ଆଉ ଲୁଚିବନି ମେସେଜ୍ । ଏମିତି ଦେଖନ୍ତୁ ହ୍ୱାଟ୍ସଆପରେ ଡିଲିଟ୍ ହୋଇଯାଇଥିବା ମେସେଜ୍ ।

891

କନକ ବ୍ୟୁରୋ : ଆପଣ ହ୍ୱାଟ୍ସଆପ୍ ନିଶ୍ଚିତ ଭାବେ ବ୍ୟବହାର କରୁଥିବେ । ତେବେ ଏମିତି ବେଳେବେଳେ ହୋଇଥାଏ, କେହି ଜଣେ ଆପଣଙ୍କୁ ମେସେଜ୍ କରିଥିବେ, ଏବଂ ପରେ ସେହି ମେସେଜଟିକୁ ଡିଲିଟ୍ କରିଦେଇଥିବେ । ଫଳରେ ଆପଣଙ୍କ ପାଖକୁ କଣ ମେସେଜ ଆସିଥିଲା, ତାହା ଆପଣ ଦେଖିପାରିନଥାନ୍ତି । କିନ୍ତୁ ଆଜି ଆମେ ଆପଣଙ୍କୁ ଏମିତି ଏକ ଟ୍ରିକ୍ କହିବୁ, ଯାହାଦ୍ୱାରା ଡିଲିଟ୍ ହୋଇଥିବା ମେସେଜ୍ ଆପଣ ପଢିପାରିବେ ।

ତେବେ ଡିଲିଟ୍ ହୋଇଥିବା ମେସେଜ୍ ପଢିବା ପାଇଁ କୌଣସି ଅଫିସିୟାଲ୍ ଉପାୟ ନାହିଁ । ଆଉ ଏପରି ସ୍ଥିତିରେ ତୃତୀୟ ପକ୍ଷ ସାହାଯ୍ୟରେ ଆପଣ ହ୍ୱାଟ୍ସଆପର ଡିଲିଟ୍ ମେସେଜ୍ ପଢିପାରିବେ । ଏବେ ଆସନ୍ତୁ ଜାଣିବା ପୂରା ପ୍ରକ୍ରିୟା । ସବୁଠୁ ପ୍ରଥମେ ଆପଣଙ୍କୁ ଥାର୍ଡ ପାର୍ଟି ଆପ୍ଲିକେସନ୍ WhatsRemoved+ ଡାଉନଲୋଡ୍ କରିବାକୁ ହେବ ।

ଆପଣଙ୍କ ମୋବାଇଲ୍ ଫୋନରେ WhatsRemoved+ ଆପ୍ ଇନଷ୍ଟଲ ହେବା ପରେ ଏହାକୁ ଓପନ କରନ୍ତୁ, ଏବଂ ନିୟମ ଏବଂ ସର୍ତକୁ ସହମତି ଦିଅନ୍ତୁ । ଏହି ଆପ୍ କାର୍ଯ୍ୟ କରିବା ପାଇଁ ଆପଣଙ୍କୁ ଫୋନରେ ନୋଟିଫିକେସନକୁ ଆକ୍ସେସ ଦେବାକୁ ପଡିବ । ଯଦି ଏହା ସହ ଆପଣ ସହମତ, ତେବେ ହଁ ଲେଖାଥିବା ବଟନରେ କ୍ଲିକ୍ କରନ୍ତୁ । ଏହା ପରେ ସେହି ଆପ୍ଲିକେସନକୁ ସିଲେକ୍ଟ କରନ୍ତୁ, ଯାହାର ନୋଟିଫିକେସନରୁ ଆପଣ ବର୍ତିବାକୁ ଚାହୁଁଛନ୍ତି ।

ଡିଲିଟ୍ ହୋଇଥିବା ହ୍ୱାଟ୍ସଆପ୍ ମେସେଜ୍ ପଢିବା ପାଇଁ କେବଳ ହ୍ୱାଟ୍ସଆପ୍ ମେସେଜକୁ ଏନେବଲ୍ କରନ୍ତୁ ଏବଂ କଂଟିନ୍ୟୁ ଉପରେ କ୍ଲିକ୍ କରନ୍ତୁ । ଏହା ବ୍ୟତୀତ ଦ୍ୱିତୀୟ ଅପସନ୍ ମଧ୍ୟ ଉପଲବ୍ଧ ଥିବ, ଯେଉଁଥିରେ ଫେସବୁକ୍, ଇନଷ୍ଟାଗ୍ରାମ ଇତ୍ୟାଦି ସାମିଲ ରହିଛି । ଏହା ପରେ ଆପଣ ଯେଉଁ ଫାଇଲକୁ ସେଭ୍ କରିବାକୁ ଚାହୁଁଛନ୍ତି, ତାକୁ ସିଲେକ୍ଟ କରନ୍ତୁ । ଏହା ପରେ ଆପଣ ଏକ ପେଜକୁ ଯିବେ, ଯେଉଁଠାରେ ସମସ୍ତ ଡିଲିଟ୍ ହୋଇଥିବା ମେସେଜ୍ ଦେଖାଯିବ ।