କିଏ ଏହି କୋୟା କମାଣ୍ଡୋ ? ଯାହାର ନାଁ ଶୁଣିଲେ ଭୟରେ କମ୍ପି ଉଠନ୍ତି ନକ୍ସଲ ।

66

ନକ୍ସଲ ଯାହାର ନାଁ ଶୁଣି ଭୟରେ କମ୍ପି ଉଠନ୍ତି ଏବଂ ଆତଙ୍କରାଜ ବନ୍ଦ କରିବାକୁ ବାଧ୍ୟ ହୁଅନ୍ତି । ସେ ଆଉ କେହି ନୁହେଁ , ସେ ହେଉଛନ୍ତି ଆମ ଭାରତୀୟ ସେନାରେ ଗୁପ୍ତ ଭାବରେ ରହିଥିବା କୋୟା କମାଣ୍ଡୋ । ତେବେ ଆସନ୍ତୁ ଭଲଭାବେ ଜାଣିବା କିଏ ଏହି କୋୟା କମାଣ୍ଡୋ? କଣ ଏହାର କାମ ?

ଛତିଶଗଡର ରାଜଧାନୀ ରାୟପୁରରୁ ପ୍ରାୟ ଚାରି ଶହ କିଲୋମିଟର ଦୁର ସୁକମା ଏବଂ ସେଠାରୁ ପ୍ରାୟ ୫୦ କିଲୋମିଟର ଦୂର ଏର୍ରାବୋର ଗାଁ ରହିଛି । ଯେଉଁଠାରେ ନକ୍ସଲଙ୍କ ପ୍ରାଦୁର୍ଭାବ ଖୁବ ଅଧିକ ଦେଖିବାକୁ ମିଳିଥାଏ । ନକ୍ସଲଙ୍କ ପ୍ରାଦୁର୍ଭାବକୁ ନିପାତ କରିବା ପାଇଁ ଏହି ଗାଁ ୨୦୦୬ ଏକ ସଂଗଠନ ଗଠନ କରିଥିଲେ ଯାହାର ନାଁ ଥିଲା ସଲବା ଜୁଡୁମ । ସଲବା ଜୁଡୁମର ମାନେ ହେଉଛି ନକ୍ସଲଙ୍କ ବିରୋଧରେ ଗ୍ରାମୀଣଙ୍କ ଆନ୍ଦୋଳନ । ଏହି ଆନ୍ଦୋଳନରେ ଗ୍ରାମୀଣମାନେ ମିଶି ନକ୍ସଲଙ୍କ କାର୍ଯ୍ୟକଳାପକୁ ଜୋରଦାର ବିରୋଧ କରିଥିଲେ । ଏହାପରେ ଏର୍ରାବୋର ଗାଁର ଅନେକ ଯୁବକ ସ୍ୱତନ୍ତ୍ର ପୁଲିସ ଅଧିକାରୀ ହେବାରେ ସଫଳ ହୋଇଥିଲେ । ପୋଲିସ ଅଧିକାରୀ ହୋଇଥିବା ଯୁବକ ମାନଙ୍କ ମଧ୍ୟରୁ ଅଧିକ ଚାଲାକ ଏବଂ ଅଧିକ ପରିଶ୍ରମୀ ପିଲାଙ୍କୁ ଚୟନ କରାଯାଇ ଅନ୍ୟ ଏକ ଟିମ ଗଠନ କରାଯାଇଥିଲା । ଏହି ଟିମରେ ଅଧିକାଂଶ କୋୟା ଜାତିର ଯୁବକ ଥିବାରୁ ଏହି ବ୍ରିଗେଡର ନାଁ ରଖାଗଲା କୋୟା କମାଣ୍ଡୋ ।

କୋୟା କମାଣ୍ଡୋର ସଫଳତା
ବସ୍ତରରେ ନକ୍ସଲ ମାନଙ୍କୁ ସୀମା ବାହାରକୁ ତଡିବାରେ କୋୟା କମାଣ୍ଡୋ ମୁଖ୍ୟ ଭୂମିକା ଗ୍ରହଣ କରିଛି । ଡିଆରଜି( ଜିଲ୍ଲା ରିଜର୍ଭ ଗାର୍ଡ ) ଭାବରେ ବସ୍ତରରେ ମୁତୟନ କରାଯାଇଥିବା ଏହି ଟିମର ଏକ ହଜାର ଯବାନ ଗରିଲା ଯୁଦ୍ଧର ବିଶେଷ ପ୍ରଶିକ୍ଷଣ ନେଇଥିଲେ । ଆଉ ଏହାପରେ ଏହି ଟିମ ନକ୍ସଲ ଅଞ୍ଚଳରେ ନିଜର ଅସ୍ତିତ୍ୱ ବିସ୍ତାର କରିବାରେ ସଫଳ ହୋଇଛି । ପରେ ୨୦୧୧ରେ ସମର୍ପଣ କରିଥିବା କେତେକ ନକ୍ସଲ ଯୁବକଙ୍କୁ ରାଜ୍ୟସରକାର ଏସପିଓ ଭାବରେ ନିଯୁକ୍ତି ଦେଇଥିଲେ । ଏହି ଯୁବକ ମାନଙ୍କ ପରିବାର ନକ୍ସଲଙ୍କ କବଜାରେ ଥିବାରୁ ଏମାନେ ପୂର୍ବରୁ ନକ୍ସଲ ମାନଙ୍କ ଶିକାର ହୋଇଥିଲେ ଏବଂ ନକ୍ସଲ ମାନଙ୍କ ପାଇଁ କାମ କରୁଥିଲେ । କିନ୍ତୁ ପରେ ସରକାରଙ୍କ ପାଖରେ ନିଜକୁ ସମର୍ପିତ କରି ଏବେ ନକ୍ସଲମାନଙ୍କ ବିରୋଧରେ କାର୍ଯ୍ୟ କରୁଛନ୍ତି ।

କାହିଁକି ଭୟରେ କମ୍ପିଉଠନ୍ତି ନକ୍ସଲ
କୋୟା କମାଣ୍ଡୋ ପୋଲିସଙ୍କ ଠାରୁ ପ୍ରଶିକ୍ଷଣ ପ୍ରାପ୍ତ କରି ସଫଳତାର ପାହାଚ ଚଢିବାରେ ଲାଗିଛନ୍ତି । ଏହି ଯବାନ ସ୍ଥାନୀୟ ଭାଷା ଜାଣିବା ସହ ଜଙ୍ଗଲର ସମସ୍ତ ଇତିହାସ ଏବଂ ଭୂଗୋଳ ସହ ମଧ୍ୟ ଅଙ୍ଗା ଅଙ୍ଗି ଭାବରେ ଜଡିତ । ତେଣୁ ନକ୍ସଲି ମାନେ ଏହି କମାଣ୍ଡୋକୁ ସବୁଠାରୁ ଅଧିକ ଭୟ କରିଥାନ୍ତି । ନକ୍ସଲ ଜିଲ୍ଲାର ଅଧିକାଂଶ ଅପରେସନର ନେତୃତ୍ୱ ଏହି କୋୟା କମାଣ୍ଡୋ ନେଇଥାନ୍ତି ।