କନକ ବ୍ୟୁରୋ : ଲୋକପ୍ରିୟ ଅଭିନେତା ଓ ଶିଳ୍ପପତିଙ୍କ ବଙ୍ଗଳାକୁ ବୋମାମାଡ଼ ନେଇ ପୁଲିସକୁ ଧମକପୂର୍ଣ୍ଣ କଲ  । ବଲିଉଡର ବରିଷ୍ଠ ଅଭିନେତା ଅମିତାଭ ବଚ୍ଚନ, ଧର୍ମେନ୍ଦ୍ର ଓ ଶିଳ୍ପପତି ମୁକେଶ ଅମ୍ବାନିଙ୍କ ବଙ୍ଗଳା ଉପରକୁ ବମରେ ଉଡ଼ାଇବାକୁ ଧମକ । ତେବେ ମୁମ୍ବାଇ ପୁଲିସକୁ ଏକ ଅଜଣା ଫୋନ ଆସିବା ସହ ଏହି ତିନି ପରିବାରଙ୍କ ଘର ଉପରେ ବମ ମାଡ଼ ହେବା ନେଇ ଧମକ ମିଳିଛି   । ପିଟିଆଇର ସୂଚନା ଅନୁସାରେ, ମଙ୍ଗଳବାର ପୋଲିସ ନିୟନ୍ତ୍ରଣ କକ୍ଷକୁ ଏକ ଫୋନ ଆସିଥିଲା । କଲଟି ମୁମ୍ବାଇର ପାଖ ପାଲଘରର ଶିବାଜୀ ନଗର ଅଂଚଳରୁ ହୋଇଥିଲା । ତେବେ ଏନେଇ ଅଧିକ ତଦନ୍ତ ଜାରି ରଖିଛି ପୁଲିସ । ଏହି ଧମକପୂର୍ଣ୍ଣ କଲ ପରେ ଉଚ୍ଚ ଅଧିକାରୀ ମୁମ୍ବାଇ ପୁଲିସକୁ ସତର୍କ କରାଇଛନ୍ତି । ଅମିତାଭ ବଚ୍ଚନ, ଧର୍ମେନ୍ଦ୍ର ଓ ମୁକେଶ ଅମ୍ବାନୀଙ୍କ ଘର ଉପରେ ବମ ମାଡ଼ ପାଇଁ ୨୫ ଜଣ ଲୋକ ମୁମ୍ବାଇ ଆସିଥିବାନେଇ ଚର୍ଚ୍ଚା ହେଉଥିବାବେଳେ ଏନେଇ ପୋଲିସ ତଦନ୍ତ ଜାରି ରଖିଛି ।