କନକ ବ୍ୟୁରୋ: କେଭି ସିଂହଦେଓ.... ୬ ଥରର ବିଧାୟକ, ପଶ୍ଚିମ ଓଡିଶାରେ ବିଜେପିର ଟାଣୁଆ ନେତା । ରାଜ୍ୟ ବିଜେପି ବିଧାୟକ ଦଳ ବୈଠକରେ ମଙ୍ଗଳବାର ମୁଖ୍ୟମନ୍ତ୍ରୀ ବାଛିବା ସହିତ ଦୁଇ ଜଣ ଉପ-ମୁଖ୍ୟମନ୍ତ୍ରୀ ମଧ୍ୟ ବାଛିଛି । ମୋହନ ମାଝୀଙ୍କୁ ଦଳ ମୁଖ୍ୟମନ୍ତ୍ରୀ ଭାବେ ବାଛିଥିବାବେଳେ, ପାଟଣାଗଡ ବିଧାୟକ କେଭି ସିଂହଦେଓ ଏବଂ ନିମାପଡା ବିଧାୟିକା ପ୍ରଭାତୀ ପରିଡା ରାଜ୍ୟର ଦୁଇ ଉପ-ମୁଖ୍ୟମନ୍ତ୍ରୀ ରହିବେ । ତେବେ କେଭି ସିଂଦଦେଓ ହେଉଛନ୍ତି ଏମିତି ଜଣେ ନେତା, ଯିଏ ଅଭିଜ୍ଞତା ଦୃଷ୍ଟିରୁ ରାଜ୍ୟ ବିଜେପି ନେତାଙ୍କ ମଧ୍ୟରେ ସବୁଠୁ ଆଗରେ ରହିବେ ।
ପାଟଣାଗଡ ଆସନରୁ ଲଗାତାର ଭାବେ ଜିତି ଆସୁଥିବା କେଭି ସିଂହଦେଓ ୧୯୯୫ ସହିତ ୨୦୦୦ , ୨୦୦୪, ୨୦୦୯, ୨୦୧୪ ଏବଂ ୨୦୨୪ରେ ବିଧାୟକ ଭାବେ ନିର୍ବାଚିତ ହେଇଛନ୍ତି । ୧୯୯୫ ମସିହାରେ ସେ ପ୍ରଥମ କରି ବିଧାନସଭାକୁ ନିର୍ବାଚିତ ହେଇଥିଲେ । ଏହାପରେ ଲଗାତାର ଭାବେ ସେ ପାଟଣାଗଡ ଆସନରୁ ଜିତି ଆସୁଥିଲେ । ଏମିତି କି ବିଜେଡି-ବିଜେପି ମେଣ୍ଟ ଭାଙ୍ଗିବା ପରେ ବି, ପାଟଣାଗଡ ଆସନ ତାଙ୍କ ପାଇଁ ଗଡ ହେଇ ରହିଥିଲା ।
ହେଲେ ୨୦୧୯ରେ କିନ୍ତୁ ତାଙ୍କୁ ପରାଜୟ ଦେଖିବାକୁ ମିଳିଥିଲା । ବିଜେଡି ନେତା ସରୋଜ ମେହେର ତାଙ୍କୁ ପ୍ରଥମ ଥର ପରାଜୟ ଦେଖାଇଥିଲେ ।୨୦୧୯ରେ ହାରିବା ପରେ ବି ୨୦୨୪ରେ ପୁଣି ସେହି ଆସନରୁ ବିଜୟ ହାସଲ କରିଥିଲେ କେଭି ସିଂହଦେଓ । ଆଉ ଏଥର ବିଜେପି ରାଜ୍ୟରେ ସରକାର ଗଠନ କରିଥିଲା । ଯାହା ପରେ ବିଧାୟକ ଦଳ ବୈଠକରେ କେଭି ସିଂହଦେଓ ରାଜ୍ୟର ଉପ-ମୁଖ୍ୟମନ୍ତ୍ରୀ ଭାବେ ନିର୍ବାଚିତ ହେଇଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/post_attachments/wp-content/uploads/2024/06/26-4.jpg)