କନକ ବ୍ୟୁରୋ: ସାଧାରଣ ଜନତାଙ୍କଠାରୁ ବିତ୍ତଶାଳୀ ସମସ୍ତଙ୍କ ନଜର ଥିବା ବଜେଟକୁ ଆଜି ସଂସଦରେ ଆଗତ କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ତେବେ ଏଥିରେ ବ୍ୟୟ ଅଟକଳ ହୋଇଥିବା ଅର୍ଥ ଆସୁଛି କେଉଁଠୁ , ଖର୍ଚ୍ଚ ହେବ କିପରି ସେ ନେଇ ସମସ୍ତଙ୍କ ମନରେ ପ୍ରଶ୍ନ ଆସିବା ସ୍ୱାଭାବିକ । ଅପଣଙ୍କ ଘରର ବଜେଟ୍ ପରି ଦେଶର ସରକାର ମଧ୍ୟ ଗୋଟିଏ ଗୋଟିଏ ଟଙ୍କାର ହିସାବ ରଖିବା ସହ ଏହି ଅର୍ଥ ଆଦାୟ ହେବ କେଉଁଠୁ ଖର୍ଚ୍ଚ ହେବ କିପରି ସେସବୁର ପୁରା ମ୍ୟାପ ପ୍ରସ୍ତୁତ କରନ୍ତି । ଏଥିପାଇଁ ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇ ମାସ ମାସ ଏହା ଉପରେ ଅନୁଧ୍ୟାନ କରି ଏହାକୁ ପ୍ରସ୍ତୁତ କରିଥାନ୍ତି ।

Advertisment

ତେବେ ଜାଣିବା ୧ଟଙ୍କାରେ ଦେଶର ବଜେଟ୍:

ଟଙ୍କାଟିଏ ଆସିବ କେଉଁଠୁ:

ଋଣ ଓ ଅନ୍ୟାନ୍ୟ ଦାତା- ୨୭ ପ୍ରତିଶତ

କର୍ପୋରେସନ ଟିକସ- ୧୭ପ୍ରତିଶତ

ଆୟକର-୧୯ ପ୍ରତିଶତ

ସୀମା ଶୁଳ୍କ-୪ ପ୍ରତିଶତ

କେନ୍ଦ୍ରୀୟ ଉତ୍ପାଦନ ଶୁଳ୍କ-୫ ପ୍ରତିଶତ

ଜିଏସଟି ଓ ଅନ୍ୟାନ୍ୟ ଟିକସ-୧୮ ପ୍ରତିଶତ

ଅଣ-ଟିକସ ରାଜସ୍ୱ- ୯ ପ୍ରତିଶତ

ଅଣ-ଋଣ ପୁଞ୍ଜି ଆୟ-୧ ପ୍ରତିଶତ.

ଟଙ୍କା ଟିଏ ଯିବ କୁଆଡ଼େ:

ଟିକସ ଓ ଶୁଳ୍କରୁ ରାଜ୍ୟର ଭାଗ- ୨୧ ପ୍ରତିଶତ

ସୁଧ ଦେୟ- ୧୯ ପ୍ରତିଶତ

କେନ୍ଦ୍ରୀୟ ଯୋଜନା- ୧୬ ପ୍ରତିଶତ

ଫାଇନାନ୍ସ କମିଶନ ଓ ଅନ୍ୟ ଟ୍ରାନ୍ସଫର- ୯ ପ୍ରତିଶତ

କେନ୍ଦ୍ର ପ୍ରାୟୋଜିତ ଯୋଜନା- ୮ ପ୍ରତିଶତ

ପ୍ରତିରକ୍ଷା- ୮ ପ୍ରତିଶତ

ସବସିଡି- ୬ ପ୍ରତିଶତ

ପେନସନ- ୪ ପ୍ରତିଶତ

ଅନ୍ୟାନ୍ୟ ଖର୍ଚ୍ଚ- ୯ ପ୍ରତିଶତ