କନକ ବ୍ୟୁରୋ : ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାର ୪ ଅଭିଯୁକ୍ତଙ୍କ ବିରୋଧରେ ଜାରି ହୋଇଛି ଡେଥ୍ ୱାରେଣ୍ଟ । ଦିଲ୍ଲୀର ପଟିଆଲା ହାଉସ କୋର୍ଟ ଏହି ଡେଥ୍ ୱାରେଣ୍ଟ ଜାରି କରିଛନ୍ତି । ଆସନ୍ତା ୨୨ ଜାନୁଆରୀ ଭୋର ୭ଟାରେ ୪ ଅଭିଯୁକ୍ତଙ୍କୁ ଦିଆଯିବ ଫାଶୀ । ଆଉ ଏଥିପାଇଁ କାଉଣ୍ଟଡାଉନ ଆରମ୍ଭ ହୋଇଛି । ତିହାର ଜେଲରେ ୪ ନରରାକ୍ଷସ ଝୁଲିବେ ଫାଶୀ ଖୁଣ୍ଟରେ । ତେବେ ଡେଥ୍ ୱାରେଣ୍ଟ କଣ ଓ ଏଥିରେ କଣ ଲେଖା ରହିଥାଏ ତାହା ଉପରେ ଥରେ ନଜର ପକାନ୍ତୁ ।

Advertisment

publive-imageଏହା ହେଉଛି ଫର୍ମ ନମ୍ବର ୪୨ ଅଥାର୍ତ ଡେଥ୍ ୱାରେଣ୍ଟର ଫର୍ମ । ଅଭିଯୁକ୍ତଙ୍କୁ ଫାଶୀ ଦିଆଯିବା ପୂର୍ବରୁ ଏହି ଫର୍ମକୁ ପୂରଣ କରାଯାଇଥାଏ । ଏଥିରେ ଜେଲ ନମ୍ବର ଲେଖିବାକୁ ପଡିଥାଏ, ଯେଉଁ ଜେଲରେ ଅଭିଯୁକ୍ତଙ୍କୁ ଫାଶୀ ଦିଆଯିବାକୁ ସ୍ଥିର ହୋଇଥାଏ । ସେହିଭଳି ଦ୍ୱିତୀୟ ପାରାରେ ଫାଶୀ ପାଇବାକୁ ଥିବା ଅଭିଯୁକ୍ତଙ୍କ ନାଁ ଲେଖାଯିବା ସହ ଏଫଆଇଆର ନମ୍ବର ମଧ୍ୟ ଉଲ୍ଲେଖ ଥାଏ । ଏହାଛଡା ଯେଉଁ ତାରିଖରେ ବ୍ଲାକ ୱାରେଣ୍ଟ ଜାରି ହେଲା ସେ ତାରିଖ ଓ ଫାଶୀ ଦିଆଯିବାକୁ ଥିବା ତାରିଖ ଏବଂ କେଉଁ ସ୍ଥାନରେ ଫାଶୀ ଦିଆଯିବ ତାହା ଉଲ୍ଲେଖ ଥାଏ ।

ଏହାପରେ ଖାଲି ଥିବା ଶୂନ୍ୟସ୍ଥାନରେ ଦୋଷୀଙ୍କର ନାଁ ଉଲ୍ଲେଖ ରହିବା ସହ ସେମାନଙ୍କ ମୃତ୍ୟୁ ନ ହେବା ପର୍ଯ୍ୟନ୍ତ ସେମାନଙ୍କୁ ଝୁଲାଇ ରଖାଯିବ ବୋଲି ଲେଖାଯାଇଥାଏ । ଫାଶୀ ଦିଆଯିବା ପରେ ମୃତ୍ୟୁ ପ୍ରମାଣପତ୍ର ଓ ଏହା ସମ୍ପର୍କିତ ସମସ୍ତ କାଗଜପତ୍ର କୋର୍ଟକୁ ଦିଆଯିବା ନେଇ ସ୍ୱଷ୍ଟ ଭାବେ ଉଲ୍ଲେଖ ରହିଛି ।

ସବୁଠୁ ତଳ ଅନୁଚ୍ଛେଦରେ ତାରିଖ ଓ ବ୍ଲାକ ୱାରେଣ୍ଟ ଜାରି କରିଥିବା ଜର୍ଜଙ୍କ ଦସ୍ତଖତ ରହିଥାଏ । ଆଉ ଏହାପରେ ଡେଥ୍ ୱାରେଣ୍ଟ ଜେଲ ପ୍ରଶାସନକୁ ଦିଆଯାଇଥାଏ । ଜେଲ ପ୍ରଶାସନ ସମୟ ନିଘଣ୍ଟ ସ୍ଥିର କରିବା ପରେ ଫାଶୀ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଥାଏ ।