ଶୀତ ଋତୁରେ ପିଜୁଳି । ଚର୍ମ ପାଇଁ ସୁରକ୍ଷା କବଚ ।

169

କନକ ବ୍ୟୁରୋ: ଶୀତ ଋତୁରେ ଅନେକ ସମୟରେ ଚର୍ମ ସଂକ୍ରମଣ ଭଳି ସମସ୍ୟା ଦେଖାଦିଏ । ଏଥିପାଇଁ ଏହି ଋତୁରେ ଶୀତ ଦିନିଆ ପନିପରିବା ଓ ଫଳ ଖାଇବାକୁ ପରାମର୍ଶ ଦିଆଯାଏ । ଏଥିମଧ୍ୟରୁ ଗୋଟିଏ ଫଳ ହେଉଛି ପିଜୁଳି, ଯାହା ଶୀତ ଋତୁରେ ଚର୍ମ ପାଇଁ ସୁରକ୍ଷା କବଚ ଭଳି କାମ କରେ ।

ପିଜୁଳି ଶୀତଦିନିଆ ସ୍ୱାଦିଷ୍ଟ ଫଳ । କେବଳ ସ୍ୱାଦରେ ନୁହେଁ ପୋଷକ ତତ୍ତ୍ୱରେ ଭରପୁର ଏହି ଫଳ । ବିଶେଷଜ୍ଞଙ୍କ କହିବା ମୁତାବକ, ପିଜୁଳିରେ ଗ୍ଲାଇସେମିକ୍ ଇଣ୍ଡେକ୍ସ ରହିଛି, ଯାହାରେ ରକ୍ତରେ ଶର୍କରାକୁ ନିୟନ୍ତ୍ରଣ କରେ । ଏହା ବ୍ୟତୀତ ଏହି ଏକ ହର୍ମୋନ ସନ୍ତୁଳକ ଫଳ । ଏଥିରେ ରହିଛି ଭିଟାମିନ୍-ସି, ଆଇସୋପେନ୍ ଓ ଆଣ୍ଟିଅକ୍ସିଡାଣ୍ଟ । ଏହା ଆପଣଙ୍କ ତ୍ୱଚାକୁ ସତେଜ ରଖିବାରେ ସାହାଯ୍ୟ କରେ । ଏହା ବ୍ୟତୀତ ପିଜୁଳିରେ ଜଳୀୟ ଅଂଶ ଅଧିକ ପରିମାଣରେ ରହିଛି, ଯାହା ତ୍ୱଚାରେ ଜଳୀୟ ଅଂଶକୁ ବଜାୟ ରଖେ । ଫଳରେ ଶୀତ ଦିନରେ ମଧ୍ୟ ତ୍ୱଚା ଶୁଷ୍କ ହୁଏ ନାହିଁ କିମ୍ବା ଫାଟେ ନାହିଁ ।

ଆସନ୍ତୁ ଜାଣିବା ଏହାର ଅନ୍ୟ ସୁଫଳ:

ପିଜୁଳି ଶରୀରରେ ରୋଗ ପ୍ରତିଷେଧକ ଶକ୍ତି ବଢାଇଥାଏ ।

ପିଜୁଳି ଆଣ୍ଟି ଏଜିଙ୍ଗ ଗୁଣରେ ଭରପୁର ।

ପିଜୁଳି ମଧୁମେହ ରୋଗୀଙ୍କ ପାଇଁ ବେଶ୍ ଉପାଦେୟ ।

ପିଜୁଳି ଖାଇବା ଦ୍ୱାରା ହୃଦୟ ସୁସ୍ଥ ଓ ସୁରକ୍ଷିତ ରହେ ।