କିଏ ଏହି ହ୍ୟୁଜ୍ ଏଡମିଡସ୍ ? ଯାହାଙ୍କର ଆଇପିଏଲ୍ ଅକ୍ସନ ସମୟରେ ଖରାପ ହେଲା ସ୍ୱାସ୍ଥ୍ୟବସ୍ଥା ।

କିଏ ଏହି ହ୍ୟୁଜ୍ ଏଡମିଡସ୍ ? ଯାହାଙ୍କର ଆଇପିଏଲ୍ ଅକ୍ସନ ସମୟରେ ଖରାପ ହେଲା ସ୍ୱାସ୍ଥ୍ୟବସ୍ଥା ।

କନକ ବ୍ୟୁରୋ : ଆଇପିଏଲ ୨୦୨୨ ମହାନିଲାମୀ ଚାଲିଥିବାବେଳେ ହଠାତ୍ ଷ୍ଟେଜ ଉପରୁ ତଳକୁ ଖସିପଡିଥିଲେ ଅକ୍ସନର ହ୍ୟୁଜ୍ ଏଡମିଡସ । ତେବେ ଆଇପିଏଲ ନିଲାମୀ ପ୍ରକ୍ରିୟାକୁ ସଂଚାଳିତ କରୁଥିବା ଏହି ହ୍ୟୁଜ୍ ଏଡମିଡସ କିଏ । ବ୍ରିଟିଶ ଅନ୍ତର୍ଜାତୀୟ ଲଳିତକଳା, କ୍ଲାସିକ୍ କାର ଏବଂ ଚ୍ୟାରିଟିର ନିଲାମୀକର୍ତ୍ତା ହେଉଛନ୍ତି ହ୍ୟୁଜ୍ ଏଡମିଡସ । ନିଲାମକର୍ତ୍ତା ଭାବରେ ନିଜ ୩୫ ବର୍ଷର କ୍ୟାରିୟର ଭିତରେ ୨୫ଶହରୁ ଅଧିକ ନିଲାମୀ ପ୍ରକ୍ରିୟାର ସେ ଆୟୋଜନ କରିଛନ୍ତି ।

ତେବେ ଶନିବାର ବେଙ୍ଗାଲୁରୁରେ ଆଇପିଏଲ ନିଲାମି ପ୍ରକ୍ରିୟା ଚାଲିଥିବା ସମୟରେ ଖେଳାଳିଙ୍କ ନିଲାମ ଡାକୁଥିବା ହ୍ୟୁଜ୍ ଏଡମିଡସ ବେହୋସ ହୋଇଯିବାରୁ ଷ୍ଟେଜରୁ ତଳକୁ ଖସିପଡିଥିଲେ । ତେଣୁ ନିଲାମ ପ୍ରକ୍ରିୟା କିଛି ସମୟ ପାଇଁ ଅଧାରେ ଅଟକିଯାଇଥିଲା । ସଙ୍ଗେ ସଙ୍ଗେ ହ୍ୟୁଜ୍ ଏଡମିଡସଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲ ନିଆଯାଇଥିଲା । ଶ୍ରୀଲଙ୍କା ଖେଳାଳି ବାନିନ୍ଦୁ ହସରଙ୍ଗାଙ୍କ ନିଲାମ ପ୍ରକ୍ରିୟା ଚାଲିଥିବା ବେଳେ ଏହି ଅଘଟଣ ଘଟିଥିଲା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe