କନକ ବ୍ୟୁରୋ: କେମିତି ଅଛନ୍ତି ଅମ୍ରିତ ପ୍ରଧାନ ? କେମିତି ଅଛନ୍ତି ଅଭିଷେକ ମହାପାତ୍ର ? ଉଭୟଙ୍କ ସ୍ୱାସ୍ଥ୍ୟାବସ୍ଥା କେମିତି ଅଛି ? ଇକମୋ ଚିକିତ୍ସା ପାଇଁ ବାହାର ରାଜ୍ୟକୁ ଯାଇଥିବା ଅଭିଷେ, ଓ ଅମ୍ରିତଙ୍କ ଅବସ୍ଥା କେମିତି ଅଛି ? ଦୁହିଁଙ୍କ ସ୍ୱାସ୍ଥ୍ୟାବସ୍ଥାରେ କିଛି ସୁଧାର ଅସିଲାଣି ନା ଏବେବି ଦୁହେଁ ଗୁରୁତର ଅଛନ୍ତି ? ମୃତ୍ୟୁ ସହ ସଂଗ୍ରାମ କରୁଥିବା ଦୁଇ ଗୁରୁତର ରୋଗୀଙ୍କୁ ବଞ୍ଚିବାର ଆଶା ଇକମୋ ଚିକିତ୍ସା ପାଇଁ କୋଲକାତା ଓ ଚେନ୍ନାଇ ସ୍ଥାନାନ୍ତର କରାଯାଇଥିଲେ ବି ସେମାନେ ଏବେ କେମିତି ଅଛନ୍ତି? ଏହି ପ୍ରଶ୍ନ ଏବେ ଉଭୟ ଅମ୍ରିତ ଓ ଅଭିଷେକଙ୍କ ପାଇଁ ଉଠୁଛି । ସମସ୍ତେ ଜାଣିବାକୁ ଚାହିଁଛନ୍ତି ସେମାନେ କେତେ ସୁସ୍ଥ ହେଲେଣି ?
ତେବେ ମିଳିଥିବା ସୂଚନା ଅନୁସାରେ ଧିରେଧିରେ ସୁସ୍ଥ ହେଉଛନ୍ତି ଅମ୍ରିତ । ତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ ପୂର୍ବ ଅପେକ୍ଷା ସୁଧାର ଆସିବାରେ ଲାଗିଛି । ସବୁଠାରୁ ବଡ କଥା ଆଉ ଆଶ୍ୱସ୍ତିକର ଖବର ହେଉଛି କି ଅମ୍ରିତଙ୍କୁ ଭେଣ୍ଟିଲେଟରରୁ ବାହର କରିଦିଆଯାଇଛି । ବର୍ତ୍ତମାନ ୭୦ ପ୍ରତିଶତ ଇକମୋ ବ୍ୟବହାର ହେଉଛି । ଏବଂ ଅମ୍ଳଜାନ ସହ ଇକମୋ ସହାୟତାରେ ତାଙ୍କର ଚିକିତ୍ସା ଜାରି ରହିଛି । ପ୍ରାୟ ୨ ସପ୍ତାହରୁ ଅଧିକ ଦିନ ଜାରି ରହିପାରେ ଚିକିତ୍ସା ।
ଏୟାର ଆମ୍ବୁଲାନସରେ ଗତ ଜୁନ ୩ ତାରିଖରେ ଅମ୍ରିତଙ୍କୁ ଭୁବନେଶ୍ୱର ଏମ୍ସରୁ ଚେନ୍ନାଇର ଆପୋଲୋକୁ ସ୍ଥାନାନ୍ତର ହୋଇଥିଲେ । ବ୍ରହ୍ମପୁରର ଅମ୍ରିତ ପ୍ରଧାନ କରୋନା ପରେ ଗୁରୁକର ହୋଇଥିଲେ । ଫୁସଫୁସ ପ୍ରଭାବିତ ହୋଇଥିବାରୁ ତାଙ୍କର ଇକମୋ ଚିକିତ୍ସା ପାଇଁ ଚେନ୍ନାଇ ପଠାଯାଇଥିଲା । ଆଉ ପରିବାରର ଆର୍ଥିକ ସ୍ଥିତି ସୁଦୃଢ ନଥିବାରୁ ମିଲାପ ଆପ ମାଧ୍ୟମରେ ଚାରିଆଡୁ ସହାୟତା ମିଳିବା ପରେ ଏବେ ତାଙ୍କର ଚିକିତ୍ସା ଜାରି ରହିଛି ।
ସେହିପରି ଅଭିଷେକଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ଥିବା ଜଣା ପଡିଛି । କୋଲକାତାର ଏକ ଘରୋଇ ହସ୍ପିଟାଲରେ ତାଙ୍କର ଚିକିତ୍ସା ଜାରି ରହିଥିବା ପରିବାର ପକ୍ଷକୁ ସୂଚନା ମିଳିଛି । ତେବେ ଭଦ୍ରକର ଯୁବ ଇଞ୍ଜିନିୟର ଅଭିଷେକ ମହାପାତ୍ର ଇକମୋ ଚିକିତ୍ସା ପାଇଁ କୋଲକାତା ସ୍ଥାନାନ୍ତର ହୋଇଛନ୍ତି । ପୁଅ ପାଇଁ ବାପାମାଆ ଏବଂ ସ୍ୱାମୀଙ୍କ ପାଇଁ ସ୍ତ୍ରୀ ହାତଯୋଡି ଗୁହାରୀ କରିବା ପରେ ତାଙ୍କୁ ଚିକିତ୍ସା ପାଇଁ ଆବଶ୍ୟକୟ ଅର୍ଥରାଶି ସହାୟତା ପ୍ରଦାନ କରିଛନ୍ତି ସହୃଦୟ ବ୍ୟକ୍ତି । ତେବେ ବ୍ୟୟବହୁଳ ଚିକିତ୍ସା ଚାଲିଥିବା ଉଭୟ ଅମ୍ରିତ ଓ ଅଭିଷେକ ଖୁବଶୀଘ୍ର ସୁସ୍ଥ ହୋଇ ଫେରନ୍ତୁ । ଆଉ ସେମାନଙ୍କ ପରିବାରରେ ହସ ଫେରୁ । ଏହାହିଁ ପ୍ରାର୍ଥନା...
Follow Us