କନକ ବ୍ୟୁରୋ : ସାରା ଦେଶରେ ଜାରି ରହିଛି ଦ୍ୱିତୀୟ ପର୍ଯ୍ୟାୟ କରୋନା ଟିକାକରଣ । ପ୍ରଥମ ଦିନରେ ଟିକା ନେଇଛନ୍ତି ୧ ଲକ୍ଷ ୪୭ ହଜାର ଲୋକ । ଏହି ପର୍ଯ୍ୟାୟରେ ୬୦ ବର୍ଷରୁ ଅଧିକ ବ୍ୟକ୍ତି ଏବଂ ଗୁରୁତର ସ୍ୱାସ୍ଥ୍ୟ ସମସ୍ୟା ଥିବା ୪୫ ବର୍ଷରୁ ଅଧିକ ବୟସ୍କଙ୍କୁ ଟିକା ଦିଆଯାଉଛି । ତେବେ ଗତକାଲି ଟିକାକରଣ ଆରମ୍ଭ ହେବାପରେ ପ୍ରଥମରୁ କିଛି ସମୟ ପଞ୍ଜିକରଣ ପାଇଁ ସମସ୍ୟା ଦେଖା ଦେଇଥିଲା । ଏହାପରେ ସବୁକିଛି ଠିକଠାକ ଚାଲିଥିଲା ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ କହିଛି ।  ସାରାଦେଶରେ କେମିତି ଚାଲିଛି କରୋନା ଟିକାକରଣ ଜାଣନ୍ତୁ...

Advertisment

- କୋ-ୱିନ ପୋର୍ଟାଲରେ ପ୍ରଥମ ଦିନରେ ପଞ୍ଜିକରଣ କରିଛନ୍ତି ୨୫ ଲକ୍ଷ ଲୋକ

- ଏମାନଙ୍କ ଭିତରୁ ସାଢେ ୨୪ ଲକ୍ଷ ସାଧାରଣ ଲୋକ ଓ ୫୦ ହଜାର ସ୍ୱାସ୍ଥ୍ୟକର୍ମୀ କିମ୍ବା କରୋନା ଯୋଦ୍ଧା ଅଛନ୍ତି

- ପ୍ରଥମ ଦିନରେ ୬୦ ବର୍ଷରୁ ଅଧିକ ୧ ଲକ୍ଷ ୨୮ ହଜାର ୬୩୦ ଜଣ କରୋନା ଟିକା ନେଇଛନ୍ତି

- ସେହିପରି ଜଟିଳ ସ୍ୱାସ୍ଥ୍ୟ ସମସ୍ୟା ଥିବା ୪୫ ବର୍ଷରୁ ଅଧିକ ୧୮ ହଜାର ୮୫୦ ଜଣଙ୍କୁ ଟିକା ଦିଆଯାଇଛି

- ଜାନୁଆରୀ ୧୬ ତାରିଖରୁ ସାରାଦେଶରେ କରୋନା ଟିକାକରଣ ଆରମ୍ଭ ହୋଇଥିଲା

- ଏପର୍ଯ୍ୟନ୍ତ ସ୍ୱାସ୍ଥ୍ୟକର୍ମୀ, କରୋନା ଯୋଦ୍ଧାଙ୍କ ସହ ସାଧାରଣ ନାଗରକିଙ୍କୁ ମିଶାଇ ୧ କୋଟି ୪୭ ଲକ୍ଷ ଟିକା ନେଇଥିବା ଜଣାପଡିଛି 

- ପ୍ରାୟ ୧୦ ହଜାର ସରକାରୀ ଟିକା କେନ୍ଦ୍ରରେ ମାଗଣାରେ କରୋନା ଟିକା ଓ ଘରୋଇ ଡାକ୍ତରଖାନାରେ ୨୫୦ ଟଙ୍କାରେ ଟିକା ଦିଆଯାଉଛି