ମୂଲ୍ୟ ସ୍ଥିର କରାଯାଇଛି । ଏହା ବ୍ୟବୀତ ଭାରତ ଏବଂ ନେପାଳ ମଧ୍ୟରେ ବ୍ୟବସାୟୀକ ସମ୍ପର୍କ ଭଲ ରହିଛି । ସେପଟେ ନେପାଳର ବଡ଼ ବ୍ୟବସାୟୀକ ଉତ୍ସ ଭାରତ ବୋଲି କୁହାଯାଏ । ଯେଉଁଥିପାଇଁ ଏଠାରେ ଭାରତୀୟ ନୋଟକୁ ସହଜରେ ଗ୍ରହଣ କରାଯାଇଥାଏ ।

ଅନ୍ୟପଟେ ଗୋଟିଏ ଗୁରୁତ୍ୱପୂର୍ଣ୍ଣ କଥା ରହିଛି । ନେପାଳରେ ଆପଣ ସମସ୍ତ ଭାରତୀୟ ନୋଟ୍ ବ୍ୟବହାର କରିପାରିବେ ନାହିଁ । ବଡ଼ ନୋଟ ଉପରେ ପ୍ରତିବନ୍ଧକ ଲାଗିଥିବାବେଳେ ଏଠାରେ କେବଳ ଶହେ ଟଙ୍କିଆ ବ୍ୟବହାର କରିପାରିବେ । ଆରବିଆଇ ନିୟମ ରହିଛି କି, କେବଳ ଶହେ ଟଙ୍କିଆ ନୋଟ ନେଇ ଯାଇପାରିବେ । ଯଦି କେହି ୨ଶହ କିମ୍ବା ୫ଶହ ଟଙ୍କିଆ ନୋଟ ନେଉଛି ତାହେଲେ କେବଳ ୨୫ ହଜାର ଟଙ୍କା ପର୍ଯ୍ୟନ୍ତ ନେଇପାରିବେ । କିନ୍ତୁ ୨୦୨୧ ମସିହାରୁ ନେପାଳ ସରକାର ୨ଶହରୁ ଉପର ନୋଟ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି । ଯାହାକି ଏବେ କଡ଼ାକଡ଼ିଭାବେ ପାଳନ କରାଯାଉଛି । ଯେଉଁଥି ପାଇଁ ନେପାଳରୁ ଯେଉଁ ବ୍ୟବସାୟୀମାନେ ଯାଉଥିଲେ ସେମାନେ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ତଥାପି ସେଠାରେ ଶହେ ଟଙ୍କିଆ ନୋଟ ଚଳୁଛି । ଯାହା ସାହାଯ୍ୟରେ ବେପାର କରିବା ସହଜ ହୋଇଥାଏ ।

ନେପାଳୀ ଟଙ୍କା (ଏନପିଆର) ସହିତ ଟଙ୍କାର ମୂଲ୍ୟ ସ୍ଥିର ହୋଇଛି । ଏକ ଟଙ୍କା ଭାରତୀୟ ମୁଦ୍ରା ୧.୫୯୨ ନେପାଳୀ ଟଙ୍କା ସହ ସମାନ । ତଥାପି ଅନେକ କ୍ଷେତ୍ରରେ ଏହା ମହଙ୍ଗା ହୋଇଥାଏ । ତେଣୁ ଆବଶ୍ୟକ ନୁହେଁ ଯେ ଆପଣ କମ ଟଙ୍କା ଥାଇ ମଧ୍ୟ ସେଠାରେ ଅଧିକ ଜିନିଷ କିଣିପାରିବେ ।

ତେବେ କେବଳ ନେପାଳ ନୁହେଁ । ଏମିତି ଅନ୍ୟ ଦେଶରେ ମଧ୍ୟ ଭାରତୀୟ ମୁଦ୍ରା ପ୍ରଚଳିତ ହେଉଛି । ଏଠାରେ ମଧ୍ୟ ସରକାର ଭାରତୀୟ ମୁଦ୍ରା ପ୍ରଚଳନ ପାଇଁ ସ୍ୱିକୃତି ଦେଇଛନ୍ତି । ଭୁଟାନ ସହ ଭାରତର ମୁଦ୍ରା ମଧ୍ୟ ପେଗ ହୋଇଛି । ତେବେ ଏହାର ଏକ ନିଦ୍ଧିଷ୍ଟ ବିନିମୟ ହାର ରହିଛି । କିନ୍ତୁ ଭୁଟାନରେ ଏକ ଟଙ୍କାର ମୂଲ୍ୟ ଏକ ଟଙ୍କା ରହିଛି । ଏହା ସହ ଜିମ୍ବାୱେ ମଧ୍ୟ ଏପରି ଏକ ଦେଶ ଯେଉଁଠାରେ ବ୍ୟବହୃତ ୮ଟି ମୁଦ୍ରା ମଧ୍ୟରୁ ଗୋଟିଏ ହେଉଛି ଭାରତୀୟ ଟଙ୍କା । ଜିମ୍ବାୱେ ସହିତ ଭାରତର ବାଣିଜ୍ୟ ଯୋଗୁଁ ଏଭଳି ହୋଇଥାଏ । ଜିମ୍ବାୱେର ବୃହତମ ରପ୍ତାନୀକାରୀମାନଙ୍କ ମଧ୍ୟରୁ ଭାରତ ଅନ୍ୟତମ ।