ସିନେମାର ଅଭୁତପୂର୍ବ ସଫଳତା ପରେ ଏବେ ମାର୍କେଟରେ ପୁଷ୍ପା ଶାଢୀ, ଜାଣନ୍ତୁ କେମିତି ରହିଛି ଶାଢୀର ଡିମାଣ୍ଡ

ସିନେମାର ଅଭୁତପୂର୍ବ ସଫଳତା ପରେ ଏବେ ମାର୍କେଟରେ ପୁଷ୍ପା ଶାଢୀ, ଜାଣନ୍ତୁ କେମିତି ରହିଛି ଶାଢୀର ଡିମାଣ୍ଡ

କନକ ବ୍ୟୁରୋ : ସାଉଥ ସୁପରଷ୍ଟାର ଅଲ୍ଲୁ ଅର୍ଜୁନ ଓ ରଶ୍ମିକା ମନ୍ଦାନାଙ୍କ ଅଭିନିତ ପୁଷ୍ପା ସିନେମା ଏବେ ଦର୍ଶକଙ୍କ ମଧ୍ୟରେ ବେସ୍ ଲୋକପ୍ରିୟ ହୋଇପାରିଛି । ସିନେମାର ଡାଇଲଗ ଓ ଅଭିନୟ ସବୁକିଛିକୁ ଲୋକମାନେ କପି କରିବାରେ ଲାଗିଛନ୍ତି । ଏହି କ୍ରମରେ ଏହି ସିନେମାର ପ୍ରଭାବ ଏବେ ଏସିଆ ମହାଦେଶର ସବୁଠାରୁ ବଡ କପଡା ମଣ୍ଡି ସୁରଟରେ ବି ଦେଖିବାକୁ ମିଳିଛି । ପୁଷ୍ପା ସିନେମାର ପୋଷ୍ଟର ଭଳି ସୁରଟର କପଡା ମଣ୍ଡିରେ ସାଢୀ ପ୍ରସ୍ତୁତ କରାଯାଇ ମାର୍କେଟକୁ ଛଡାଯାଇଛି । ଏନେଇ ବିକ୍ରେତାମାନେ କହିଛନ୍ତି କି ଏହି ଶାଢୀର ଡିମାଣ୍ଡ ଏବେ ବେସ ଭଲ ରହିଛି ।

ସୁରତର କପଡା ମଣ୍ଡିରେ ବିଭିନ୍ନ ଡିଜାଇନର ଶାଢୀ ପ୍ରସ୍ତୁତ କରାଯାଇଥାଏ । ହେଲେ ଏବେ ଏହି କପଡା ମଣ୍ଡିରେ ପୁଷ୍ପା ସିନେମାର ପୋଷ୍ଟର ଡିଜାଇନର ଶାଢୀ ପ୍ରସ୍ତୁତ କରାଯାଇଛି । ସୁରତର ଚରଣଜିତ କ୍ରିଏସନ ପୁଷ୍ପା ସିନେମା ପୋଷ୍ଟର ଡିଜାଇନର ଶାଢୀ ପ୍ରସ୍ତୁତ କରିଥିବା କଥା କହିଛନ୍ତି କମ୍ପାନୀର ମାଲିକ ଚରଣପାଲ ସିଂ ।

ଚରଣଜିତ ସିଂ କହିଛନ୍ତି କି ପୁଷ୍ପା ସିନେମାର ଲୋକପ୍ରିୟତା ଦେଖି ସେ ପ୍ରଥମେ ଏହି ସିନେମା ପୋଷ୍ଟର ଡିଜାଇନରେ ଅଳ୍ପକିଛି ଶାଢୀ ପ୍ରସ୍ତୁତ କରି ମାର୍କେଟକୁ ଛାଡିଥିଲେ । ହେଲେ ଏହାର ଏତେ ଡିମାଣ୍ଡ ରହିଛି ଯେ ଏବେ କମ୍ପାନୀ ପକ୍ଷରୁ କେବଳ ସେହି ଗୋଟିଏ ଡିଜାଇନର ଶାଢୀ ପ୍ରସ୍ତୁତ କରାଯାଉଛି ।

ଏହି ଶାଢୀର ଡିଜାଇନ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ବିଭିନ୍ନ ସ୍ଥାନରୁ ବ୍ୟବସାୟୀମାନେ ଚରଣଜିତଙ୍କୁ ସଂପର୍କ କରିଥିଲେ । ଡିମାଣ୍ଡ ଆଧାରରେ ଏବେ କମ୍ପାନୀରେ ଶାଢୀ ପ୍ରସ୍ତୁତ କରାଯାଉଛି । କହିରଖୁ କି କେବଳ ଶାଢୀ ନୁହେଁ ପୁଷ୍ପା ସିନେମାର ଡାଇଲଗକୁ ନେଇ ବଡ ବଡ କଳାକାରମାନେ ରିଲ ପ୍ରସ୍ତୁତ କରୁଛନ୍ତି । କେବଳ କଳାକାର ନୁହଁନ୍ତି ଦେଶର ନେତା ଓ ପ୍ରଶାସକମାନଙ୍କ ମୁହଁରେ ବି ଏହି ଡାଇଲଗ ଶୁଣିବାକୁ ମିଳୁଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe