କପିଲ ଶର୍ମାଙ୍କ ଠାରୁ ଭାରତୀ ସିଂ : ଆପଣଙ୍କ ପ୍ରିୟ କମେଡିଆନଙ୍କ ପାଠପଢା କେତେ?

439

କନକ ବ୍ୟୁରୋ: ମନ ଟିକେ ଖରାପ ହେଲେ ଟିଭି ଖୋଲି ବସିଯିବା ଅଧିକାଂଶଙ୍କ ଅଭ୍ୟାସ । କିଛି ସମୟ ପରେ ମନ ହାଲକା ହୋଇଯାଏ । କମେଡି ସୋ ତ ଦେଖିଲେ କୁଆଡେ ଦୂରେଇ ଯାଏ ସବୁତକ ଟେନସନ୍ । ଖାସକରି ଆଜିକାଲି ଲକ୍ଷଲକ୍ଷ ଦର୍ଶକ କପିଲ ଶର୍ମାଙ୍କ ସୋ ଦେଖିବାକୁ ଯେପରି ପାଗଳ । ଆଜିର ବ୍ୟସ୍ତବହୁଳ ଦୁନିଆଁରେ ଷ୍ଟାଣ୍ଡଅପ୍ ଅଭିନେତାମାନେ ଦର୍ଶକଙ୍କ ମୁହଁରେ ହସ ଫୁଟାଇଥାନ୍ତି । କାରଣ ଏମାନେ ଦର୍ଶକଙ୍କ ମାନସିକ ସ୍ୱାସ୍ଥ୍ର୍ୟର ଯତ୍ନ ନେବା ସହ ସକାରାତ୍ମକ ରହିବାରେ ସାହାଯ୍ୟ କରନ୍ତି ।  ହେଲେ ଜାଣନ୍ତିକି ଆପଣଙ୍କ ପ୍ରିୟ କମେଡିଆନ ମାନେ ସଫଳ ହେବା ପୂର୍ବରୁ ଏମାନଙ୍କ ପାଠ ପଢା କେତେ?

ଆପଣଙ୍କ ସବୁଠୁ ପ୍ରିୟ ହାସ୍ୟାଭିନେତା କପିଲ ଶର୍ମାା ଅମୃତସରର ଶ୍ରୀରାମ ସିନିୟର ସେକେଣ୍ଡାରୀ ସ୍କୁଲ ଓ ହିନ୍ଦୁ କଲେଜରୁ ଗ୍ରାଜୁଏସନ୍ କରିଛନ୍ତି ।ତାଙ୍କୁ ଏପିଜେ କଲେଜ୍ ଅଫ୍ ଫାଇନ୍ ଆର୍ଟ୍ସ(ଜଳନ୍ଧର) ର ବିଶିଷ୍ଟ ପୁରାତନ ଛାତ୍ର ତାଲିକାରେ ଅନ୍ତର୍ଭୁକ୍ତ କରାଯାଇଛି । ସେହିପରି ହାସ୍ୟାଭିନେତା କୃଷ୍ଣା ଅଭିଷେକ ସେଣ୍ଟ ଲରେନ୍ସ ସ୍କୁଲରୁ ପାଠ ପଢା ଶେଷ କରିଛନ୍ତି । ଏହାପରର ଶିକ୍ଷା ବିଷୟରେ ସେ ପ୍ରକାଶ କରିନାହାଁନ୍ତି । ସେହିପରି କିିକୁ ଶାରଦା ବୋସ୍କୋ ହାଇସ୍କୁଲ ମୁମ୍ବାଇରୁ ସ୍କୁଲ ପାଠପଢା ଶେଷ କରିବା ପରେ ନରସି ମୋଂଜି କଲେଜ ଅଫ୍ କମର୍ସ ଆଣ୍ଡ ଇକୋନୋମିକ୍ସ(ମୁମ୍ବାଇ)ରୁ ବାଣିଜ୍ୟରେ ଡିଗ୍ରୀ ହାସଲ କରିଛନ୍ତି । ମୁମ୍ବାଇ ସ୍ଥିତ ଚେତନ ଇନଷ୍ଟିଚ୍ୟୁଟ୍ ଅଫ୍ ମ୍ୟାନେଜମେଂଟ ଷ୍ଟଡିଜ ଆଣ୍ଡ ରିସର୍ଚ୍ଚରୁ ଏମବିଏ କରିଛନ୍ତି ।

ହସେଇ ହସେଇ ବେଦମ କରୁଥିବା କମେଡି କ୍ୱିନ୍ ଭାରତୀ ସିଂ ଅମୃତସରର ଏକ ସରକାରୀ ସ୍କୁଲରେ ପାଠ ପଢ ପରେ ପଂଜାବ ବିବିକେ ଡିଏଭି କଲେଜ୍ ଫର୍ ୱିମେନରୁ ଡିଗ୍ରୀ ହାସଲ କରିଛନ୍ତି । ଆଇ କେ ଗୁଜୁରାଲ ପଂଜାବ ବୈଷୟିକ ବିଶ୍ୱ ବିଦ୍ୟାଳୟରୁ ଇତିହାସରେ ସ୍ନାତକୋତ୍ତର କରିଛନ୍ତି ।

ଜାକିର ଖାନ୍  ।୨୦୧୨ ରେ କମେଡି ସେଣ୍ଟ୍ରାଲର ଇଣ୍ଡିଆନ୍ ବେଷ୍ଟ ଷ୍ଟାଣ୍ଡଅପ୍ କମେଡିଆନ୍ ର ଟାିଟଲ ଜିତିବା ପରେ ଜାକିର ଲାଇମ ଲାଇଟକୁ ଆସିଥିଲେ । ସେ ଏକ ସମ୍ବାଦ ଶୋ ‘ ଅନ୍ ଏୟାର ୱିଥ୍ ଏଆଇବି’ ରେ କାମ କରି ପ୍ରସିଦ୍ଧି ପାଇଥିଲେ । ଏହି ଶୋ ଭାରତର ଷ୍ଟାର ୱାର୍ଲ୍ଡରେ ପ୍ରସାରିତ ହୋଇଥିଲା । ଜାକିର ଇନ୍ଦୋରର ସେଣଡ ପଲ୍ ସେକେଣ୍ଡାରୀ ହାଇସ୍କୁଲରୁ ପାଠ ପଢା ଶେଷ କରିଥିଲେ । ଏହାପରେ ଯୁକ୍ତ ଦୁଇ କରିଥିଲେ । ହେଲେ ଡିଗ୍ରୀ ହାସଲ କରିପାରିନଥିଲେ । ବିକମ୍ ଆଡମିସନ୍ କରିଥିଲେ ବି ନିଜ କାମକୁ ନେଇ ଏତେ ବ୍ୟସ୍ତ ରହିଲେ ଯେ ଆଉ ପାଠପଢା ପ୍ରତି ଧ୍ୟାନ ଦେଇନଥିଲେ । 

ଏହାପରେ ଆସୁଛି କୁନାଲ କାମରାଙ୍କ ନାଁ । ଟ୍ୱିଟରରୁ ହିଁ ତାଙ୍କୁ ଲୋକପ୍ରିୟତା ମିଳିଥିଲା । ୨୦୧୩ରେ ଟ୍ୱିଟରରେ ସେ କିଛି ମଜାଳିଆ ଟ୍ୱିଟ କରିବା ଆରମ୍ଭ କରିଥିଲେ । ଆଉ ୟଙ୍ଗ୍ ଫ୍ୟାନ୍ସଙ୍କ ଠାରୁ ପାଇଥିଲେ ପଜିଟିଭ୍ ରେସପନ୍ସ । ତାପରେ ଜଣେ ୟୁଟ୍ୟୁବ୍ ଓ ସୋସିଆଲ ମିଡିଆ ଷ୍ଟାର ବନିଯାଇଥିଲେ କୁନାଲ । ମୁମ୍ବାଇରେ ବଢିଥିବା କୁନାଲ ପ୍ରଥମେ ସ୍ନାତକ ପାଇଁ ଜୟ ହିନ୍ଦ କଲେଜରେ ଯୋଗ ଦେଇଥିଲେ । ଏହାପରେ ସେ ଦ୍ୱିତୀୟ ବର୍ଷରେ କଲେଜ ଛାଡିଦେଇ ପ୍ରସୁନ ପାଣ୍ଡେଙ୍କ ବିଜ୍ଞାପନ ଚଳଚ୍ଚିତ୍ର ପ୍ରଡକ୍ସନ ହାଉସ୍ କୋର୍କୋଇସ୍ ଫିଲ୍ମସରେ ଆସିଷ୍ଟାଣ୍ଟ ଭାବେ କା ଆରମ୍ଭ କରିଥିଲେ ।

କପିଲ ସୋର ଗେହ୍ଲି କମେଡିଆନ୍ ସୁମୋନା ଚକ୍ରବର୍ତ୍ତୀ । ମୁମ୍ବାଇର ପୋୱାଇସ୍ଥିତ ଲୋରେଟା କନଭେଣ୍ଟ ସ୍କୁଲ (ଲକ୍ଷେ୍ନø)ରୁ ସ୍କୁଲ ଶିକ୍ଷା ଶେଷ କରିବା ପରେ ମୁମ୍ବାଇ ଜୟ ହିନ୍ଦ କଲେଜରୁ ଅର୍ଥନୀତିରେ ଡିଗ୍ରୀ ହାସଲ କରିଛନ୍ତି ।

ତନ୍ମୟ ଭଟ୍ଟ କମେଡି ଦୁନିଆରେ ଏକ ଜଣାଶୁଣା ନାଁ । ଏକ କ୍ରିଏଟିଭ ଏଜେନ୍ସିର ସହ ପ୍ରତିଷ୍ଠାତା ଅଟନ୍ତି ତନ୍ମୟ  । ମୁମ୍ବାଇ ସେଥ୍ ଚୁନିଲାଲ ଡାମୋଡାସ୍ ବର୍ଫିୱାଲା ହାଇସ୍କୁଲରୁ ସ୍କୁଲ ପଢା ଶେଷ କରିଥିଲେ । କଲେଜରେ ସେ ଜଣେ ମେଧାବୀ ଛାତ୍ର ଥିଲେ । ପ୍ରଥମେ ଜଣେ ମେରାଇନ୍ ଇଂଜିନିଅର୍ ହେବା ଇଚ୍ଛା କରିଥିଲେ ତନ୍ମୟ । ହେଲେ ପରବର୍ତ୍ତୀ ସମୟରେ ହାସ୍ୟ କଳା ପ୍ରତି ତାଙ୍କର ରୁଚି ବଢିବାକୁ ଲାଗିଲା । ଆଉ ଜଣେ କମେଡିଅନ୍ ଭାବେ ପ୍ରସିଦ୍ଧି ଲାଭ ମଧ୍ୟ କଲେ ।