ଦିନକୁ ଦିନ ବଢିଚାଲିଛି ଯକୃତ (ଲିଭର୍)ସମସ୍ୟା । ଅବହେଳା ନକରି ଶରୀରର ନିଅନ୍ତୁ ଏଭଳି ଯତ୍ନ , ମିଳିପାରେ ଉପସମ

555

ଆଜିକାଲିର ବ୍ୟସ୍ତବହୁଳ ଜୀବନ ଭିତରେ ଶରୀର ପ୍ରତି ଆମେ ଅବହେଳା କରିଥାଉ । ଟଙ୍କା ସଞ୍ଚୟ କରିବା ଲାଳସାରେ ସ୍ୱାସ୍ଥ୍ୟକୁ ଖରାପ କରିଦେଉ । ଯେଉଁଥିପାଇଁ ପରବର୍ତ୍ତୀ ମୁହୂର୍ତ୍ତରେ ଶରୀରକୁ ବିଭିନ୍ନ ପ୍ରକାରର ରୋଗ ଆକ୍ରମଣ କରିଥାଏ । ଏହି ଜୀବନନାଶକ ରୋଗ ପ୍ରଥମେ ହାର୍ଟ,ଲିଭର୍ ଭଳି ଆଭ୍ୟନ୍ତରୀଣ ଅଙ୍ଗକୁ ନିଜ କବଳରେ କବଳିତ କରିଥାନ୍ତି । କିନ୍ତୁ ସମ୍ପୁର୍ଣ୍ଣ ରୂପେ ନହେଲେ ମଧ୍ୟ କିଛି ଉପାୟ ଆପଣାଇଲେ ଆପଣ ଏହି ସମସ୍ୟାରୁ ବାହାରିଆସି ପାରିବେ ।

ଆପଣଙ୍କ ଶରୀରର ଏକ ଗୁରୁତ୍ୱପୂର୍ଣ୍ଣ ଆଭ୍ୟନ୍ତରଣୀୟ ଅଙ୍ଗ ହେଉଛି ଯକୃତ । ସମାଜରେ ଅଧିକାଂଶ ଲୋକ ପେଟଜନୀତ ସମସ୍ୟାରେ ପୀଡିତ ରହୁଛନ୍ତି । ଯେଉଁଥିରେ ଗ୍ୟାସ୍,ଅପଚୟ ଆଦି ସମସ୍ୟା ଦେଖାଯାଇଥାଏ । ଏଥିପାଇଁ ହଜାର ହଜାର ଟଙ୍କାର ଔଷଧ ଖାଇଲେ ମଧ୍ୟ ଏଥିରୁ ଉପସମ ମିଳିନଥାଏ । କୁହାଯାଏ ମୂଳରୁ ଯଦି ସ୍ୱାସ୍ଥ୍ୟ ପ୍ରତି ସଜାଗ ରଖାଯାଏ ତେବେ ଏଭଳି ସମସ୍ୟା ଦେଖାଯିବ ନାହିଁ । କିନ୍ତୁ ଆର‌୍ୟୁବେଦରେ ମଧ୍ୟ ଲିଭର ଜନିତ ସମସ୍ୟାର ଉପସମ ହୋଇପାରିବ । ଆଜି ଆମେ ଆପଣଙ୍କୁ ଏଭଳି କିଛି ଟିପ୍ସ ବିଷୟରେ କହିବାକୁ ଯାଉଛୁ ଯାହାକୁ ବ୍ୟବହାର କରି ଆପଣ ଆପଣଙ୍କ ଲିଭରରୁ ମଇଳା ତଥା ଟକ୍ସିନକୁ ସଫା ରଖିପାରିବେ ।

ଲିଭରର ଆୟୁଷକୁ ବଢାଇବା ପାଇଁ ଆପଣଙ୍କୁ ଜଙ୍କଫୁଡ୍ ନାମକ ଲାଳସାକୁ ଛାଡିବାକୁ ପଡିବ । ଜଙ୍କଫୁଡ୍ ଜାଗାରେ ସିଝା ପରିବା ,ଫଳ ତଥା ସାଲାଡ୍ ଖାଇବା ଆରମ୍ଭ କରିଦିଅନ୍ତୁ । କିଛି ଦିନ ଏଭଳି ଉପାୟରେ ଖାଦ୍ୟକୁ କଣ୍ଟ୍ରୋଲ କଲେ ଆପଣଙ୍କ ଲିଭରରୁ ପ୍ରଚୁର ଝାଳ ଆକାରରେ ଟକି୍ସନ୍ ବାହାରକୁ ବାହାରି ଆସିବ । ତେବେ ଆମେ ଆପଣଙ୍କୁ ଆଉ ଏକ ମିଶ୍ରଣ ବିଷୟରେ କହିବାକୁ ଯାଉଛୁ ଯାହାକୁ ଖାଇଲେ ଆପଣ ଲିଭର୍ ସମସ୍ୟାରୁ ଉପସମ ପାଇପାରିବେ । ଲାଉ, ହଳଦୀ, ଧନିଆଁ, ଲେମ୍ବୁ, କଳା ଲୁଣ, ଗିଲୋୟର ରସ ଆଦି ଆପଣଙ୍କୁ ଦରକାରରେ ଆସିବ । ପ୍ରଥମେ ଲାଉରେ ଧନିଆଁ ମିଶାଇ ଗ୍ରାଇଣ୍ଡିଙ୍ଗ୍ କରି ନିଅନ୍ତୁ । ଏହାପରେ ୧ ଗ୍ଲାସ୍ ମାତ୍ରା ହେବା ପରି ଏହାର ଜୁସକୁ ବାହାର କରିଦିଅନ୍ତୁ । ଏହି ଜୁସରେ ଗୋଟିଏ ଚାମଚ ହଳଦୀଗୁଣ୍ଡ,କଳା ଲୁଣ ,ଗୋଟିଏ ଚାମଚ ଲେମ୍ବୁ ରସ, ଏବଂ ୩୦ ମି.ଲି ଗିଲୋୟ ଏହି ଜୁସରେ ମିଶାଇ ଦିଅନ୍ତୁ । ଏହାପରେ ଏହି ପାନୀୟକୁ ଖାଲି ପେଟରେ ସେବନ କରନ୍ତୁ ।