ପୁରୀରେ ଆତଙ୍କ ରଚୁଛନ୍ତି ଅପରାଧୀ । ଘଣ୍ଟାକ ଭିତରେ ଦୁଇ ଦୁଇଟି ଜଘନ୍ୟ ଘଟଣା । ଗୁଳିମାଡ ପରେ ଛୁରାମାଡ ।

473

କନକ ବ୍ୟୁରୋ: ପୁଣି ଅଶାନ୍ତ ହେଲା ପୁରୀ । ଗୁଳିମାଡ ପରେ ଛୁରାମାଡ । ପୁରୀର ଛାତି ଉପରେ ଅପରାଧ ପରେ ଅପରାଧ ଘଟାଇ ଚାଲିଛନ୍ତି ଅପରାଧୀ । ରାତି ହେବା କ୍ଷଣି ଆତଙ୍କ ଖେଳାଉଛନ୍ତି । ଆଜି ଦୁଇ ଦୁଇଟି ଘଟଣା ପୁରୀବାସୀଙ୍କୁ ଆତଙ୍କିତ କରାଇଥିବା ବେଳେ ପର୍ଯ୍ୟଟକଙ୍କ ମନରେ ଭୟ ଖେଳାଇ ଦେଇଛି ।

ତେବେ ଶ୍ରୀକ୍ଷେତ୍ରରେ ଏବେ ଏବେ ଜଣଙ୍କୁ ଛୁରାମାଡ ହୋଇଛି । ଗୁଳି ମାଡ଼ରେ ଜଣେ ସେବାୟତଙ୍କ ମୃତ୍ୟୁ ଘଟିଥିବା ବେଳେ ଛୁରା ମାଡ଼ରେ ଆଉ ଜଣେ ଯୁବକ ଗୁରୁତର ଆହତ ହୋଇଛନ୍ତି । ଗୁରୁତର ଯୁବକ ହେଉଛନ୍ତି ଲୋକନାଥ ରୋଡ ଷଣ୍ଢଜାଗା ଅଞ୍ଚଳର ସୂର୍ୟ୍ୟନାରାୟଣ ତ୍ରିପାଠୀ । ଆଜି ସନ୍ଧ୍ୟାରେ ବଡ଼ଦାଣ୍ଡ ମାଉସୀ ମା ମନ୍ଦିର ସମ୍ମୁଖରେ ତାଙ୍କୁ ଛୁରାମାଡ ହୋଇଛି । ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ ପୁରୀ ଓ ପରେ କଟକ ସ୍ଥାନାନ୍ତରିତ କରାଯାଇଛି ।

ସେପଟେ ଆଜି ରାତି ୯ଟା ପାଖାପାଖି ସମୟରେ ଶ୍ରୀମନ୍ଦିର ସମ୍ମୁଖରେ ଫୁଟିଛି ଗୁଳି । ଏମାର ମଠ ଅଞ୍ଚଳରେ ଗୁଳିମାଡ ହୋଇଥିଲା । ବଡଦାଣ୍ଡରେ ଯୁବକଙ୍କୁ ଗୁଳିମାଡ କଲେ ଦୁର୍ବତ୍ତ । ଗୁଳିମାଡରେ ଲୋକନାଥଙ୍କ ସେବାୟତ ଙ୍କ ମୃତ୍ୟୁ ହୋଇଛି । ଶତ୍ରୁତାରୁ ଗୁଳିମାଡ ହୋଇଥିବା ସନ୍ଦେହ । ଅଭିଯୁକ୍ତଙ୍କୁ ଅଟକ ରଖାଯାଇଛି ।