କିଭଳି ହୁଏ ମତଗଣନା ? ଜାଣନ୍ତୁ କେମିତି ଖୋଲା ଯାଏଁ ଇଭିଏମ ଏବଂ କେଉଁ ପ୍ରକ୍ରିୟାରେ ହୁଏ ଗଣତି

1,673

କନକ ବ୍ୟୁରୋ: ଦିନକ ପରେ ବାହାରିବ ବିଶ୍ୱର ସବୁଠାରୁ ବଡ ଗଣତନ୍ତ୍ରର ଫଳାଫଳ ତଥା ୨୦୧୯ ସାଧାରଣ ନିର୍ବାଚନ ଫଳାଫଳ । ଆସନ୍ତା ୨୩ ତାରିଖରେ ଭୋଟ ଗଣତି ସହିତ ସ୍ପଷ୍ଟ ହୋଇଯିବ କି କେଉଁ ଦଳ ସରକାର ଗଢିବ । ଇଭିଏମରୁ ହେଉଥିବା ଏହି ନିର୍ବାଚନରେ ମତଗଣନା କିଭଳି ପ୍ରକାରର ହେବ, ସେ ସଂପର୍କରେ ଆସନ୍ତୁ ଜାଣିବା ।

ଇଭିଏମ ସହିତ ଭିଭିପାଟ ଯୋଡା ଯାଇଛି । ତେବେ ଚଳିତ ଥର ପ୍ରଥମ ଥର ପାଇଁ ଲକି ଡ୍ର ମାଧ୍ୟମରେ ପ୍ରତି ଆସନରେ ୫ଟି ବୁଥର ଭିଭିପାଟ୍ ଗଣତି କରାଯିବ । ଗୋଟିଏ ପରେ ଗୋଟିଏ ଭିଭିପାଟ୍ ମେସିନର ବାଲାଟ୍ ପେପର୍ ଗଣା ଯିବ । ପ୍ରକ୍ରିୟା ଅନୁସାରେ, ସର୍ବ ପ୍ରଥମେ ଇଭିଏମର ସିୟୁ ତଥା ସେଂଟ୍ରାଲ ୟୁନିଟ୍ ର ରେଜଲ୍ଟ ବଟନରୁ ଭୋଟ୍ ଗଣତି ହେବ । ଏହାପରେ ୫ଟି ଭିଭିପାଟର ଫଳାଫଳରୁ ସେଂଟ୍ରାଲ ୟୁନିଟରୁ ମିଳିଥିବା ଅଙ୍କକୁ ମିଳା ଯିବ । ପିଜନ ହୋଲ ବକ୍ସର ସ୍ଲିପର ସଂଖ୍ୟାରୁ ମଧ୍ୟ ଭୋଟ୍ ସଂଖ୍ୟା ମିଳା ଯିବ । ତେବେ ଏହି ସ୍ଲିପ, ଯେଉଁଥିରେ ଆପଣଙ୍କୁ ଭୋଟ ଦେବା ସମୟରେ ଇଭିଏମର ଡାହାଣ ପଟରୁ ବାହାରୁଥିବା ନଜର ଆସିଥିଲା । ଏହି ସ୍ଲିପର ଗଣନା ମଧ୍ୟ ଭୋଟ୍ ଗଣତି ସହିତ ହୋଇଥିଲା ।

ଗତ ଥର ଇଭିଏମକୁ ନେଇ ଅନେକ ବିବାଦ ଦେଖାେଦେଇଥିଲା । ଏପରିକି ମାମଲା ସୁପ୍ରିମକୋର୍ଟ ପର୍ଯ୍ୟନ୍ତ ଚାଲିଯାଇଥିଲା । ଏବଂ କୋର୍ଟ ନିଷ୍ପତି ପରେ ପ୍ରଥମ ଥର ୫ଟି ଭିଭିପାଟର ଭୋଟର ଗଣତିରେ ବ୍ୟବହାର କରାଯାଉଛି । ଏହାଦ୍ୱାରା ଭୋଟ ଗଣତିରେ କୌଣସି ପ୍ରକାରର ଭୁଲ ଭଟକା ହେବାର ନାହିଁ । ତେବେ ମତଦାନ ପରେ ଷ୍ଟ୍ରଙ୍ଗ ରୁମରେ ରଖାଯାଇଥିବା ଇଭିଏମ ମତଗଣନା ଦିନ ହିଁ ବାହାରକୁ ଅଣାଯାଇଥାଏ । ଏହାପରେ ଯାଇ ମତଗଣନା କେନ୍ଦ୍ରଗୁଡିକରେ ଆରମ୍ଭ ହୋଇଥାଏ ଭୋଟ ଗଣତି । ସକାଳ ୮ଟାରୁ ମତଗଣନା ଆରମ୍ଭ କରାଯିବ । ଯାହାର ଅଧ ଘଂଟା ପରେ ଟ୍ରେଣ୍ଡ ଆରମ୍ଭ ହୋଇଯିବ । ଏଠାରେ ରିଟର୍ଣ୍ଣିଂ ଅଫିସରଙ୍କ ବ୍ୟତୀତ ନିବାଚନ ଲଢୁଥିବା ପ୍ରାର୍ଥୀ, ଇଲେକ୍ସନ ଏଜେଂଟ, କାଉଂଟିଂ ଏଜେଂଟ ମଧ୍ୟ ରହିବେ । ଅଫିସିଆଲ କ୍ୟାମେରାରରେ ଏହାର ଭିଡିଓଗ୍ରାଫି ହେବ ।

ସର୍ବପ୍ରଥମେ ମତଗଣନା କେନ୍ଦ୍ରରେ ପୋଷ୍ଟାଲ ବାଲେଟ ଗଣତି ହେବ । ପୋଷ୍ଟାଲ ବାଲାଟ ସର୍ଭିସ ଭୋଟ, ଇଲେକ୍ସନର କର୍ମଚାରୀ ହୋଇଥାନ୍ତି । ଏହାର ଅଧ ଘଂଟା ଭିତରେ ଇଭିଏମ ଖୋଲା ଆରମ୍ଭ ହୋଇଥାଏ । ପୋଷ୍ଟାଲ ବାଲେଟ ମଧ୍ୟ ଇଭିଏମ ସହିତ କାଉଂଟିଂ ଟେବୁଲକୁ ଅଣାଯାଇଥାଏ। ତେବେ ଥରକରେ ସର୍ବାଧିକ ୧୪ଟି ଇଭିଏମ ଗଣତି କରାଯାଇଥାଏ । ମତଗଣନା କେନ୍ଦ୍ରରେ ନିୟୋଜିତ ପର୍ଯ୍ୟବେକ୍ଷଙ୍କ ମୁଖ୍ୟ କାମ ମଧ୍ୟ ଏହିଠାରୁ ଆରମ୍ଭ ହୋଇଥାଏ । ସେ ପ୍ରଥମେ ଇଭିଏମର ସୁରକ୍ଷା ଯାଂଚ କରିବା ସହ କନଫର୍ମ ହୁଅନ୍ତି କି କୌଣସି ଇଭିଏମ ମେସିନ ଯେଭଳି କୌଣସି ପ୍ରକାରର ଗଡବଡି ରହିଛି କି ନାହିଁ । ବଟନ ଦବାଇ ଭୋଟ ଗଣତି କରିବାର କାମ ନିର୍ବାଚନ ଅଧିକାରୀଙ୍କର ହୋଇଥାଏ । ଏହାପରେ ଇଭିଏମର କଂଟ୍ରୋଲ ୟୁନିଟର ରେଜଲ୍ଟ ବଟନ ଦବାଇ ଦ୍ୱାରା ହିଁ ମୋଟ ଭୋଟ ସଂପର୍କରେ ଜଣାପଡିଥାଏ । ଏଥିସହିତ ହିଁ ଜଣାପଡି ଯାଇଥାଏ କି, କେଉଁ ପ୍ରାର୍ଥର୍ୀକୁ କେତେ ଭୋଟ୍ ମିଳିଛି । ତେବେ ଭୋଟଗୁଡିକର ଗଣତି ୫ଟି ଭିଭିପାଟ ସହ ମିଳାଯାଇ ରିଟର୍ଣ୍ଣିଂ ଅଫିସରଙ୍କ ନିକଟକୁ ପଠାଯାଇଥାଏ ।