ଇଂରେଜମାନଙ୍କ ପାଇଁ ଆତଙ୍କ ପାଲଟିଥିଲେ ମଙ୍ଗଳ ପାଣ୍ଡେ ! ଇଂରେଜ ଶାସନକୁ ଖୋଲା ଖୋଲି କରିଥିଲେ ବିରୋଧ, ହସି ହସି ଚଢିଯାଇଥିଲେ ଫାଶୀରେ ।

372

ଅନେକ ସ୍ୱାଧୀନତା ସଂଗ୍ରାମୀ ଦେଶ ପାଇଁ ତାଙ୍କ ପ୍ରାଣ ଉତ୍ସର୍ଗ କରିଦେଇଛନ୍ତି । ମହାତ୍ମା ଗାନ୍ଧି, ଜାବାହାରଲାଲ ନେହେରୁ, ଭଗତ ସିଂହ ଏବଂ ସୁଭାଷ ଚନ୍ଦ୍ର ବୋଷଙ୍କ ଭଳି ମଙ୍ଗଳ ପାଣ୍ଡେ ମଧ୍ୟ ଦେଶ ପାଇଁ ଅନେକ ମହାନ କାମ କରି ସହିଦ ହୋଇଯାଇଛନ୍ତି । ଭାରତରେ ମଙ୍ଗଳ ପାଣ୍ଡେ ଜଣେ ମହାନ କ୍ରାନ୍ତିକାରୀ ବ୍ୟକ୍ତି ଭାବେ ପରିଚିତ । ଯିଏକି ବ୍ରିଟିସ କାନୁନକୁ ବିରୋଧ କରିଥିଲେ ।

ମଙ୍ଗଳ ପାଣ୍ଡେ ଉତ୍ତରପ୍ରଦେଶର ନଗୱା ଗ୍ରାମରେ ବାସ କରୁଥିବା ଦିବାକର ପାଣ୍ଡେଙ୍କ ପରିବାରରେ ଜନ୍ମ ଗ୍ରହଣ କରିଥିଲେ । ଜନ୍ମରୁ ହିଁ ହିନ୍ଦୁ ଧର୍ମ ଉପରେ ତାଙ୍କର ଅତୁଟ ବିଶ୍ୱାସ ଥିଲା । ତାଙ୍କ ହିସାବରେ ହିନ୍ଦୁ ଧର୍ମ ସର୍ବଶ୍ରେଷ୍ଠ ଧର୍ମ ଥିଲା । ୧୯୪୯ ମସିହାରେ ପାଣ୍ଡେ ବ୍ରିଟିସ ଇଷ୍ଟଇଣ୍ଡିଆର ଆର୍ମିରେ ସାମିଲ ହେଲେ । ଏହା ପରେ ଆରମ୍ଭ ହୋଇଥିଲା ବିଦ୍ରୋହ ।

ଏକ ବନ୍ଧୁକକୁ ଆଧାର କରି ବିଦ୍ରୋହର ଆରମ୍ଭ ହେଲା । ସିପାହିମାନଙ୍କୁ ଏକ ନୂଆ ରାଇଫଲ ବନ୍ଧୁକ ଦିଆଯାଇଥିଲା । ପୁରୁଣା ରାଇଫଲ ଭଳି ନୂଆ ରାଇଫଲରେ ଗୁଳି ପୁରାଇବା ସମାନ ଥିବା ବେଳେ ବନ୍ଧୁକରେ ଅନେକ ପରିବର୍ତ୍ତନ କରାଯାଇଥିଲା । ଏହା ଲକ୍ଷ ଭେଦ କରିବା ପାଇଁ ସମ୍ପୁର୍ଣ୍ଣ ଭାବେ ପ୍ରସ୍ତୁତ ହୋଇ ରହିଥିଲା । କିନ୍ତୁ ଏଥିରେ ଆଉ ଏକ ପରିବର୍ତନ ମଧ୍ୟ କରାଯାଇଥିଲା ଯେଉଁଥିରେ ଗୁଳି ପୁରାଇବା ପୂର୍ବରୁ ଗୁଳିରେ ଲାଗିଥିବା କାରତୁସକୁ ଦାନ୍ତରେ ଛିଡାଇବାକୁ ପଡୁଥିଲା । ଏବଂ ତାପରେ ବନ୍ଧୁକରେ ଗୁଳି ପୁରାଇ ଲକ୍ଷକୁ ଭେଦ କରାଯାଉଥିଲା । କିନ୍ତୁ ବିଦ୍ରୋହ କଲା ଭଳି କଥା ହେଉଛି ଗୁଳିରେ ଲାଗିଥିବା କାରତୁସର ବାହାର ଆବରଣ ଗାଇ ଏବଂ ଘୁସିରି ମାଂସରେ ତିଆରି କରାଯାଇଥିଲା । ଏହା ଜଣିବା ପରେ ହିନ୍ଦୁ, ମୁସଲମାନ ଏବଂ ବ୍ରିଟିସ ସରକାରଙ୍କ ମଧ୍ୟରେ ବିବାଦ ଦେଖାଦେଇଥିଲା ।

ସୂଚନା ମୁତାବକ, ବ୍ରିଟିସ ସରକାର ହିନ୍ଦୁ ଏବଂ ମୁସଲମାନମାନଙ୍କ ଧର୍ମ ନଷ୍ଟ କରିବା ପାଇଁ କାରତୁସରେ ଗାଇ ଓ ଘୁସୁରିର ମାଂସ ଲଗାଇ ଦେଇଥିଲେ । ମଙ୍ଗଳ ପାଣ୍ଡେ ଏହା ଜାଣିବା ପରେ ବ୍ରିଟିସ ସରକାରଙ୍କୁ ବିରୋଧ କରିବାକୁ ଲାଗିଲେ । ଗୋଟେ ଦିନ ବ୍ରିଟିସ ସରକାର ପୂନର୍ବାର କରତୁସ ଯୁକ୍ତ ଗୁଳି ଦେଇଥିଲେ କିନ୍ତୁ ମଙ୍ଗଳ ପାଣ୍ଡେ ଏହାକୁ ଦୃଢ ବିରୋଧ କରିବାରୁ ତାଙ୍କୁ ଚାକିରିରୁ ବାହାର ଯିବାର ଆଦେଶ ଦିଆଗଲା । ମଙ୍ଗଲ ପାଣ୍ଡେ ବ୍ରିଟିସ ସରକାରଙ୍କ ଆଦେଶକୁ ଅବମାନନା କରିବା ସହ ଜଣେ ଇଂରେଜ ଅଫିସରଙ୍କ ଉପରକୁ ଆକ୍ରମଣ କରିଦେଲେ । ମଙ୍ଗଳ ପାଣ୍ଡେ ଏକମାତ୍ର ଭାରତୀୟ ଥିଲେ ଯିଏ ପ୍ରଥମ କରି ବ୍ରିଟିସ ସରକାରଙ୍କ ବିରୁଦ୍ଧରେ ସ୍ୱର ଉତ୍ତୋଳନ କରିବା ସହ ଜଣେ ଇଂରେଜ ଅଫିସରଙ୍କ ଉପରେ ଆକ୍ରମଣ କରିଥିଲେ । ଏହି ଆକ୍ରମଣ ପରେ ବ୍ରିଟିସ ସରକାର ମଙ୍ଗଳ ପାଣ୍ଡେଙ୍କୁ କୋର୍ଟ ଚାଲାଣ କରି ଫାଶୀ ଦଣ୍ଡର ଶୁଣାଣି କରିଥିଲେ ଏବଂ କିଛି ଦିନ ପରେ ମଙ୍ଗଳ ପାଣ୍ଡେଙ୍କୁ ଫାଶୀ ଦିଆଯାଇଥିଲା । ମଙ୍ଗଳ ପାଣ୍ଡେ ସହିଦ ହୋଇଯାଇଥିଲେ ସତ କିନ୍ତୁ ଭାରତୀୟମାନଙ୍କ ମନରେ ସ୍ୱାଧୀନତା ପାଇବାର ନିଆଁ ଜଳାଇ ଦେଇଯାଇଥିଲେ । ଯାହା ପରେ ଏକ ଭୟଙ୍କର ରୁପ ଧାରଣ କରି ଭାରତକୁ ସ୍ୱାଧୀନତା ପ୍ରଦାନ କଲା ।