ନିଟ୍ ପରୀକ୍ଷା ପ୍ରସ୍ତୁତି : ଜେଇଇ ଭଳି ପରୀକ୍ଷା କେନ୍ଦ୍ରରେ ରହିବ ଆଇସୋଲେସନ ରୁମ; ଭୁବନେଶ୍ୱରରେ ପରୀକ୍ଷା ପାଇଁ ୧୧ଟାରୁ ୫ଟା ଯାଏଁ ବନ୍ଦ ରହିବ ୟୁନିଟ-୧ ମାର୍କେଟ

220

କନକ ବ୍ୟୁରୋ : ନିଟ୍ ପରୀକ୍ଷା ପାଇଁ ପ୍ରସ୍ତତି ଜୋରଦାର ହୋଇଛି । ଜେଇଇ ମେନ ଭଳି ନିଟ୍ ପରୀକ୍ଷା କେନ୍ଦ୍ରରେ ରହିବ ଆଇସୋଲେସନ ରୁମ୍ । ଅଧିକ ତାପମାତ୍ରା ବା ଅସୁସ୍ଥ ପରୀକ୍ଷାର୍ଥୀ ସେଠାରେ ପରୀକ୍ଷା ଦେବେ । ସେମାନଙ୍କ ଲାଗି ଦୁଇଜଣ ପରୀକ୍ଷା ନିୟନ୍ତ୍ରକ ପିପିଇ କିଟ୍ ପନ୍ଧି ପରୀକ୍ଷା ପରିଚାଳନା କରିବେ । ଚଳିତବର୍ଷ ପରୀକ୍ଷାର୍ଥୀଙ୍କ ଖାତରେ ଟିପଚିହ୍ନ ଉଠାଇଦିଆଯାଇଛି । ପରୀକ୍ଷାର୍ଥୀ କେବଳ ଦସ୍ତଖତ କରିବେ । ଚଳତବର୍ଷ ରାଜ୍ୟର ୭ଟି ସହରର ୮୪ ପରୀକ୍ଷା କେନ୍ଦ୍ରରେ ମୋଟ ୩୬ ହଜାର ୪୫୯ ପରୀକ୍ଷାର୍ଥୀ ପରୀକ୍ଷା ଦେବେ ।

ଭୁବନେଶ୍ୱରରେ ୩୧ଟି ପରୀକ୍ଷା କେନ୍ଦ୍ରକୁ ବସରେ ଯାତାୟତ ବ୍ୟବସ୍ଥା କରାଯାଇଛି । ପରୀକ୍ଷା ପାଇଁ ପୂର୍ବାହ୍ନ ୧୧ଟାରୁ ପ୍ରବେଶ ଆରମ୍ଭ ହୋଇ ଦିନ ଗୋଟାଏ ୩୦ରେ ଗେଟ୍ ବନ୍ଦ ହେବ ଓ ଦିନ ୨ଟାରୁ ୫ଟା ଯାଏଁ ହେବ ପରୀକ୍ଷା । ସେପଟେ ରବିବାରଦିନ ନିଟ ପରୀକ୍ଷା ପାଇଁ ୟୁନିଟ-୧ ମାର୍କେଟକୁ ବନ୍ଦ ରଖାଯାଇଛି । ଦିନ ୧୧ଟାରୁ ସନ୍ଧ୍ୟା ୫ଟା ଯାଏଁ ମାର୍କେଟ ବନ୍ଦ ରହିବ ।