ଆମ୍ପିୟର ଇଲେକଟ୍ରିକ V-48 । ଖାଲଖମା ରାସ୍ତାରେ ଦେବନି ଧୋକା, ଥରେ ଚାର୍ଜ କଲେ ଗଡିବ ୬୦ କିଲୋମିଟର । ଆପଣଙ୍କ ବଜେଟରେ ଆସିପାରେ ଏହି ସ୍କୁଟି, ଜାଣିରଖନ୍ତୁ ଏହାର ଫିଚର୍ସ ।

407

ଭାରତୀୟ ବଜାରର ଚାହିଦାକୁ ଦୃଷ୍ଟିରେ ରଖି ଅନେକ କମ୍ପାନି ଇଲେକଟ୍ରିକ ସ୍କୁଟର ଲଞ୍ଚ କରିଛି । ଏପରିକି ଗ୍ରାହକଙ୍କୁ ଆକୃଷ୍ଟ କରିବାକୁ କିଛି କମ୍ପାନି ଅଫର ମଧ୍ୟ ଦେଉଛନ୍ତି । ଗ୍ରାହକଙ୍କ ପାଖରେ ପହଞ୍ଚିବା କିଏ ଶସ୍ତାରେ ଭଲ ଫିଚର୍ସ ଗାଡି ଦେଇପାରିବ ସେଥିପାଇଁ କମ୍ପାନି ଗୁଡିକ ମଧ୍ୟରେ ପ୍ରତିଯୋଗିତା ଆରମ୍ଭ ହୋଇଛି । ଏଭଳି ସ୍ଥଳେ କମ ମୂଲ୍ୟ ଓ ହାଇଟେକ ଫିଚର୍ସ ଥିବା ଇଲେକଟ୍ରିକ ସ୍କୁଟର ଭାରତୀୟ ବଜାରକୁ ଓହ୍ଲାଇ ଚର୍ଚ୍ଚାକୁ ଆସିଛି ଆମ୍ପିୟର ଭେଇକିଲ କମ୍ପାନି । ଯଦି ଆପଣଙ୍କ ବଜେଟ କମ ରହିଛି ଓ ଏହି ବଜେଟ ମଧ୍ୟରେ ଇଲେକଟ୍ରିକ୍ ସ୍କୁଟର କିଣିବାକୁ ଚାହୁଁଥାନ୍ତି ତେବେ ଆମ୍ପିୟର ଭେଇକିଲର ନୂଆ ଆମ୍ପିୟର ଇଲେକଟ୍ରିକ ଭି୪୮ ସ୍କୁଟର ସବୁଠୁ ଭଲ ବିକଳ୍ପ ହୋଇପାରିବ । କାରଣ ଏହାର ମୂଲ୍ୟ କମ ଥିବା ବେଳେ ଏଥିରେ ଦମଦାର ଫିଚର୍ସ ମଧ୍ୟ ରହିଛି ।

ସବୁଠୁ ବଡ କଥା ହେଲା, ଏହି ଇଲେକଟ୍ରିକ୍ ସ୍କୁଟରର ମୂଲ୍ୟ କମ ରହିଥିବା ବେଳେ ଲୁକ୍ କିନ୍ତୁ ଦମଦାର ରହିଛି । ଗାଡିର ଷ୍ଟାଇଲିସ୍ ଲୁକ୍ ଗ୍ରାହକଙ୍କୁ ଆକର୍ଷିତ କରିପାରେ । ଆମ୍ପିୟର କମ୍ପାନିର ଏହି ନୂଆ ମଡେଲର ଗାଡିରେ ଯେଉଁ ଫିଚର୍ସ ରହିଛି ତାହା ଖଣ୍ଡିଆ ଖାବରା, ଖାଲଖମା ରାସ୍ତାରେ ମଧ୍ୟ ଗାଡିକୁ ଦୌଡାଇପାରିବ । ରାସ୍ତା ଯେଉଁଭଳି ହେଇଥାଉ ନା କାହିଁକି ଏହି ଗାଡିରେ ଯାତ୍ରା ଆରାମଦାୟକ ରହିବ ।

ଏହି ଇଲେକଟ୍ରିକ ସ୍କୁଟରର ଅନ୍ୟ ଫିଚର୍ସ ମଧ୍ୟରେ ରହିଛି ବ୍ରେକ ବ୍ୟବସ୍ଥା । ଏଥିରେ ସ୍ପିଡ ବ୍ରେକର ସିଷ୍ଟମ ରହିଛି ଯାହାଦ୍ୱାରା ବ୍ରେକ ମାରିବା ଦ୍ୱାରା ଗାଡି ଆଗକୁ ଗଡିବାର ସମ୍ଭାବନା କମ୍ । ସେହିଭଳି ଗାଡିରେ ଷ୍ଟାର୍ଟ ଫିଚର୍ସ ମଧ୍ୟ ଜବରଦସ୍ତ ରହିଛି । ଆମ୍ପିୟର ଇଲେକଟ୍ରିକ ଭି-୪୮ ସ୍କଟର ୩ଟି ରଙ୍ଗରେ ବଜାରରେ ଲଞ୍ଚ କରାଯାଇଛି । ବ୍ଲାକ, ରେଡ ଓ ଗ୍ରେ ରଙ୍ଗର ଗାଡି ଗ୍ରାହକଙ୍କୁ ବେଶ ପସନ୍ଦ ଆସିବ ବୋଲି କମ୍ପାନି ପକ୍ଷରୁ କୁହାଯାଇଛି । ଗାଡିର ଲମ୍ବା ୧୭୫୦ ଏମଏମ ରହିଥିବା ବେଳେ ଚଉଡା ୬୪୦ ଏମଏମ ଓ ଉଚ୍ଚତା ୧୨୦୦ ଏମଏମ ରହିଛି । ସେହିଭଳି ଗାଡିଟି ୧୦୦ କିଲୋ ଓଜନର ଭାର ସମ୍ଭାଳିପାରିବ ।

ଯଦି ଗାଡିର ଚାର୍ଜିଂ କଥା କହିବା ତେବେ ଏଥିରେ ଅତ୍ୟାଧୁନିକ ଲି-ଇଅନ ବ୍ୟାଟେରୀର ବ୍ୟବହାର କରାଯାଇଛି । ଯାହା ଗାଡିକୁ ପାୱାର ଯୋଗାଇଥାଏ । କମ୍ପାନି ପକ୍ଷରୁ ବ୍ୟାଟେରୀ ଉପରେ ୨ ବର୍ଷର ୱାରେଣ୍ଟି ଦିଆଯାଇଥିବା ବେଳେ କଣ୍ଟ୍ରୋଲର, ଚାର୍ଜର, ଡିସି ଟୁ ଡିସି କନଭର୍ଟର ମୋଟର ଉପରେ ୧ ବର୍ଷ ୱାରେଣ୍ଟି ଦିଆଯାଇଛି । ସବୁଠୁ ବଡ କଥା ହେଲା, ଗାଡିର ବ୍ୟାଟେରୀ ଫୁଲ ଚାର୍ଜ ହେବାକୁ ୫ରୁ ୬ ଘଣ୍ଟା ସମୟ ନେଉଥିବା ବେଳେ ୫୫ରୁ ୬୦ କିଲୋମିଟର ପର୍ଯ୍ୟନ୍ତ ଯାତ୍ରା କରିପାରିବ । ଏହାଛଡା ଏହା ଘଣ୍ଟାପ୍ରତି ୨୫ କିଲୋମିଟର ବେଗରେ ଗତି କରିପାରିବ । ଏହାର ମୋଟ ଓଜନ ୬୬ କିଲୋଗ୍ରାମ ହୋଇଥିବା ବେଳେ ଏହାର ସର୍ବନିମ୍ନ ମୂଲ୍ୟ ୩୮ ହଜାର ଟଙ୍କା ରହିଛି । ତେଣୁ କମ ଦୂରତା ଥିବା ସ୍ଥାନକୁ ଯାତ୍ରା କରିବା ପାଇଁ ଏହି ସ୍କୁଟି ଗ୍ରାହକଙ୍କର ପ୍ରଥମ ପସନ୍ଦ ପାଲଟିପାରେ ।