୨୩ ବର୍ଷରେ ପଦାର୍ପଣ କଲେ ଅନନ୍ୟା ପାଣ୍ଡେ, ହେଲେ ସମ୍ପତ୍ତି ତାଲିକା ଦେଖିଲେ ହୋଇଯିବେ ତାଜୁବ

244

କନକ ବ୍ୟୁରୋ : ବଲିଉଡ ଅଭିନେତ୍ରୀ ଅନନ୍ୟା ପାଣ୍ଡେ ଏବେ ବେସ୍ ଚର୍ଚ୍ଚାରେ ରହିଛନ୍ତି । ଆରୟନ ଖାନ୍ ଡ୍ରଗ୍ସ ମାମଲାରେ ଦୁଇଥର ଜେରା କରିବା ପରେ ଅନନ୍ୟାଙ୍କୁ ପୁଣି ସୋମବାର ଜେରା କରିବାକୁ ଏନସିବି ନୋଟିସ କରିଛି । କେବଳ ସେତିକି ନୁହେଁ ଅନନ୍ୟାଙ୍କ ବାସଭବନ ଉପରେ ବି ଏନସିବି ଚଢାଉ କରିଛି । ଅନନ୍ୟା ବଲିଉଡରେ ଜଣେ ନବାଗତା ନାୟିକା ହୋଇଥିଲେ ବି ତାଙ୍କ ପ୍ରଶଂସକଙ୍କ ସଂଖ୍ୟା ଢେର ଅଧିକ ।

ଆପଣଙ୍କୁ କହିରଖୁ କି ଅନନ୍ୟା ପଣ୍ଡେ ଜଣେ ଅଭିନେତାଙ୍କ କନ୍ୟା ହୋଇଥିଲେ ବି ଏପର୍ଯ୍ୟନ୍ତ ବଲିଉଡରେ ମାତ୍ର ୩ ଟି ସିନେମାରେ ଅଭିନୟ କରିବାର ସୁଯୋଗ ପାଇଛନ୍ତି । ହେଲେ ସେହି ଫିଲ୍ମଗୁଡିକ ବଲିଉଡରେ ବିଶେଷ ସଫଳତା ପାଇ ନାହିଁ । ହେଲେ ଏହାପରେ ବି ଅନନ୍ୟାଙ୍କ ଲୋକପ୍ରିୟତା ଦ୍ରୁତଗତିରେ ବଢିଚାଲିଛି ।

ଚଳଚିତ୍ର ସଫଳ ହୋଇନାହିଁ, ବୟସ ବି ମାତ୍ର ୨୩ ବର୍ଷ ହେଲେ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ ଅନନ୍ୟାଙ୍କ ପାଖରେ ୭୨ କୋଟି ଟଙ୍କାର ସମ୍ପତ୍ତି ରହିଛି । ସେପଟେ ଗଣମାଧ୍ୟମର ରିପୋର୍ଟ ମୁତାବକ ଅନନ୍ୟା ଗୋଟିଏ ଫିଲ୍ମରେ କାମ କରିବାକୁ ୨ କୋଟି ଟଙ୍କା ନେଇଥାନ୍ତି ।

ସିନେମା ବ୍ୟତୀତ ଅନନ୍ୟା କିଛି ବିଜ୍ଞାପନ ବି କରିଛନ୍ତି ଓ ସେଥିରୁ ମଧ୍ୟ ଭଲ ରୋଜଗାର କରିଛନ୍ତି । ଯଦି ସୋସିଆଲ ମିଡିଆ କଥା କୁହାଯିବ ତେବେ କେବଳ ଇନଷ୍ଟାଗ୍ରାମରେ ତାଙ୍କର ୨୦.୩ ମିଲିୟନ ଫଲୋର୍ସ ରହିଛନ୍ତି ।
ଚଂକି ପାଣ୍ଡେଙ୍କ କନ୍ୟା ଅନନ୍ୟା ପିଲାବେଳୁ ଅଭିନୟ ପ୍ରତି ରୁଚି ରଖିଥିଲେ । ସେ ତାଙ୍କ ବାପାଙ୍କ ଭଳି ବଲିଉଡରେ ନାମ କମାଇବାକୁ ଚାହୁଁଥିଲେ । ତାଙ୍କୁ ଯେତେବେଳ ୨୧ ବର୍ଷ ହୋଇଥିଲା ସେ ‘ଷ୍ଟୁଡେଣ୍ଟ ଅଫ୍ ଦି ଇୟର’ ସିନେମାରେ ଡେବ୍ୟୁ କରିଥିଲେ । ଏହାପରେ ବି ସେ ୨ ଟି ସିନେମା କରିଥିଲେ ବି ସିନେମାଗୁଡିକ ବକ୍ସ ଅଫିସରେ ଫ୍ଲପ ହୋଇଥିଲା ।