ଏଟିଏମ୍ କାର୍ଡ ବ୍ୟବହାର କରି କିମ୍ବା ବ୍ୟାଙ୍କ ଆକାଉଣ୍ଟ୍ ହ୍ୟାକ୍ କରି ଖାତାରୁ ଟଙ୍କା ଲୁଟିନେବା ତ ପୁରୁଣା ହେଲାଣି । ଏବେ ବଜାରକୁ ଆସିଛି ଠକେଇର ନୂଆ ଫର୍ମୁଲା ଏବଂ ଏଥିପାଇଁ ସାହାଯ୍ୟ କରୁଛି ସିମକାର୍ଡ । ହଁ ଆଜ୍ଞା ଆପଣଙ୍କ ମୋବାଇଲର ସିମକାର୍ଡ ଯେ କେଉଁ ମୁହୂର୍ତ୍ତକେ ଆପଣଙ୍କୁ ରାସ୍ତାର ଭିକାରୀ କରିଦେବ ତାହା ଆପଣଙ୍କୁ ମଧ୍ୟ ଜଣାନଥିବ । କେବେ ଆପଣଙ୍କ ପାଖକୁ ଏଭଳି କଲ୍ ଆସିଛି କି ଯେଉଁଥିରେ କଲର୍ ସିମ୍ ଅପଡେଟ୍ ନକଲେ ଡିଆକ୍ଟିଭେଟ୍ ହେବା କଥା କହିଥାନ୍ତି ତେବେ ସାବଧାନ ହୋଇଯାଆନ୍ତୁ ସିମ୍ ଡିଆକ୍ଟିଭେଟର ଭୟ ଦେଖାଇ ଏହି ସ୍ମାର୍ଟ ଲୁଟେରା ଆପଣଙ୍କୁ ଲକ୍ଷ ଲକ୍ଷ ଟଙ୍କାର ଚୁନା ଲଗାଇଦିଅନ୍ତି ।
କିଛି ଦିନ ତଳେ ଦିଲ୍ଲୀର ଜଣେ ଯୁବକଙ୍କୁ ସିମ୍ ସ୍ୱାଇପ୍ ଜରିଆରେ ହିଁ ୪ ଲକ୍ଷ ଟଙ୍କାର ଠକେଇ ହୋଇଗଲା । ଏହାପୂର୍ବରୁ ମଧ୍ୟ ପୁଣେର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟରୁ ଦେଢଲକ୍ଷ ଟଙ୍କାର ଠକେଇ ହୋଇସାରିଛି । ତେବେ ଆପଣଙ୍କ ପାଖକୁ ଯଦି ଏଭଳି କିଛି କଲ୍ ଆସୁଛି ତେବେ ସାବଧାନ ରୁହନ୍ତୁ ।
କ’ଣ ଏହି ସିମ୍ ସ୍ୱାଇପ୍ :
ସିମ୍ ସ୍ୱାଇପର ଅର୍ଥ ହେଉଛି ସିମର ବଦଳାବଦଳି । ଏଥିରେ ଆପଣଙ୍କ ଫୋନ୍ ନମ୍ବରରୁ ଏକ ନୂଆ ସିମର ରେଜିଷ୍ଟ୍ରେସନ୍ କରିଦିଆଯିବ । ଏମିତି ହେବା ଦ୍ୱାରା ଆପଣଙ୍କ ସିମକାର୍ଡ ତୁରନ୍ତ କାମ କରିବା ବନ୍ଦ କରିଦେବ ଏବଂ ଆପଣଙ୍କ ଫୋନରେ ସିଗନାଲ୍ ଆସିବା ବନ୍ଦ ହୋଇଯିବ । ଏହା ଏତେ ଶୀଘ୍ର ହୋଇଥାଏ ଯେ କିଛି ବୁଝିବା ପୂର୍ବରୁ ଆପଣ ଠକାମୀର ଶିକାର ହୋଇସାରିଥାନ୍ତି । ହ୍ୟାକର ଆପଣଙ୍କ ନମ୍ବରରୁ ରେଜିଷ୍ଟ୍ରେସନ୍ ହୋଇଥିବା ଦ୍ୱିତୀୟ ସିମରେ ଆସୁଥିବା ଓଟିପିକୁ ବ୍ୟବହାର କରି ଟଙ୍କା ନିଜ ଆକାଉଣ୍ଟକୁ ଟ୍ରାନ୍ସଫର୍ କରିନିଅନ୍ତି ।
କିଭଳି ଉପାୟରେ ହୁଏ ସିମ୍ ସ୍ୱାଇପ୍ :
ଟେଲିକମ୍ କମ୍ପାନୀର ଏକ୍ସେକ୍ୟୁଟିଭ୍ କହି ଜଣେ ଆପଣଙ୍କ ନମ୍ବରକୁ କଲ୍ କରିଥାନ୍ତି । ଆପଣଙ୍କ ସିମ୍ ଅପଡେଟ୍ ହୋଇନଥିବା କଥା ମଧ୍ୟ ସେ କୁହନ୍ତି । ସିମ୍ ଅପଡେଟ୍ ହେଲେ କଲ୍ ଡ୍ରପିଙ୍ଗ୍ ହେବା ସମସ୍ୟା ଠିକ୍ ହୋଇଯିବ ଏବଂ ଇଣ୍ଟରନେଟ୍ ସ୍ପୀଡ ମଧ୍ୟ ବଢିଯିବ କହିଥାନ୍ତି । ଏହି ସମୟରେ ସେ ଆପଣଙ୍କୁ ଫୋନର ୨୦ ଡିଜିଟ୍ ନମ୍ବର ମାଗିଥାନ୍ତି । ଯଦି ଆପଣ କଲରଙ୍କ କଥାରେ ବିଶ୍ୱାସ କରି ଫୋନରେ ଲେଖାଥିବା ୟୁନିକ୍ ନମ୍ବରକୁ ସେୟାର୍ କରିଦେବେ ତେବେ କଥା ସରିଲା ଏହାପରେ କଲର୍ ଆପଣଙ୍କୁ ୧ ଦବାଇବା ପାଇଁ କହିବେ । ଏହା କରିବା ଦ୍ୱାରା ଆପଣଙ୍କ ସିମରୁ ସିଗନାଲ୍ କମି ଦ୍ୱିତୀୟ ସିମକୁ ସିଗନାଲ୍ ଯିବ ଏବଂ ସ୍କିମର ପାଖରେ ଆପଣଙ୍କ ବ୍ୟାଙ୍କ୍ ଆଇଡି ଏବଂ ପାସୱାର୍ଡ ମହଜୁତ ଥାଏ । କେବଳ ଓଟିପି ଆସିବା କ୍ଷଣି ଟଙ୍କା ଟ୍ରାନ୍ସଫର୍ କରିଦିଆଯାଏ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/post_attachments/wp-content/uploads/2018/11/Capture-14.jpg)
/kanak/media/post_attachments/wp-content/uploads/2018/11/SIM-Swap-Fraud-300x168.jpg)