ହେଲ୍ଥ ଟିପ୍ସ : କେମିତି ବଢାଇବେ ମେଟାବୋଲିଜିମ୍ ?

228

କନକ ବ୍ୟୁରୋ : ମେଟାବୋଲିଜିମ୍ ଶରୀରରେ ଏପରି ରାସାୟନିକ ପ୍ରତିକ୍ରିୟା, ଯାହା ଆମ ଶରୀରକୁ ଶକ୍ତି ଦେବା ପାଇଁ କାମ କରେ । ମେଟାବୋଲିଜିମ୍ ଆମେ ଖାଉଥିବା ଖାଦ୍ୟକୁ ଶକ୍ତିରେ ପରିଣତ କରେ । ଶରୀରର ସମସ୍ତ କାର୍ଯ୍ୟ କେବଳ ଆମର ମେଟାବୋଲିଜିମ୍ ଉପରେ ନିର୍ଭର କରେ । ଶରୀରର ନିଶ୍ୱାସ, ଖାଦ୍ୟ ହଜମ, ରକ୍ତ ସଞ୍ଚାଳନ, ଶରୀରକୁ ଚଳାଇବା ପାଇଁ ଶକ୍ତି ଦେବା ହେଉଛି ମେଟାବୋଲିଜିମର କାମ । କିପରି ପ୍ରାକୃତିକ ଭାବରେ ମେଟାବୋଲିଜିମ୍ ବୃଦ୍ଧି କରିପାରିବା ।

– ମେଟାବୋଲିଜିମ୍ ବୃଦ୍ଧି ପାଇଁ ଏକ ପ୍ରୋଟିନ୍ ଯୁକ୍ତ ଖାଦ୍ୟ ଆବଶ୍ୟକ
– ଏହା ଆମ ଶରୀରକୁ ବହୁତ ଶକ୍ତି ଦେଇଥାଏ
– ପର୍ଯ୍ୟାପ୍ତ ପରିମାଣର ପାଣି ପିଅନ୍ତୁ
– ଅଧ ଲିଟର ପାଣି ପିଇବା ଦ୍ୱାରା ଘଣ୍ଟାଏ ମଧ୍ୟରେ ମେଟାବୋଲିଜିମ୍ ୩୦ ପ୍ରତିଶତ ବୃଦ୍ଧି ପାଇଥାଏ
– ପର୍ଯ୍ୟାପ୍ତ ପରିମାଣର ପାଣି ପିଇ ଆମ ଶରୀର ଡିହାଇଡ୍ରେଟ୍ ହୁଏ ନାହିଁ
– ପ୍ରତିଦିନ ବ୍ୟାୟାମ କରିବା ଆବଶ୍ୟକ
– ପର୍ଯ୍ୟାପ୍ତ ପରିମାଣର ଶୋଇବା ଆପଣଙ୍କ ମେଟାବୋଲିଜିମ୍ ବୃଦ୍ଧିରେ ମଧ୍ୟ ସାହାଯ୍ୟ କରିଥାଏ -କମ୍ ନିଦ ହେତୁ ମେଟାବୋଲିଜିମର ସ୍ତର କମିଯାଏ
– ଗ୍ରୀନ୍ ଟିରେ କ୍ୟାଫେନ୍ ଏବଂ କ୍ୟାଟେଚିନ୍ ମିଳିଥାଏ
– ଏହା ଆମର ମେଟାବୋଲିଜିମ୍ ବଢାଇଥାଏ
– ମାଂସପେଶୀ ନିର୍ମାଣ ଆପଣଙ୍କ ମେଟାବୋଲିଜିମ୍ ବୃଦ୍ଧି କରିବାରେ ସାହାଯ୍ୟ କରିଥାଏ