ନିର୍ବାଚନ ଆସିଲା, ୮୨ ବର୍ଷର ପୁରୁଣା କମ୍ପାନି ପାଇଁ ଖୁସି ଆଣିଲା । କେବଳ ଭୋଟ ବେଳେ ବ୍ୟବହାର ହେଉଥିବା କାଳି ବିକ୍ରି କରି ୩୩ କୋଟି ଟଙ୍କା ରୋଜଗାର କରିବ ଏହି କମ୍ପାନି

Advertisment
କିଛି ସମୟ ପରେ ଆରମ୍ଭ ହୋଇଯିବ ପ୍ରଥମ ପର୍ଯ୍ୟାୟ ମତଦାନ ! ୪ ଲୋକସଭା, ୨୮ ବିଧାନସଭାରେ ହେବ ନିର୍ବାଚନ, ମୈଦାନରେ ଅଛନ୍ତି ମୋଟ ୨୧୭ ପ୍ରାର୍ଥୀ

୨୦୧୯ ସାଧାରଣ ନିର୍ବାଚନ ଏପ୍ରିଲ ୧୧ରୁ ଆରମ୍ଭ ହେବାକୁ ଯାଉଛି । ମୋଟ ୭ଟି ପର୍ଯ୍ୟାୟରେ ଦେଶରେ ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି । କାହା ପାଇଁ ଏହି ନିର୍ବାଚନ ଖୁସି ଆଣିବାକୁ ଥିବା ବେଳେ କାହା ପାଇଁ ଏହା ବେଶ କଷ୍ଟଦାୟକ ହୋଇପାରେ ।ତେବେ ଏସବୁ ଭିତରେ ମତଦାନ ବେଳେ ଭୋଟରଙ୍କ ଆଙ୍ଗୁଠିରେ ଯେଉଁ କାଳି ବ୍ୟବହାର କରାଯାଇଥାଏ ସେନେଇ ଏକ ରୋଚକ ତଥ୍ୟ ସାମ୍ନାକୁ ଆସିଛି । ଏହି କାଳି ପ୍ରସ୍ତୁତ କରୁଥିବା ମହୀଶୂର ପେଣ୍ଟସ ଆଣ୍ଡ ଭାର୍ନିସ ଲିମିଟେଡ କମ୍ପାନି ପାଇଁ ୨୦୧୯ ନିର୍ବାଚନ ଖୁସି ହିଁ ଖୁସି ଆଣିଛି । କାରଣ ଚଳିତ ବର୍ଷ ନିର୍ବାଚନ ପାଇଁ ଏହି କମ୍ପାନି ୩୩ କୋଟି ଟଙ୍କା ଲାଭ କରିବାକୁ ଯାଉଛି ।

publive-image୧୯୬୨ ମସିହାରୁ ଏହି କାଳି ବ୍ୟବହାର ହୋଇ ଆସୁଥିବା ବେଳେ ଚଳିତ ବର୍ଷ ୨୬ ଲକ୍ଷ କାଳି ବୋତଲ ଅର୍ଡର କରାଯାଇଛି । ୨୦୧୪ ନିର୍ବାଚନ ତୁଳନାରେ ଅଧିକ ୪.୫ ଲକ୍ଷ କାଳି ବୋତଲ ଅର୍ଡର କରିଛନ୍ତି ନିର୍ବାଚନ ଆୟୋଗ । ପ୍ରତ୍ୟେକ ବୋତଲରେ ୧୦ ସିସିର କାଳି ରହୁଥିବା ବେଳେ ଏହାକୁ ୭୫୦ ଜଣ ଭୋଟରଙ୍କ କ୍ଷେତ୍ରରେ ବ୍ୟବହାର କରାଯାଇପାରିବ ।

ଏହି କମ୍ପାନି ୧୯୩୭ ମସିହାରେ ପ୍ରତିଷ୍ଠା କରାଯାଇଥିଲା । ତେବେ ପରବର୍ତ୍ତୀ ସମୟରେ ଏହାକୁ କର୍ଣ୍ଣାଟକ ସରକାର ନିଜ ଅଧିନକୁ ନେଇଥିଲେ । ୮୨ ବର୍ଷ ପୁରୁଣା ଏହି କମ୍ପାନିର କାଳି ୩୦ରୁ ଅଧିକ ଦେଶ ନିର୍ବାଚନ ସମୟରେ ବ୍ୟବହାର କରିଥାନ୍ତି । ପ୍ରାୟ ୨୦ ବର୍ଷ ଧରି ଏହି କାଳି ଯୋଗାଇ ଆସୁଛି ଏହି କମ୍ପାନି । ଏହି କାଳିକୁ ଆଙ୍ଗୁଠିରେ ଲଗାଇବା ପରେ ଏହା ଅତିକମରେ ୨ ଦିନ ଯାଏଁ ଛାଡିନଥାଏ ଏପରିକି ବେଳେ ବେଳେ ଏହା ଗୋଟିଏ ମାସ ଯାଏଁ ଲିଭିନଥାଏ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe