ଆଇସିଆଇସିଆଇ ବ୍ୟାଙ୍କର ମହିଳାଙ୍କ ପାଇଁ ବିଶେଷ ସେଭିଙ୍ଗ ଆକାଉଣ୍ଟ : ମାଗଣା ବୀମା ଠାରୁ ଆରମ୍ଭ କରି ଏଟିଏମରୁ ମାଗଣା ଅନଲିମିଟେଡ୍ ଟ୍ରାଂଜେକ୍ସନର ମିଳିବ ସୁବିଧା

158

ଅନେକ ଫାଇନାନ୍ସିଅଲ ପ୍ରଡକ୍ଟ ମହିଳାଙ୍କୁ ଧ୍ୟାନରେ ରଖି ତିଆରି କରାଯାଏ । ଆଇସିଆଇସିଆଇ ବ୍ୟାଙ୍କର ଆଡଭାଂଟେଜ୍ ଓରା ସେଭିଙ୍ଗ ଆକାଉଣ୍ଟ ବିଶେଷ କରି କାର୍ଯ୍ୟରତ ମହିଳାଙ୍କ ପାଇଁ । ଏହି ଆକାଉଣ୍ଟର ସବୁଠାରୁ ବଡ ବିଶେଷତ୍ୱ ଏହା ଯେ, ଏଥିରେ ମାଗଣା ବୀମା, କ୍ୟାସବ୍ୟାକ୍, ଡିସକାଉଣ୍ଟ ଓ କୌଣସି ବି ଏଟିଏମରୁ ମାଗଣା ଅନଲିମିଟେଡ୍ ଟ୍ରାଂଜେକ୍ସନର ସୁବିଧା ଅଛି ।

ଏଥିରେ ୫ ପ୍ରକାରର ଆକାଉଣ୍ଟ ଖୋଲାଯାଇପାରିବ । ଯେଉଁଥିରେ ନିୟମିତ, ସିଲଭର, ଗୋଲ୍ଡ, ମ୍ୟାଗନମ୍ ଓ ଟାଇଟାନିୟମ୍ ଖାତା ସାମିଲ ଅଛି । ଏହି ସମସ୍ତ ଖାତାର ଭିନ୍ନ ଭିନ୍ନ ବିଶେଷତ୍ୱ ଓ ଏହି ଖାତାଧାରୀଙ୍କୁ ଭିନ୍ନ ଭିନ୍ନ ଲାଭ ଦିଅନ୍ତି ।

ଏହି ସେଭିଙ୍ଗ ଆକାଉଣ୍ଟ ଜରିଆରେ ମହିଳାମାନେ କ୍ୟାନସର ପ୍ରୋଟେକ୍ସନ୍ ପ୍ଲାନ୍ ମଧ୍ୟ ନେଇପାରିବେ । ଏହା ସହିତ ଯଦି ମହିଳା ଏହାର ଡେବିଟ୍ କାର୍ଡ ବ୍ୟବହାର କରିବେ, ତେବେ ତାଙ୍କୁ ପ୍ରତି ମାସ ୭୫୦ ଟଙ୍କା କ୍ୟାସବ୍ୟାକ୍ ମିଳିବ । ଏହା ସହିିତ ଲକର ସୁବିଧା ନେଲେ ୫୦% ରିହାତି ମିଳିବ ।

ଏହି ଆକାଉଣ୍ଟ ପାଇଁ ମିଳିଥିବା ଡେବିଟ୍ କାର୍ଡ ଦ୍ୱାରା ମହିଳା ଅନଲିମିଟେଡ୍ ଟ୍ରାଂଜେକ୍ସନ୍ କରିପାରିବେ । ଆପଣ ଗୋଟିଏ ମାସରେ ଯେତେ ବି ଟଙ୍କା କାଢ଼ିପାରିବେ ଆପଣଙ୍କୁ କୌଣସି ଚାର୍ଜ ଦେବାକୁ ପଡିବନି । ଏହି କାର୍ଡ ଚାକିରୀ କରୁଥିବା ମହିଳାଙ୍କ ବ୍ୟତୀତ ଶିକ୍ଷକ, ପ୍ରୋଫେସନାଲ କିମ୍ବା ଘରୋଇ ବ୍ୟବସାୟରେ ଅଛନ୍ତି, ତାଙ୍କୁ ଲାଭ ମିଳିବ । ଏହା ବ୍ୟତୀତ ଏହି ଆକାଉଣ୍ଟ ଜରିଆରେ ମହିଳାଙ୍କୁ ହୋମ୍, ଅଟୋ ଓ ପର୍ସନାଲ ଋଣ ନେବା ସମୟରେ ଲାଗୁଥିବା ପ୍ରୋସେସିଙ୍ଗ ଶୁଳ୍କରେ ୫୦% ପର୍ଯ୍ୟନ୍ତ ରିହାତି ମିଳିବ । ଏଥିରେ ମହିଳାଙ୍କୁ ୪୦ ଲକ୍ଷ ଟଙ୍କାର ଏୟାର ଦୁର୍ଘଟଣା ବୀମା ଓ ୧୦ ଲକ୍ଷ ଟଙ୍କାର ପର୍ସନାଲ ଦୁର୍ଘଟଣା ବୀମା ମଧ୍ୟ ମିଳିବ ।