କନକ ବ୍ୟୁରୋ: କେବେ ନା କେବେ ଆପଣଙ୍କ ପାଖକୁ ସେଲୋଟେପ ଲଗା ଏକ ନୋଟ ଆସିଥିବ । ଆପଣ ଏଭଳି ନୋଟକୁ କେଉଁଠାରେ ଦେଇପାରୁ ନଥିବେ । କାରଣ ଦୋକାନୀ ଏଭଳି ନୋଟ ନେବାକୁ ମନା କରୁଥିବେ । ହେଲେ ଏମିତି ନୋଟକୁ ନେଇ ଆରବିଆଇ ନୂଆ ନିୟମ ଜାରି କରିଛି । ଯାହା ଫଳରେ ଆପଣ ଏମିତି ନୋଟକୁ ବଦଳାଇ ଦେଇପାରିବେ । ତେବେ ଆସନ୍ତୁ ଜାଣିବା ଏହି ନୋଟ ବଦଳାଇବାର ପୂରା ପ୍ରକ୍ରିୟା ।
Kanak News is now on WhatsApp
Join and get latest news updates delivered to you via WhatsApp
ଆରବିଆଇର ୨୦୧୭ ଏକ୍ସଚେଞ୍ଜ କରେନ୍ସି ନୋଟ ନିୟମ ଅନୁଯାୟୀ, ଯଦି ଆପଣଙ୍କୁ ଏଟିଏମରୁ ଚିରାଫଟା ନୋଟ ମିଳିଥାଏ ତେବେ ତାକୁ ଆପଣ ବଦଳାଇ ପାରିବେ । ଏହାସହ ଏଭଳି ଚିରାଫଟା ନୋଟକୁ ବ୍ୟାଙ୍କମାନେ ମଧ୍ୟ ନେଇପାରିବେ । କୌଣସି ବ୍ୟାଙ୍କ ଏହାକୁ ନେବାକୁ ମନାକରିପାରିବେ ନାହିଁ ।
ଯଦି ଆପଣଙ୍କ ନୋଟ ଚିରି ଯାଇଛି ତେବେ ଆପଣ ଏହାକୁ ବ୍ୟାଙ୍କରେ ବଦଳାଇପାରିବେ । ଆଉ ଯଦି ଚିରିକି ଏହାର କିଛି ଅଂଶ ହଜିଯାଇଥିବା ତେବେ ବି ଏହାକୁ ଆପଣ ଏକ୍ସଚେଞ୍ଜ କରିପାରିବେ । ସେହିପରି ଯଦି ଗୋଟେ ନୋଟର ପୂରା ଅଂଶ ଫାଟି ଯାଇଥିବ, କିମ୍ବା ପୋଡିଯାଇଥିବ ତେବେ ଏଭଳି ନୋଟକୁ ଆରବିଆଇ ଇସ୍ୟୁ ଅଫିସରେ ବଦଳାଇ ପାରିବେ ।
ଆପଣଙ୍କ ନୋଟର ସ୍ଥିତି ଏହା ସ୍ଥିର କରିଥାଏ କି ଆପଣଙ୍କୁ ପୂରା ଟଙ୍କା ମିଳିବ ନା ନାହିଁ । ଅଳ୍ପ ଅଳ୍ପ ଚିରାଫଟା ନୋଟରେ ଆପଣଙ୍କୁ ମିଳିବ ପୂରା ଟଙ୍କା । ଯଦି ଆପଣଙ୍କ ନୋଟର ଅଧିକ ଅଂଶ ଚିରି ଯାଇଛି ତେବେ ଏହାର କିଛି ପ୍ରତିଶତ ଟଙ୍କା ଆପଣଙ୍କୁ ମିଳିଥାଏ ।