ସବୁଠାରୁ କନିଷ୍ଠ ଆରବପତି ବିଜନେସ୍ ଉମାନ୍ ସୂଚୀରେ ଦ୍ୱିତୀୟ ସ୍ଥାନରେ ରହିଛନ୍ତି ମୁକେଶ ଅମ୍ବାନିଙ୍କ ଝିଅ ଇଶା । ବାର୍ଷିକ ଆୟ ବିଷୟରେ ଜାଣିଲେ ଆପଣ ବି ହୋଇଯିବେ ଆଶ୍ଚର୍ଯ୍ୟ ।

43

ଦେଶରେ ହିଁ ନୁହେଁ, ବରଂ ଏସିଆ ମହାଦେଶରେ ଥିବା କୋଟିପତିଙ୍କ ସୂଚୀରେ ରହିଛି ଉଦ୍ୟୋଗପତି ମୁକେଶ ଅମ୍ବାନୀଙ୍କ ନାଁ । ଏବେ ତାଙ୍କ ପଥ ଅନୁସରଣ କରି ସେ ଆଗକୁ ନେଇଥିବା ବ୍ୟବସାୟକୁ ଆହୁରି ଆଗକୁ ନେବା ପାଇଁ ଅଣ୍ଟା ଭିଡ଼ିଛନ୍ତି ତାଙ୍କ ଦୁଇ ପୁଅ ଏବଂ ଝିଅ ଇଶା ଅମ୍ବାନୀ । ଗତ ସେପ୍ଟେମ୍ବର ୨୧ରେ ଇଶାଙ୍କର ଇଟାଲୀରେ ବ୍ୟବସାୟୀ ଆନନ୍ଦ ପିରାମଲଙ୍କ ସହ ନିର୍ବନ୍ଧ ସମ୍ପନ୍ନ ହୋଇଥିବା ବେଳେ ଏହାକୁ ୩ ଦିନ ପର‌୍ୟ୍ୟନ୍ତ ଖୁବ୍ ଧୁମ୍ ଧାମରେ ପାଳନ କରାଯାଇଥିଲା । ଇଶାଙ୍କ ନିର୍ବନ୍ଧ ଉତ୍ସବରେ ଅନେକ ବଲିଉଡ୍,ହଲିଉଡ୍, ବଡ଼ ବଡ଼ ବ୍ୟବସାୟୀ ଯୋଗ ଦେଇଥିଲେ। ନିର୍ବନ୍ଧ ସଂପନ୍ନ ହୋଇ ଯାଇଥିବା ବେଳେ ବର୍ଷ ଶେଷ ବେଳକୁ ଦୁହେଁ ବିବାହ ବନ୍ଧନରେ ବାନ୍ଧି ହେବେ ବୋଲି ଜଣାପଡ଼ିଛି । ତେବେ ଆଜି ଆମେ ଆପଣଙ୍କୁ ଜଣାଇବୁ ଇଶାଙ୍କ ସହ ଜଡ଼ିତ କିଛି ଅଜଣା କଥା ।

ଇଶା କେବଳ ମୁକେଶ ଅମ୍ବାନୀଙ୍କ ଝିଅ ହିସାବରେ ପରିଚିତ ନୁହନ୍ତି । ସେ ନିଜର ମଧ୍ୟ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି । ଫୋର୍ବସ୍ ତାଲିକାରେ ସବୁଠାରୁ କନିଷ୍ଠ ଆରବପତି ବିଜନେସ୍ ଉମାନ୍ ସୂଚୀରେ ଦ୍ୱିତୀୟ ସ୍ଥାନରେ ରହିଛନ୍ତି ଇଶା। ୧୯୯୧ରେ ଜନ୍ମ ହୋଇଥିବା ଇଶା ବର୍ଷକୁ ଆୟ କରିଥାନ୍ତି ୪୭୧୦କୋଟି ଟଙ୍କା । ମାତ୍ର ୧୬ବର୍ଷ ବୟସରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ସେୟାର ହୋଲଡର୍ ଭାବେ ୮୦ ମିଲିୟନ ଡଲାରର ମାଲିକାଣି ବନି ଯାଇଥିଲେ । ସେ ଆକାଶ ଅମ୍ବାନୀଙ୍କ ଜାଆଁଳା ଭଉଣୀ ହୋଇଥିବା ବେଳେ ରିଲାଏନ୍ସ କମ୍ପାନିରେ ଟେଲିକମ ଏବଂ ରିଟେଲ କମ୍ପାନିର ନିର୍ଦ୍ଦେଶକ ବୋଲି ଜଣାପଡ଼ିଛି ।