ଲଗାଣ ବର୍ଷାକୁ ପାଞ୍ଚ ଦିନ ବିତିଲାଣି । ଏବେବି ଜଳବନ୍ଦୀ ଜୀବନ କାଟୁଛନ୍ତି ଲୋକେ

ଅସ୍ତରଙ୍ଗରେ ଧାନ ବିଲରେ ଅଂଟାଏ ପାଣି : ସେପଟେ, ପାଣି ଘେରରେ କେନ୍ଦ୍ରାପଡା, ପଟ୍ଟାମୁଣ୍ଡାଇ ବ୍ଲକର ୭ ଗାଁ ଓ ଆଳି ବ୍ଲକର ୧୦ ପଂଚାୟତ; ଅସ୍ତରଙ୍ଗ, କେନ୍ଦ୍ରାପଡ଼ା, ବସ୍ତା ଓ ଆଠଗଡ଼ ତିଗିରିଆରେ ଏବେ ବି ଜମି ରହିଛି ବନ୍ୟା ପାଣି

107

କନକ ବ୍ୟୁରୋ : ଲଗାଣ ବର୍ଷାକୁ ପାଞ୍ଚ ଦିନ ବିତିଲାଣି । ଏବେ ବର୍ଷା ଛାଡିଯାଇଛି ହେଲେ ଆଣିଦେଇଛି ଦୁଃଖ ଓ ଯନ୍ତ୍ରଣା । ୫ଦିନ ହେଲା ଏବେବି ଜଳବନ୍ଦୀ ଜୀବନ କାଟୁଛନ୍ତି ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ରଘୁନାଥପୁର ବାସୀ । ଘର ଭିତର ଓ ବାହାର ସବୁଆଡେ ଖାଲି ପାଣି ଆଉ ପାଣି । ଧାନ ବିଲରେ ଏବେ ଅଂଟାଏ ପାଣି ଥିବା ବେଳେ କଦଳୀ ପାଟୁଙ୍ଗା ଭେଳାରେ ଲୋକେ ଯିବାଆସିବା କରୁଛନ୍ତି । କେନ୍ଦ୍ରାପଡାରେ ବନ୍ୟା ପରିସ୍ଥିତି ସଙ୍ଗନ ହୋଇଛି । ବ୍ରାହ୍ମଣୀ ଓ କଣୀନଦୀରେ ବନ୍ୟା ଆସିବାରୁ କେନ୍ଦ୍ରାପଡା, ପଟ୍ଟାମୁଣ୍ଡାଇ ବ୍ଲକର ୭ଟି ଗା ଓ ଆଳି ବ୍ଲକର ୧୦ଟି ପଂଚାୟତରେ ପାଣି ପଶିଛି । ଅମୃତ ମଣୋହି ଗାଁ ରାସ୍ତାରେ ପୋଲ ଘାଇ ସୃଷ୍ଟି ହେବାରୁ ଅନେକ ଗାଁ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇ ରହିଛି ।

ଅନ୍ୟପକ୍ଷରେ ଆଠଗଡ ତିଗିରିଆରେ ମଧ୍ୟ ବର୍ଷା ଛାଡିଥିଲେ ବି ଲୋକଙ୍କ ଦୁର୍ଦ୍ଦଶା ବଢିଛି । ଲୋକେ ଜଳବନ୍ଦୀ ଥିବା ବେଳେ ପାଣିରେ ବୁଡି ରହିଛି ଶତାଧିକ ଏକର ଚାଷ ଜମି । ୪ରୁ ୫ଦିନ ହେଲା ଘର ଗୁଡିକରେ ପାଣି ପଶିଥିବା ବେଳେ ଚାଷ ଜମି ବି ପାଣିରେ ବୁଡିରହିିଛି । ମହାନଦୀରେ ଜଳସ୍ତର ବଢିବା ଯୋଗୁଁ ଉତରବାଙ୍କୀ ବ୍ଲକର ଘୋଡାବର ହୁଳୁହୁଳା ପୋଲ ଉପରେ ବନ୍ୟାଜଳ ପ୍ରବାହିତ ହେବା ଯୋଗୁଁ ସୁବର୍ଣ୍ଣପୁର ପଟୁ ରତାଗଡକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି । ସେହିପରି ସୋମପଡା ଖଣ୍ଡହତା ରାସ୍ତାର ବଡବନ୍ଧିଆଣି ଠାରେ ୪ଫୁଟର ବନ୍ୟାଜଳ ଯୋଗୁଁ ତିଗିରିଆ ପଟୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି । ଯଦି ମହାନଦୀରେ ଜଳସ୍ତର ବଢେ ତେବେ ତିଗିରିଆର ୪ଟି ଓ ଉତରବାଙ୍କୀ ବ୍ଲକର ୫ଟି ପଂଚାୟତକୁ ସମ୍ପୂର୍ଣ୍ଣ ଯୋଗଯୋଗ ବିଚ୍ଛିନ୍ନ ହୋଇଯିବାର ଆଶଙ୍କା ରହିଛି ।

ସେହିପରି ସତର୍କ ସଂକେତ ଉପରେ ପ୍ରବାହିତ ହେଉଛି ସୁବର୍ଣ୍ଣରେଖା ନଦୀର ଜଳସ୍ତର । ଲଘୁଚାପଜନିତ ପ୍ରବଳ ବର୍ଷା କାରଣରୁ ବାଲେଶ୍ୱର ଜିଲ୍ଲା ଦେଇ ପ୍ରବାହିତ ହେଉଥିବା ସୁବର୍ଣ୍ଣରେଖା ନଦୀରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ନଦୀର ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ଜଳସ୍ତର ବଢୁଛି । ଝାଡଖଣ୍ଡ ଗାଲୁଡିବି ବ୍ୟାରେଜରୁ ଗତ ଦୁଇଦିନରେ ୨୫ ଶହ କ୍ୟୁସେକ ପାଣି ନିଷ୍କାସନ କରିବା ଫଳରେ ଜଳସ୍ତର ବଢୁଛି । ନଦୀର ଜଳସ୍ତର ବଢୁଥିବାରୁ ବାଲିଆପାଳ , ଭୋଗରାଇ ଓ ଜଳେଶ୍ୱର ବ୍ଲକର ଶତାଧିକ ଗାଁ ଜଳମଗ୍ନ ହେବାର ଆଶଙ୍କା ରହିଛି ।

ସୁବର୍ଣ୍ଣରେଖା ନଦୀର ଜଳସ୍ତର ବୃଦ୍ଧି ଯୋଗୁ ଉପର ମୁଣ୍ଡରେ ପ୍ରବଳ ବର୍ଷା ଯୋଗୁ ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି । ଝାରଖଣ୍ଡର ଗାଲୁଡିହି ବ୍ୟାରେଜରୁ ଗତ ଦୁଇ ଦିନରେ ୨୫ ଶହ କ୍ୟୁସେକ ଜଳ ନିଷ୍କାସନ କରାଯିବା ଯୋଗୁ ସୁବର୍ଣ୍ଣରେଖାରେ ବିପଦ ସଙ୍କେତ ଉପରେ ପ୍ରବାଭିତ ହେଉଛି ଜଳ । ନଦୀର ଜଳସ୍ତର ବୃଦ୍ଧି ପାଉଥିବାରୁ ବାଲିଆପାଳ, ଭୋଗରାଇ ଏବଂ ଜଳେଶ୍ୱର ବ୍ଲକର ଶତାଧିକ ଗାଁ ଜଳମଗ୍ନ ହେବାର ଆଶଙ୍କା ରହିଛି । ସାମ୍ଭବ୍ୟ ବନ୍ୟାକୁ ଦୃଷ୍ଟିରେ ରଖି ତଳିଆ ଅଂଚଳର ଲୋକମାନଙ୍କୁ ଉଚ୍ଚ ଏବଂ ସୁରକ୍ଷିତ ସ୍ଥାନକୁ ପଳାଇଯିବାକୁ ପରାମର୍ଶ ଦିଆଯାଇଛି । ଆବଶ୍ୟକ ପଡିଲେ ଲୋକଙ୍କ ପାଇଁ ଶୁଖିଲା ଏବଂ ରନ୍ଧା ଖାଦ୍ୟର ବ୍ୟବସ୍ଥା କରାଯିବ ବୋଲି କହିଛନ୍ତି ତହସିଲଦାର ।

ସେପଟେ ବଢୁଛି ଜଳକା ନଦୀର ଜଳସ୍ତର । ମଥାନୀଠାରେ ଜଳସ୍ତର ବିପଦସଙ୍କେତ ଉପରେ ପ୍ରବାହିତ ହେଉଛି । ବସ୍ତା ଅଂଚଳରେ ଗତକାଲି ସାମାନ୍ୟ ବର୍ଷା ହୋଇଥିବାବେଳେ ଉପରମୁଣ୍ଡରେ ବର୍ଷା କାରଣରୁ ଜଳସ୍ତର ବଢି ବନ୍ୟା ପରିସ୍ଥିତି ଉପୁଜିଛି । ବସ୍ତା ଅଂଚଳରେ ପାଖାପଖି ୩ ହଜାର ହେକ୍ଟର ଚାଷଜମି ଜଳମଗ୍ନ ହୋଇଛି । ତଳିଆ ଅଂଚଳରେ କିଛି ରାସ୍ତା ଉପରେ ବନ୍ୟାଜଳ ପ୍ରବାହିତ ହେଉଥିବାରୁ ମଥାନୀ ରାସ୍ତାରେ ବନ୍ୟାଜଳ ପ୍ରବାହିତ ହେଉଛି । ପଟ୍ଟାମୁଣ୍ଡାଇରେ ବନ୍ୟା ବିତ୍ପାତ । ପାଣି ଘେରରେ ୧୩ଟି ପଂଚାୟତ ରହିଛି । ଧୋୟା ଅଂଚଳରେ ଓଡ୍ରାଫ ଟିମ ନିୟୋଜିତ ଅଛନ୍ତି । ଅମୃତମୋଣି ଛକ ନିକଟରେ ପୋଲ ଭାସି ୨୦ ଫୁଟର ଘାଈ ସୃଷ୍ଟି ହୋଇଛି । ପ୍ରଶାସନ ତରଫରୁ ଶୁଖିଲା ଖାଦ୍ୟ ବଂଟନ କରାଯାଇଛି ।