କନକ ବ୍ୟୁରୋ : ମହାରାଷ୍ଟ୍ରର ବିଧାୟକ ତଥା ପ୍ରହାର ଜନଶକ୍ତି ପାର୍ଟିର ମୁଖ୍ୟ ବଚ୍ଚୁ କାଦୁ କହିଛନ୍ତି କି, ଆସାମର ଲୋକ କୁକୁର ମାସଂ ଖାଉଛନ୍ତି । ବୁଲା କୁକୁରଙ୍କ ସମସ୍ୟାରୁ ରକ୍ଷା ପାଇବା ପାଇଁ ସେମାନଙ୍କୁ ଧରି ଆସାମ ପଠାଇ ଦିଆଯାଉ । ମହାରାଷ୍ଟ୍ର ବିଧାନସଭାରେ ବୁଲା କୁକୁର ଓ ସେମାନଙ୍କ ଦ୍ୱାରା ଉପୁଜୁଥିବା ସମସ୍ୟା ଉପରେ ଆଲୋଚନା ହେଉଥିବା ବେଳେ ଏଭଳି ବିବାଦୀୟ ବୟାନ ଦେଇଛନ୍ତି ବିଧାୟକ ବଚ୍ଚୁ କାଦୁ ।

Advertisment

ବିଧାନସଭାରେ ବଚ୍ଚୁ କାଦୁ କହିଛନ୍ତି କି ଆସାମବାସୀ ବୁଲା କୁକୁର ଚାହୁଁଛନ୍ତି । ସେଠାରେ ବୁଲାକୁକୁରର ଦାମ ୮ହଜାର ଟଙ୍କା ଉପରେ ରହିଛି । ବୁଲା କୁକୁରଙ୍କୁ ଆସାମ ପଠାଇଦେବା ଫଳରେ ସେମାନଙ୍କ ଦ୍ୱାରା ଉପୁଜୁଥିବା ସମସ୍ୟାର ସମାଧାନ ହେବା ସହ ରାଜ୍ୟ ରାଜକୋଷକୁ କିଛି ଅର୍ଥ ଆସିଯିବ । ଏହାସହ ଗୋଟିଏ ସହରରୁ ଏହାର ପ୍ରୟୋଗ ଆରମ୍ଭ କରିବାକୁ ସେ ମହାରାଷ୍ଟ୍ର ସରକାରଙ୍କୁ ପରାମର୍ଶ ଦେଇଛନ୍ତି । ବିଧାୟକଙ୍କର ଏଭଳି ବୟାନକୁ ନେଇ ମହାରାଷ୍ଟ୍ର ବିଧାନସଭାରେ ହଙ୍ଗାମା ହୋଇଛି । ପଶୁଙ୍କ ଅଧିକାର ପାଇଁ ଲଢେଇ କରୁଥିବା କାର୍ଯ୍ୟକର୍ତ୍ତା ଓ ପଶୁପ୍ରେମୀମାନେ ଏହି ବୟାନ ଉପରେ ଅଭିଯୋଗ ଆଣିଛନ୍ତି । ସେମାନେ କହିଛନ୍ତି କି ବିଧାୟକଙ୍କର ଏଭଳି ବୟାନ ଅମାନବୀୟ ଓ ପଶୁମାନଙ୍କ ପ୍ରତି ଅପମାନ ।

କେବଳ ବଚ୍ଚୁ କାଦୁ ନୁହଁନ୍ତି ଏହା ପୂର୍ବରୁ ବି ଝାଡଖଣ୍ଡର ଜଣେ ବିଧାୟକ ସମାନ ବୟାନ ଦେଇଥିଲେ । ଝାଡଖଣ୍ଡ ବୋକାରୋର ବିଜେପି ବିଧାୟକ ବିରଞ୍ଚି ନାରାୟଣ କହିଥିଲେ କି ବୁଲା କୁକୁର ଏବେ ଲୋକମାନଙ୍କ ପାଇଁ ବଡ ସମସ୍ୟା ସୃଷ୍ଟି କରୁଛନ୍ତି । ତେଣୁ ସରକାର ଯଦି ଏହାର ପ୍ରତିକାର କରିବାରେ ସମର୍ଥ ହେଉ ନାହାଁନ୍ତି ତେବେ ନାଗାଲାଣ୍ଡ ଲୋକଙ୍କୁ ଡାକି ଦିଅନ୍ତୁ, ସମ୍ୟସାର ସମାଧାନ ହୋଇଯିବ ।