କିଏ ଏହି ଦୀପ ସିଦ୍ଧୁ? ଦିଲ୍ଲୀ ହିଂସାରେ ରହିଛି କି ଭୂମିକା? ମୋଦିଙ୍କ ସହ ଏକ ଫଟୋରେ ନଜର ଆସିଥିଲେ ଦୀପ୍

Advertisment
କିଏ ଏହି ଦୀପ ସିଦ୍ଧୁ? ଦିଲ୍ଲୀ ହିଂସାରେ ରହିଛି କି ଭୂମିକା? ମୋଦିଙ୍କ ସହ ଏକ ଫଟୋରେ ନଜର ଆସିଥିଲେ ଦୀପ୍

ଲାଲକିଲ୍ଲାରେ ପତାକା ଉଡାଇବା ହେଉ କିମ୍ବା ଦିଲ୍ଲୀରେ ପୁଲିସ କର୍ମୀଙ୍କୁ ଆକ୍ରମଣ ଏହାରି ପଛରେ ପଞ୍ଜାବର ଏମିତି ଜଣେ ବ୍ୟକ୍ତିଙ୍କ ନାମ ସାମ୍ନାକୁ ଆସିଛି ଯାହାଙ୍କର କିଛି ଫଟୋ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି | ଏହି ବ୍ୟକ୍ତିଙ୍କ ନାମ ହେଉଛି ଦୀପ ସିଦ୍ଧୁ | ତେବେ ଦୀପ ସିଦ୍ଧୁ କିଏ ଓ ଦିଲ୍ଲୀ ହିଂସା ଘଟଣାରେ କିଭଳି ସେ ସାମିଲ ହେଲେ ସେ ବାବଦରେ ଜାଣନ୍ତୁ | ଦୀପ ସିଦ୍ଧୁ ୧୯୮୪ ରେ ପଞ୍ଜାବର ମୂକ୍ତରସ ଜିଲ୍ଲାରେ ଜନ୍ମଗ୍ରହଣ କରିଥିଲେ। ଦୀପ ସିଦ୍ଧୁ ଆଇନ ପଢା ସାରିବା ପରେ କିଛିଦିନ ଓକିଲାତି ମଧ୍ୟ କରିଥିଲେ | ତେବେ କିଙ୍ଗଫିସର ମଡେଲ ହଣ୍ଟ ଆଖ୍ୟା ଅର୍ଜନ କରିବା ପରେ ପଞ୍ଜାବୀ ସିନେମା ଦୁନିଆରେ ପାଦ ଥାପିଥିଲେ |

୨୦୧୫ ରେ, ଦୀପ ସିଦ୍ଧୁଙ୍କର ପ୍ରଥମ ପଞ୍ଜାବୀ ଚଳଚ୍ଚିତ୍ର ‘ରାମତା ଯୋଗୀ’ ରିଲିଜ ହୋଇଥିଲା | କିନ୍ତୁ ଏହା ସେତେଟା ହିଟ ହୋଇନଥିଲା | ୨୦୧୮ ରେ ଦୀପ ଙ୍କ ସିନେମା ‘ଜୋରା ଦାସ ନମ୍ବରିଆ’ ମୁକ୍ତିଲାଭ କରିଥିଲା ଓ ଦୀପ ଲୋକପ୍ରିୟତା ହାସଲ କରିଥିଲେ | ଏଥିରେ ଦୀପ ଜଣେ ଗ୍ୟାଙ୍ଗଷ୍ଟର ଭୂମିକାରେ ଅଭିନୟ କରିଥିଲେ। ୨୦୧୯ ଲୋକସଭା ନିର୍ବାଚନରେ ଦୀପ ​​ଭାରତୀୟ ଜନତା ପାର୍ଟି ସାଂସଦ ସନ୍ନି ଦେଓଲଙ୍କ ପ୍ରଚାର ଦଳର ସଦସ୍ୟ ଥିଲେ।

ତେବେ ସେପ୍ଟେମ୍ବର ୨୫ ରେ ବହୁ ସଂଖ୍ୟକ କୃଷକ ଶମ୍ଭୁ ସୀମାରେ ବିରୋଧ ଆରମ୍ଭ କରିଥିଲେ, ଯେଉଁଥିରେ ବହୁ କଳାକାର ମଧ୍ୟ ଯୋଗ ଦେଇଥିଲେ । ଦୀପ ସିଦ୍ଧୁ ମଧ୍ୟ କୃଷକଙ୍କ ସହ ଏହି ବିକ୍ଷୋଭରେ ଯୋଗ ଦେଇଥିଲେ। ଦୀପ ସିଦ୍ଧୁ ଅନିର୍ଦ୍ଦିଷ୍ଟ ସମୟ ପାଇଁ ଧାରଣାରେ ବସି ସୋସିଆଲ ମିଡିଆ ମାଧ୍ୟମରେ ଲୋକଙ୍କ ସହ ଯୋଗାଯୋଗ କରିବା ଆରମ୍ଭ କରିଥିଲେ | ତେବେ କିଛି କୃଷକ ତାଙ୍କୁ ବିଜେପି-ଆରଏସଏସର ଏଜେଣ୍ଟ ବୋଲି ଅଭିଯୋଗ କରି ବିରୋଧ କରିଥିଲେ। କିନ୍ତୁ ଦୀପ ଏହି ଅଭିଯୋଗକୁ ପ୍ରତ୍ୟାଖାନ କରିଦେଇଥିଲେ |

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe