ଭାରତୀୟ ସେନାରେ ପାରା କମାଣ୍ଡୋଙ୍କ ଭୂମିକା କଣ??? କେତେ କଠିନ ହୋଇଥାଏ ପାରା କମାଣ୍ଡୋ ଟ୍ରେନିଂ?? ଜାଣନ୍ତୁ….

130

ପାରା କମାଣ୍ଡୋ… ଯ ।ହାର ନାଁ ଶୁଣିଲେ ଶତ୍ରୁ ଛାତିରେ ଛାନିଆ ପସିଯାଏ । ଆଉ ଆମକୁ ଉରି ଆକ୍ରମଣ ପରେ ସର୍ଜିକାଲ ଷ୍ଟ୍ରାଇକ୍ କଥା ମନେ ପକାଇଦିଏ । କେବଳ ସର୍ଜିକାଲ ଷ୍ଟ୍ରାଇକ୍ କାହିଁକି ଦେଶକୁ ବଞ୍ଚାଇବା ପାଇଁ ପାରା ସ୍ପେସାଲ ଫୋର୍ସର ଅନେକ ଭୂମିକା ରହିଛି । ତେବେ ଆସନ୍ତୁ ଜାଣିବା ପାରା କମାଣ୍ଡୋଙ୍କ ବିସୟରେ,

ଇଣ୍ଡିଆନ ଆର୍ମିର ପାରାଚ୍ୟୁଟ୍ ରେଜିମେଣ୍ଟର ୯ ପାରା ଏସଏଫ୍ ବାଟେଲିୟନ୍ । ଯିଏକି ଶତ୍ରୁକୁ ମାତ୍ ଦେବା ପାଇଁ ସର୍ବଦା ପ୍ରସ୍ତୁତ ରହିଥାନ୍ତି । ସେନାର ପୋଷାକ ପିନ୍ଧିଦେଲେ ଏମାନଙ୍କ ଶରୀରରେ ଆସିଯାଏ ଅଦମ୍ୟ ଶକ୍ତି, ନିଜ ଜୀବନକୁ ହରାଇବାର ତିଳେମାତ୍ର ଭୟ ନଥାଏ । ଶତ୍ରୁକୁ ନିହତ କରି ନିଜ ମାଟି ମାଆକୁ ସୁରକ୍ଷା ଦେବା ଥାଏ ଏକମାତ୍ର ଲକ୍ଷ । ଏହି ପାରା କମାଣ୍ଡୋଙ୍କୁ ଦୁନିଆର ସବୁଠୁ ଖତରନାକ୍ ସ୍ପେଶାଲ ଫୋର୍ସ ବୋଲି କୁହାଯାଏ । ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ବି ପାରା କମାଣ୍ଡୋଙ୍କ ଭୂମୀକା ରହିଛି । ଅକ୍ଟୋବର ୧୯୪୧ରେ ୫୦ ପାରାସୁଟ୍ ବ୍ରିଗେଟର ଗଠନ କରାଯାଇଥିଲା । ପରେ ୯ ପାରା ଏସ୍ଏଫ୍କୁ ୧୯୬୬ରେ ସ୍ପେସାଲ ଫୋର୍ସ ଭାବେ ପ୍ରସ୍ତୁତ କରାଯାଇଥିଲା ।

ଯୁଦ୍ଧ ସମୟରେ ପାରା କମାଣ୍ଡୋଙ୍କ ଭୂମିକା :

୧୯୬୫ ଏବଂ ୧୯୭୧ରେ ଦୁଇଥର ଭାରତ ପାକିସ୍ତାନ୍ ମଧ୍ୟରେ ଯୁଦ୍ଧ ହୋଇଥିଲା । ଏହି ଯୁଦ୍ଧରେ ପାରା କମାଣ୍ଡୋ, ଶତ୍ରୁକୁ ନିପାତ କରି ପରାଜୟର ସ୍ୱାଦ ଚଖାଇଥିଲେ । ୧୯୮୦ରେ ଶ୍ରୀଲଙ୍କାରେ ଅପରେଶନ୍ ପବନ୍ । ୧୯୮୪ରେ ଅପରେସନ୍ ବ୍ଲୁ-ଷ୍ଟାର୍, ୧୯୮୮ରେ ମାଲଦ୍ୱୀପ ଅପରେସନ୍ ‘କ୍ୟାକଟସ୍’ ଏବଂ ୨୦୦୧ରେ ଅପରେସନ୍ ଆପାଚେ ଭଳି ଅନେକ ଅପରେସନରେ ଭାରତୀୟ ସେନାର ଏହି ଯେଦ୍ଧାଙ୍କ ଭୂମୀକା ରହିସାରିଛି । ଆଉ ୨୦୧୬ରେ ହୋଇଥିବା ଉରୀ ଆକ୍ରମଣର ପ୍ରତିସୋଧ ନେବାକୁ ଯାଇ ଶତ୍ରୁ ମାଟିରେ ପଶି ସର୍ଜିକାଲ ଷ୍ଟ୍ରାଇକ କରି ଶତ୍ରୁକୁ ଗୋଟି ଗୋଟି କରି ନିପାତ କରିଥିଲେ ।

ପାରା କମାଣ୍ଡୋ ଟ୍ରେନିଂ

ପାରା କମାଣ୍ଡୋ ହେବା ଏତେ ସହଜ କଥା ନୁହେଁ । ୯୦ ଦିନର କଡା ଟ୍ରେନିଂରେ ହାଡ ଭଙ୍ଗା କଷ୍ଟ କରିବାକୁ ପଡିଥାଏ । ପ୍ରଥମ ଦିନରୁ ଆରମ୍ଭ କରି ପ୍ରଶୀକ୍ଷଣର ଶେଷ ପର୍ଯ୍ୟନ୍ତ ଶୋଇବା ଏମାନଙ୍କ ଭାଗ୍ୟରେ ନଥାଏ । ମାତ୍ର ୧ରୁ ୨ଘଣ୍ଟା ଶୋଇବାକୁ ଦିଆଯାଇଥାଏ, ତାହାବି କୌଣସି ନରମ ଗଦିରେ ନୁହେଁ, ଯେଉଁ ପୋଷାକ ପିନ୍ଧି ଦିନ ତମାମ କଡା ପରିଶ୍ରମ କରିଥାନ୍ତି ସେହି ପୋଷାକରେ ରହି ତଳେ ଶୋଇବାକୁ ପଡିଥାଏ । ଭୋର ୪ଟାରୁ ସାଇରନ୍ ବାଜେ, ସାଇରନ ବାଜିବା ମାତ୍ରେ ନିଜକୁ ପୁଣି ଟ୍ରେନିଂ ପାଇଁ ପ୍ରସ୍ତୁତ କରିବାକୁ ପଡିଥାଏ । ୪ଡିଗ୍ରୀ ସେଲସିୟସ ଥଣ୍ଡାରେ… ଟ୍ରେନିଂ ଆରମ୍ଭ ହୁଏ, ଆଉ ଦେଖୁ ଦେଖୁ ସକାଳ ହୁଏ ଆଉ ଖରାର ତାପମାତ୍ରା ବି ବୃଦ୍ଧି ପାଏ । ଦେହ ଜଳିଗଲା ଭଳି ଖରାରେ ୩୦ କିଲୋର ବ୍ୟାଗ ଧରି ୧୦ କିମି ଚାଲିବାକୁ ପଡିଥାଏ । ପ୍ରାୟ ୯ଘଣ୍ଟା ବିନା ପାଣି ବିନା ଖାଦ୍ୟରେ ଚାଲିବାକୁ ପଡେ । ପାଣି ମାଗିଲେ ମଇଳା ପାଣି ଦିଆଯାଏ । ଯାହାର ଗନ୍ଧ ବହୁତ ଖରାପ ହୋଇଥାଏ କିନ୍ତୁ ବାସ୍ତବରେ ତାବା ରି-ହାଇଡ୍ରେସନ୍ ଜୁସ୍ ହୋଇଥ।।ଏ କିନ୍ତୁ ଯବାନଙ୍କୁ ଜଣାନଥାଏ କି ସେ ପିଉଥିବା ପାଣି ପ୍ରକୃତରେ ଜୁସ୍ ଅଟେ । ଏତିକିରେ ସବୁକିଛି ସରିଯାଇନି, ଯବାନଙ୍କ ହାତ ଗୋଡ ବାନ୍ଧି ବରଫ ଭଳି ଥଣ୍ଡା ପାଣିରେ ବୁଡାଇ ଯବାନଙ୍କ ସହ୍ୟ ଶକ୍ତି ପରୀକ୍ଷା କରାଯାଇଥାଏ । କାନର ପରଦା ଫାଟିଗଲା ଭଳି ଅତି ତୀବ୍ର ଧ୍ୱନୀ ମଧ୍ୟରେ ଟାର୍ଗେଟରେ ପହଞ୍ଚିବା ପାଇଁ ନକ୍ସା ଆଙ୍କିବାକୁ ପଡିଥାଏ । ଏହାରି ମଧ୍ୟରେ ଯାନଙ୍କୁ ଟ୍ରେନିଂ ଛାଡିବାକୁ ମାନସିକ ଚାପ ଦିଆଯାଏ । କାରଣ ଏହାବି ଟ୍ରେନିଂର ଏକ କୌଶଳ ହୋଇଥାଏ । ରାତି ଅନିଦ୍ରା, ହାଡଭଙ୍ଗା ଶୀତ, ଜଳିଗଲାଭଳି ଖରାରେ କଠିନ ପରିଶ୍ରମକୁ ସହ୍ୟ ନକରିପାରି ଅନେକ ଯବାନ ଅଧାରେ ହାର ମାନିଯାଆନ୍ତି । ଆଉ ହାର ମାନିଯାଉଥିବା ଯବାନଙ୍କୁ ପାରା କମାଣ୍ଡୋ ହେବାର ସ୍ୱପ୍ନକୁ ଅଧାରେ ଛାଡି ଘରକୁ ଫେରିବାକୁ ପଡିଥାଏ । ଆଉ ଯେଉଁମାନେ ଏହି କଠୋର ପ୍ରଶୀକ୍ଷଣକୁ ପୂରା କରିନିଅନ୍ତି ସେମାନଙ୍କୁ ପାରା କମାଣ୍ଡୋରେ ସାମିଲ କରାଯାଏ ।