ଟିମ ଇଣ୍ଡିଆକୁ ବଡ ଝଟକା: ଟି-୨୦ ସିରିଜରୁ ବାହାରିଲେ କେଏଲ ରାହୁଲ, ଅକ୍ଷର ପଟେଲ

ଟିମ ଇଣ୍ଡିଆକୁ ବଡ ଝଟକା: ଟି-୨୦ ସିରିଜରୁ ବାହାରିଲେ କେଏଲ ରାହୁଲ, ଅକ୍ଷର ପଟେଲ

କନକ ବ୍ୟୁରୋ: ଦିନିକିଆ ପରେ ଟି-୨୦ ସିରିଜ ଖେଳାଯିବ । ହେଲେ ଏହାପୂର୍ବରୁ ଟିମ ଇଣ୍ଡିଆକୁ ବଡ ଝଟକା ଲାଗିଛି । ୧୬ ଫେବୃଆରୀରେ ହେବାକୁ ଥିବା ଏହି ମ୍ୟାଚରୁ ଉପ ଅଧିନାୟକ କେଏଲ ରାହୁଲ ଓ ଅକ୍ଷର ପଟେଲ ବାଦ ପଡିଛନ୍ତି । ଆହତ ସମସ୍ୟା ଯୋଗୁଁ ସେମାନେ ଟି-୨୦ ସିରିଜରୁ ବାହାରିଥିବା ସୂଚନା ଦେଇଛି ବିସିସିଆଇ ।

ଦ୍ୱିତୀୟ ଦିନିକିଆରେ ମାଂସପେଶୀରେ ଆଘାତ ଲାଗିଥିବାରୁ ଟି-୨୦ରୁ ବାଦ ପଢିଛନ୍ତି କେଏଲ ରାହୁଲ । ସେହିପରି କୋଭିଡ ସଂକ୍ରମିତ ହୋଇ ସୁସ୍ଥ ହେବା ପରେ ଅଭ୍ୟାସ ଆରମ୍ଭ କରିଥିଲେ ଅକ୍ଷର ପଟେଲ, ହେଲେ ତାଙ୍କୁ ଟି-୨୦ ଟିମରୁ ବାଦ ଦିଆଯାଉଛି ।

ତେବେ କେଏଲ ରାହୁଲ ଓ ଅକ୍ଷର ପଟେଲଙ୍କ ସ୍ଥାନରେ ଋତୁରାଜ ଗାଏକ୍ୱାର୍ଡ ଓ ଦୀପକ ହୁଡ୍ଡାଙ୍କୁ ଦଳରେ ସ୍ଥାନ ମିଳିଛି । ତେବେ ଏହି ସିରିଜରେ ପ୍ରଥମ ଥର ପାଇଁ ଦୀପକ ହୁଡା ଓ ଋତୁରାଜ ଗାଏକ୍ୱାର୍ଡ ଖେଳିବେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe