ବଜେଟରେ ଘୋଷଣା ପରେ ଘୋଷଣା । କେଉଁଠୁ ଆସୁଛି ସରକାରଙ୍କ ପାଖକୁ ଅର୍ଥ? କିପରି ହୁଏ ଖର୍ଚ୍ଚ?

14,230

କନକ ବ୍ୟୁରୋ: ସଂସଦରେ ବଜେଟ୍ ଉପସ୍ଥାପନ କରୁଛନ୍ତିି ଅର୍ଥମନ୍ତ୍ରୀ ନିର୍ମଲା ସୀତାରମଣ । କରୁଛନ୍ତି ଗୋଟେ ପରେ ଗୋଟେ ଘୋଷଣା । କେଉଁଠି କେତେ ଖର୍ଚ୍ଚ ହେବ ସେ ନେଇ ଦେଉଛନ୍ତି ସବିଶେଷ ବିବରଣୀ । ହେଲେ ଖର୍ଚ୍ଚ କରିବାକୁ କେଉଁଠୁ ଆସୁଛି ସରକାରଙ୍କ ପାଖକୁ ଅର୍ଥ । ଏ ବିଷୟରେ ସମ୍ୟକ୍ ତଥ୍ୟ ।
୨୦୨୨ ଆର୍ଥିକ ବର୍ଷ ପାଇଁ ୩୯.୪୫ ଲକ୍ଷ କୋଟି ଟଙ୍କାର ବଜେଟ୍ ପ୍ରସ୍ତୁତ ହୋଇଥିବାବେଳେ ୨୦୨୩-୨୪ ବର୍ଷ ପାଇଁ ପାଖାପାଖି ୪୦ ଲକ୍ଷ କୋଟି ଟଙ୍କାର ବଜେଟ୍ ପ୍ରସ୍ତୁତ ହୋଇଥିବା ଜଣାପଡିଛି । ତେବେ ଆସନ୍ତୁ ଜାଣିବା ସରକାରଙ୍କ ଆୟ ଓ ବ୍ୟୟର ପୁରା ପ୍ରକ୍ରିୟା ।

ସରକାରଙ୍କ ଆୟର ସ୍ରୋତ:

ଆମେ ଜାଣୁ ଯେ, ସରକାର ସାଧାରଣତଃ ଟ୍ୟାକ୍ସ ଓ ରାଜସ୍ୱ ଜରିଆରେ ଆୟ କରନ୍ତି । କିନ୍ତୁ ସରକାରଙ୍କୁ ସବୁଠୁ ଅଧିକ ଆୟ ମିଳିଥାଏ ଋଣ ଓ ଅନ୍ୟ ଦେୟ ଫଣ୍ଡରୁ । ଏହାପରେ ଜିଏସଟିରୁ ମଧ୍ୟ ଆୟ ଅଧିକ ହୋଇଥାଏ । ତେବେ ଏସବୁ ଭିତରୁ ସରକାରଙ୍କ ୩୫ ପ୍ରତିଶତ ଆୟ ବିତ୍ତିୟ ଋଣରୁ ସୁଧ ଆକାରରେ ଆଦାୟ ହୋଇଥାଏ । :

ଆୟ ସ୍ରୋତ:
ଉଧାର ଲେଣଦେଣ: ୩୫ %
ଜିଏସଟି: ୧୬%
କର୍ପୋରେସନ୍ ଟ୍ୟାକ୍ସ :୧୫ %
ଆୟକର: ୧୫ %
କେନ୍ଦ୍ରୀୟ ଉତ୍ପାଦ ଶୁଳ୍କ: ୭ %
ସୀମା ଶୁଳ୍କ:୫%
ଅଣ ରାଜସ୍ୱ: ୫%
ଋଣରୁ କ୍ୟାପିଟାଲ ଆୟ: ୨%

ଏସବୁ କ୍ଷେତ୍ରରୁ ସରକାରଙ୍କୁ ଅର୍ଥ ମିଳୁଥିବାବେଳେ ଏହି ଅର୍ଥକୁ ସରକାର ଲୋକକଲ୍ୟାଣ ଯୋଜନା ସହ ଅନ୍ୟ ଲାଭପ୍ରଦ ଯୋଜନାରେ ବିନିଯୋଗ କରିଥାନ୍ତି । ଆୟ ହୋଇଥିବା ଅର୍ଥକୁ ବିଭିନ୍ନ ଯୋଜନା ପାଇଁ ଅତି ସତର୍କତାର ସହ ଖର୍ଚ୍ଚ କରାଯାଏ । ଏକାଧିକ ଅର୍ଥ ବିଶେଷଜ୍ଞଙ୍କ ଆକଳନରେ ଖର୍ଚ୍ଚ ଅଟକଳ ପ୍ରସ୍ତୁତ ହୁଏ ।

କେଉଁଠି କେତେ ଖର୍ଚ୍ଚ?
ଋଣ ସୁଝିବାରେ : ୨୦ %
ଟ୍ୟାକ୍ସରେ ରାଜ୍ୟମାନଙ୍କର ଭାଗିଦାରୀ: ୧୭%
ସେଣ୍ଟ୍ରାଲ ସେକ୍ଟର ସ୍କିମ୍: ୧୫%
ସେଣ୍ଟ୍ରାଲ ସ୍ପନ୍ସର୍ସ ସ୍କିମ (କେନ୍ଦ୍ରୀୟ ପ୍ରାୟୋଜକ ଯୋଜନା): ୯%
ବିତ୍ତିୟ କମିଶନ:୧୦%
ସବସିଡି: ୮%
ପ୍ରତିରକ୍ଷା: ୮%
ପେନସନ୍: ୪%